Uric Acid ବଢିବାର ଲକ୍ଷଣ, ଏହା କେତେ ରହିବା ଉଚିତ ଓ ଏହା ବଢିଗଲେ କଣ ଖାଇବେ ଓ କଣ ଖାଇବେ ନାହିଁ ?

ନମସ୍କାର ବନ୍ଧୁଗଣ, ୟୁରିକ ଏସିଡ ଆପଣଙ୍କ ଶରୀରର ଏକ ଅଦରକାରୀ ପଦାର୍ଥ ଅଟେ । ତେଣୁ ଯଦି ଏହା ଆପଣଙ୍କ ଶରୀରରେ ଜମା ହେବାକୁ ଲାଗିଯାଏ ତେବେ ଆପଣଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିପାରେ । ୟୁରିକ ଏସିଡ ବଢିବା ଦ୍ଵାରା ଆପଣଙ୍କ ଶରୀରରେ କିଛି ଲକ୍ଷଣ ଆସିଥାଏ ଯାହା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବା ସହ ୟୁରିକ ଏସିଡ ସମସ୍ୟାରୁ କିଭଳି ମୁକ୍ତି ପାଇବେ ତାହା ସମ୍ପର୍କରେ ମଧ୍ୟ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ୟୁରିକ ଏସିଡର ପ୍ରାଥମିକ ଲକ୍ଷଣ ହେଉଛି ଜଏଣ୍ଟ ପେନ । ଆପଣଙ୍କ ଆଣ୍ଠୁର ଜଏଣ୍ଟ, ପାଦର ଏଡି ପାଖରେ ଯନ୍ତ୍ରଣା ଅଧିକ ଅନୁଭୂତ ହୋଇଥାଏ । ତେବେ ଏହା ୟୁରିକ ଏସିଡ ବଢିବା ପାଇଁ ହୋଇଥାଏ । 2- ବାରମ୍ବାର ଆପଣଙ୍କୁ ପରିସ୍ରାରେ ଇଂଫେକସନ ହୋଇଯାଏ ତେବେ ଏହା ୟୁରିକ ଏସିଡର କାରଣ ଅଟେ ।

3- ଯେଉଁ ବ୍ୟକ୍ତିଙ୍କର ୟୁରିକ ଏସିଡ ବଢିଥାଏ  ସେମାନଙ୍କ ଶରୀର ଭିତରେ କିଡନୀ ଷ୍ଟୋନ ହେବାର ସମସ୍ୟା ଦେଖା ଦେଇଥାଏ । ଯଦି ଆପଣଙ୍କ ଶରୀରରେ ବାରମ୍ବାର କିଡନୀ ଷ୍ଟୋନ ହେବାର ସମସ୍ୟା ହେଉଥାଏ ତେବେ ଆପଣଙ୍କୁ ୟୁରିକ ଏସିଡ ଟେଷ୍ଟ କରିବା ଆବଶ୍ୟକ । 4- ଅଚାନକ ଭାବରେ ଆପଣଙ୍କୁ ଦୁର୍ବଳ ଅନୁଭବ ହୋଇଥାଏ । ଆଉ ଆପଣ ଜାଣି ବି ପାରନ୍ତି ନାହିଁ ଆପଣଙ୍କୁ ଦୁର୍ବଳ ଲାଗିବାର କାରଣ କଣ । ତେବେ ଏହା ୟୁରିକ ଏସିଡ ବଢିବାର ଲକ୍ଷଣ ଅଟେ ।

5- ଯଦି ଆପଣଙ୍କର ୟୁରିକ ଏସିଡ ବଢିଯାଇଛି ତେବେ ଆପଣ ଅଖ୍ରୋଟ ଖାଇବା ଉଚିତ । ଯଦି ଆପଣ ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ ଅଖ୍ରୋଟର ଗିରି ଖାଇ ନିଅନ୍ତି ତେବେ ଏହାଦ୍ୱାରା ଆପଣଙ୍କ ୟୁରିକ ଏସିଡ ବହୁତ ଶୀଘ୍ର କମ ହେବାକୁ ଲାଗିଥାଏ । 6- ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଯେମିତି କି ଓଟସ, ଦଲିଆ,ବିନ୍ସ, ଭୁଶି । ଏହା ଆପଣଙ୍କ ଶରୀରରେ ବଢିଥିବା ୟୁରିକ ଏସିଡକୁ ଫିଲ୍ଟର କରିଥାଏ ।

7- ଆପଣଙ୍କ ୟୁରିକ ଏସିଡ ବଢିଥିଲେ ତାହାକୁ କମ କରିବା ପାଇଁ ପାଣି ଅଧିକ ମାତ୍ରାରେ ପିଇବା ଆବଶ୍ୟକ । 8- ଏକ କପ ପାଣିରେ ଆପଣ ଆପଣ ଏକ ଚାମଚ ଜୀରା ପକାଇ ତାହାକୁ ଫୁଟାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ଛାଣି ଚାହା ଭଳି ଦିନକୁ ଥରେ କିମ୍ବା ଦୁଇଥର ପିଇବା ଉଚିତ ।

9- ଆପଲ ସାଇଡର ଭିନେଗାର ମଧ୍ୟ ଆପଣଙ୍କ ବଢିଥିବା ୟୁରିକ ଏସିଡ ପାଇଁ ଫାଇଦା ଦେଇଥାଏ । 10- ଆପଣଙ୍କୁ ବାହାର ଖାଦ୍ୟ ତଥା କୌଣସି ହୋଟେଲ, ରେଷ୍ଟୁରାନ୍ଟର ଖାଦ୍ୟ ଖାଇବା ଉଚିତ ନୁହେଁ । 11- ରେଡ ମିଟ, ମାଛ ଏବଂ ଅଣ୍ଡା ଆପଣଙ୍କୁ ବିଲକୁଲ ଖାଇବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *