ଖରାପ ଲୋକଙ୍କର ଏହି 5 ଟି ଲକ୍ଷଣ ଜାଣି ରଖନ୍ତୁ, କେବେ ବି ଧୋକା ଖାଇବେ ନାହିଁ  (Dr APJ Abdul Kalam motivational Speech)

ନମସ୍କାର ବନ୍ଧୁଗଣ , ମଣିଷ ସମାଜରେ ରହିଥାଏ ଏବଂ ସେ ଏକ ସାମାଜିକ ପ୍ରାଣୀ ଅଟେ । ମଣିଷ ଏହି ସମାଜରେ ଅନେକ ଲୋକମାନଙ୍କ ସହ ମିଶି ଥାଏ , କିନ୍ତୁ କିଏ ଭଲ ଏବଂ କିଏ ଖରାପ ସେ ଜାଣିପାରିନଥାଏ । ଏହି ଦୁନିଆରେ ଏକ ବିରାଟ କାମ ହେଉଛି ଲୋକମାନଙ୍କୁ ଚିହ୍ନିବା ଏବଂ ମଣିଷ ଏହାକୁ କରିପାରେ ନାହିଁ । ଯାହା ଫଳରେ ଆଗକୁ ଯାଇ ମଣିଷକୁ  ଭୋଗିବାକୁ ପଡିଥାଏ ତାହାର ଫଳ ।

ତେଣୁ ଆମକୁ  ଜାଣିବାକୁ ପଡିଥାଏ କି ନିଜର କିଏ କାରଣ ଯାହାକୁ ଆମେ ନିଜାର ଭାବିଥାଉ , ସେମାନେ ଅନେକ ସମୟରେ ଦୁଇ ମୁଖା ବ୍ୟକ୍ତି ହୋଇଥାନ୍ତି । ଯଥା ଆମ ସାମନାରେ ଜଣେ ଏବଂ ଆମ ପଛରେ ଆଉ ଏକ ମୁଖ ଧାରଣ କରିଥାନ୍ତି । ଏହି ମୁଖ ସମୟ ଆସିଲେ ବାହାରକୁ ଆସିଥାଏ , ତେଣୁ ସେହି ମୁଖ କୁ ଆମେ ଜାଣିବା ଉଚିତ୍ ।

ନଚେତ୍ ଆମକୁ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଆଜି ଆମେ ଏହି ବିଷୟରେ ଜାଣିବା ଆମ ସମସ୍ତଙ୍କୁ ପରିଚିତ ଏକ ମହାନ ପୁରୁଷଙ୍କ ଅନୁଭୂତିରୁ ତାହାଙ୍କ ନାମ ହେଉଛି APJ ଆବଦୁଲ କାଲାମ୍ ସେ ତାଙ୍କ ଜୀବନର ଅନୁଭୂତି ରୁ ଏଭଳି ଅନେକ ବିଷୟର ସମାଧାନ କହିଛନ୍ତି । ତାଙ୍କ ଲିଖିତ ବାର୍ତ୍ତା କୁ ଆଜି ଆମେ ଆଲୋଚନା କରିବା ଖରାପ ବ୍ୟକ୍ତିର ପାଞ୍ଚଟି ଲକ୍ଷଣ ସମ୍ବନ୍ଧରେ । 1- ବ୍ୟକ୍ତି  ସବୁବେଳେ ଦୁଇଟି ମୁଖା ଧରି ଥାଆନ୍ତି ।

 

ଦେଖିଥିବେ ବ୍ୟକ୍ତି ଆପଣଙ୍କ ଆଗରେ ବହୁତ ଭାଲ ରେ କଥା ହେଉଥିବ କିନ୍ତୁ ସମୟ ଆସିଲେ ସେ ସାମାନ୍ୟ ବିଷୟରେ କଟୁ ବାକ୍ୟ ର ବ୍ୟବହାର କରିବ । କିଛି ସମୟ ପରେ ଆସି ଆଉ ଥରେ ଭଲ ରେ କଥା ହେଉଥିବ । ଆବଶ୍ୟକ ପଡିଲେ ଭଲ ରୂପ ଦେଖାଏ ଏବଂ ଆବଶ୍ୟକ ନ ପଡିଲେ ଖରାପ ଏପରି ମଣିଷ ଠାରୁ ସର୍ବଦା ଦୂରରେ ରୁହନ୍ତି ।

2- ଆଉ କିଛି ଲୋକମାନେ ସବୁବେଳେ ପର ନିନ୍ଦା କରନ୍ତି , ଏହା  କରୁଥିବା ସମୟରେ ସେମାନେ ଆପଣଙ୍କ ଦୁର୍ବଳତା କୁ ଜାଣିବାକୁ ଇଛା କରନ୍ତି ଏବଂ ସମୟ ଆସିଲେ ଆପଣଙ୍କ ଦୁର୍ବଳତା କୁ ନେଇ ଖରାପ ସମୟ ରେ ଆପଣଙ୍କ ଫାଇଦା ଉଠାଇ ଥାନ୍ତି । ଏହି ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା ଉଚିତ୍ ହୋଇଥାଏ । 3- ଏହି ବ୍ୟକ୍ତି ମାନେ ଆପଣଙ୍କ ଧନ , ନାମ ଦେଖି ଆପଣଙ୍କ ପାଚାରେ ବୁଲି ଥାନ୍ତି । ନିଜର ସ୍ଵାର୍ଥ ପାଇଁ ଅନ୍ୟ ର ମିଛ ପ୍ରସଂଶା କରିଥାନ୍ତି ।

ସମୟ ଆସିଲେ ଆପଣଙ୍କୁ ଛାଡି ଅନ୍ୟ ପାଖକୁ ପଳେଇ ଯାଇଥାନ୍ତି । 4- ଏମାନେ ଭଲ ସମୟ ରେ ଆପଣଙ୍କ  ଠାରୁ ସବୁ କିଛି ନେଇଥାନ୍ତି , କିନ୍ତୁ ଆପଣ ଆବଶ୍ୟକ ପଡିଲେ ସେମାନେ ଉଭେଇ ଯାଇଥାନ୍ତି । 5 – ସେମାନଙ୍କ ଦେହରେ କୋଣସି ଆନ୍ତରିକତା ନ ଥାଏ , ସେମାନେ ଖାଲି ଆବଶ୍ୟକ ପାଇଁ ରହିଥାନ୍ତି । ତାଙ୍କର କାମ ସରିଗଲେ ସେମାନେ ପଳେଇଯିବେ ଏମାନଙ୍କ ଠାରୁ ଯେତେ ସମ୍ଭବ ଦୂର ରେ ରୁହନ୍ତୁ ।

ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *