ଶିବ ମନ୍ଦିର ଯାଉଛନ୍ତି କି ? ଜାଣନ୍ତୁ ଏହି ଭୟଙ୍କର କଥା…

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ପୂଜା ପାଇଁ ଆମେ ମନ୍ଦିର ଯାଇଥାଉ । ଆମ ମନରେ ଥିବା ଆଶାକୁ ପୁରା କରିବା ପାଇଁ ଭଗବାନଙ୍କୁ ଦର୍ଶନ କରି ନିଜର ଇଚ୍ଛାକୁ ଆମେ ବ୍ୟକ୍ତ କରିଥାଉ ଭଗବାନଙ୍କ ସାମ୍ନାରେ । କିନ୍ତୁ ଯଦି ଆପଣ ଶିବ ମନ୍ଦିର ଯାଉଛନ୍ତି ଏବଂ ଯଦି ଅଜାଣତରେ ମଧ୍ୟ ଆପଣ କିଛି ଭୁଲ କରିଦେଉଛନ୍ତି ତେବେ ଆପଣଙ୍କ ପୂଜାର ଶୁଭ ବଦଳରେ ଅଶୁଭ ପ୍ରଭାବ ପଡିଥାଏ ଆପଣଙ୍କ ଉପରେ ।


ତେବେ ଆସନ୍ତୁ ଜାଣିବା ଶିବ ମନ୍ଦିର ଯିବା ସମୟରେ କେଉଁ ଭୁଲ କରିବା ଅନୁଚିତ ଏବଂ କରିବା ଦ୍ଵାରା କଣ ହୋଇଥାଏ । ଶିବ ମନ୍ଦିର ଯାଇ ସିଧା ଶିବଙ୍କୁ ଦର୍ଶନ କରନ୍ତୁ ନାହିଁ । ପ୍ରଥମେ ଆପଣ ଶିବ ମନ୍ଦିରକୁ ଯିବା ପରେ ଗଣେଶଙ୍କୁ ଦର୍ଶନ କରନ୍ତୁ । ତାଙ୍କୁ ଆପଣ କୌଣସି ଧୂପ ଦୀପ ଅର୍ପଣ କରନ୍ତୁ ବା ନକରନ୍ତୁ କିନ୍ତୁ ତାଙ୍କୁ ଭୂମିଷ୍ଠ ପ୍ରଣାମ ନିଶ୍ଚୟ କରନ୍ତୁ । ଏହାପରେ ଆପଣ କାର୍ତ୍ତିକଙ୍କ ପାଖକୁ ଯାଆନ୍ତୁ । ଏବଂ ତାଙ୍କୁ ଭୂମିଷ୍ଠ ପ୍ରଣାମ ନିହାତି କରନ୍ତୁ । ଏହାପରେ ଆପଣ ମାତା ପାର୍ବତୀଙ୍କ ନିକଟକୁ ଯାଆନ୍ତୁ ।

ସେଠି ମଧ୍ୟ ଆପଣ ଭୂମିଷ୍ଠ ପ୍ରଣାମ ବା ମୁଣ୍ଡିଆଟିଏ ମାରନ୍ତୁ । ମାଆ ପାର୍ବତୀଙ୍କୁ ଦର୍ଶନ କରିବା ପରେ ସିଧାସଳଖ ଶିବ ମନ୍ଦିର ଯାଆନ୍ତୁ ନାହିଁ । କାରଣ ପ୍ରତ୍ୟକ ଶିବ ମନ୍ଦିରରେ ଶିବଙ୍କ ପାଦୁକ କୁଣ୍ଡ ପାଖରେ ହିଁ ମାଆ ବସିଥାନ୍ତି । ତେଣୁ ଆପଣ ସେହି କୁଣ୍ଡକୁ ଡେଇଁ ଯଦି ଯାଉଛନ୍ତି ତେବେ ମହାପାପ ଆପଣଙ୍କୁ ଲାଗିବ ।

କିଛି ପାଇବା ଆଶାରେ ଆପଣ ଶିବ ମନ୍ଦିର ଯାଇଥିଲେ ଅନେକ କିଛି ହରାଇ ବସିବେ । ଏହିଭୁଲ ପାଇଁ ଅନେକ ଧନୀ ଗରିବ ହୋଇଯାନ୍ତି ଏବଂ ଅନେକ ରାଜା ଭିକାରି ମଧ୍ୟ ହୋଇଯାନ୍ତି । ତେଣୁ ଆପଣ ଏହି ଭୁଲ କରିବା ଉଚିତ ନୁହେଁ । ଆପଣ ସେହିଠାରୁ ତଥା ମାଆ ପାର୍ବତୀଙ୍କ ଠାରୁ ପଛକୁ ଫେରି ଆସନ୍ତୁ ।

ଏବଂ ସୂର୍ଯ୍ୟଙ୍କୁ ଚାହିଁ ପ୍ରଣାମ କରନ୍ତୁ । କାର୍ତ୍ତିକ ଏବଂ ଗଣେଶଙ୍କ ବାଟ ଦେଇ ଶିବ ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ । ଶିବଙ୍କୁ ଦର୍ଶନ କରିବାକୁ ପଶିବା ମାତ୍ରେ ପ୍ରଥମେ ବୃଷଭଙ୍କୁ ପ୍ରଣାମ କରନ୍ତୁ । ବୃଷଭଙ୍କୁ ପ୍ରଣାମ ଜଣାଇବା ପରେ ଯାଇ ଆପଣ ଶିବଙ୍କୁ ଦର୍ଶନ କରନ୍ତୁ । ଭଗବାନ ଶିବଙ୍କୁ ଆପଣ ଭୂମିଷ୍ଠ ପ୍ରଣାମ କରନ୍ତୁ । ଏହାପରେ ଆପଣ ନବଗ୍ରହଙ୍କୁ ଆପଣ ପ୍ରଣାମ କରନ୍ତୁ ।

ଯଦି ଆପଣ ଏତିକି ନିୟମ ମାନି ଶିବ ମନ୍ଦିର ପରିକ୍ରମା କରିବେ ତେବେ ଆପଣ ସବୁ କିଛି ପାଇଯିବେ । ଏହାଦ୍ୱାରା ଆପଣଙ୍କ ମନରେ ରହିଥିବା ସମସ୍ତ ଇଚ୍ଛା ପୁରା ହେବ । ତେଣୁ ଆପଣ ଏହି କଥାର ଧ୍ୟାନ ନିହାତି ରଖିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *