Vastu Tips- ଥାଳିରେ ହାତ ଧୋଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ….

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ କିଛି ନିୟମ ଭାଙ୍ଗି କାର୍ଯ୍ୟ କରିଥାଏ ତଥା ଲକ୍ଷ୍ମୀଛଡା କାର୍ଯ୍ୟ କରିଥାଏ । ଯାହା ସେହି ମଣିଷ ଜୀବନରୁ ଧନର ସୁଖକୁ ଛଡାଇ ନିଏ । କିନ୍ତୁ ତାହା ଆପଣଙ୍କୁ ଜଣା ନଥାଏ ତେଣୁ ଆପଣ ବାସ ଖାଲି ଭଗବାନଙ୍କ ଉପରେ ଦୋଷ ଲଦିବାକୁ ଲାଗନ୍ତି । ତେବେ ଯଦି ଆପଣ ଖାଇ ସାରିବା ପରେ ଥାଳିରେ ହାତ ଧୋଉଛନ୍ତି ତେବେ ଆପଣମାନେ ଆମର ଏହି ପୋଷ୍ଟଟିକୁ ନିଶ୍ଚୟ ଦେଖନ୍ତୁ । ନଚେତ ଭୁଲ କରୁ କରୁ ହୋଇଯିବେ ଗରିବ । ତେବେ ଆସନ୍ତୁ ଜାଣିବା ।

1- ରୋଷେଇ ଘର କେବେ ବି ଶୌଚାଳୟ ଉପରେ କିମ୍ବା ତଳେ ତିଆରି କରନ୍ତୁ ନାହିଁ  କିମ୍ବା ଶୌଚାଳୟ ସାମ୍ନାରେ ମଧ୍ୟ ତିଆରି କରନ୍ତୁ ନାହିଁ । 2- ଭୋଜନ କରୁଥିବା ସମୟରେ ଦିଗକୁ ଧ୍ୟାନ ଦେବା ଆବଶ୍ୟକ । ଭୋଜନ କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

3- ଭୋଜନ କରିବା ପାଇଁ ବସିବା ପୂର୍ବରୁ ହାତ ମୁହଁ ଏବଂ ଗୋଡ  ଧୋଇଦେବା ଆବଶ୍ୟକ । ଏହାଫଳରେ ଆୟୁରେ ବୃଦ୍ଧି ହୋଇଥାଏ । ଐଶାନ୍ୟ କୋଣ ଆଡକୁ ମୁହଁ କରି ଖାଇବା ଦ୍ଵାରା ଯୌନ ରୋଗ ଦେଖା ଦେଇପାରେ । 4- ଯେଉଁ ଲୋକଙ୍କ ଜୀବନରେ ଟଙ୍କାର ଅଭାବ ରହିଛି ଏବଂ ସବୁବେଳେ କିଛି ନା କିଛି ଚିନ୍ତା ଲାଗି ରହୁଛି ତେବେ ସେହି ବ୍ୟକ୍ତି ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଆବଶ୍ୟକ । ଏହାଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଠିକ ହୋଇଥାଏ ।

5- ଭାଙ୍ଗିଯାଇଥିବା ବାସନ ତଥା ଫଟା ବାସନରେ କେବେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ଜାଦୁ ଆପଣ ଏଥିରେ ଭୋଜନ କରନ୍ତି ତେବେ ଏହା ଆପଣଙ୍କ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥାଏ । 6- ଆପଣ ଖଟ ଉପରେ ବସି କେବେ ଭୋଜନ କରିବା ଉଚିତ ନୁହେଁ ଏହାଦ୍ୱାରା ଅନ୍ନର ଅପମାନ ହୋଇଥାଏ । ଏବଂ ରାହୁ ଅପ୍ରସନ୍ନ ହୋଇଥାନ୍ତି ।

7- ଭୋଜନ କରିସାରିବା ପରେ କିଛି ଲୋକଙ୍କର ଥାଳିରେ ହାତ ଧୋଇବାର ଅଭ୍ୟାସ ରହିଛି । ଏହଫଳରେ ମା ଅର୍ନପୂର୍ଣାଙ୍କ ଅପମାନ ହୋଇଥାଏ । ଏହାସହିତ ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ମଧ୍ୟ ରୁଷ୍ଟ ହୋଇଯାଇଥାନ୍ତି । ଯାହାଦ୍ୱାରା ଘରୁ ମାଆ ଲକ୍ଷ୍ମୀ ଚାଲିଯାନ୍ତି । ଥାଳିରେ ଅଇଁଠା ହୋଇଥିବା ଖାଦ୍ୟ ଛାଡିବା ଦ୍ଵାରା ଅନ୍ନର ଅପମାନ ହୋଇଥାଏ ଏବଂ ମାଆ ଅନ୍ନପୂର୍ଣାଙ୍କ ଅଭିଶାପ ଲାଗିଥାଏ ଆପଣଙ୍କୁ ।

8- ସକାଳୁ ଉଠିବା ପରେ ଗାଧୋଇସାରିବା ପରେ ହିଁ ରୋଷେଇ ଘରକୁ ପ୍ରବେଶ କରନ୍ତୁ । ଯଦି ସମ୍ଭବ ହେଉ ନାହିଁ ତେବେ ଭଲ ଭାବରେ ହାତ ମୁହଁ ଧୋଇ ପ୍ରବେଶ କରନ୍ତୁ ଏବଂ ଆଉ ଏକ ବସ୍ତ୍ର ବଦଳି ଯାଆନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *