ବ୍ରେନ ଷ୍ଟ୍ରୋକ (Brain Stroke) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ, ବ୍ରେନ ଷ୍ଟ୍ରୋକ ହେବାଦ୍ୱାରା ପାରାଲିସିସ ହୋଇଯାଏ । ଯାହଦ୍ଵାରା ଶରୀର ଅଙ୍ଗ ପ୍ରତ୍ୟଙ୍ଗ କାମ କରିନଥାଏ କିମ୍ବା ହଲି ନଥାଏ । ପୃଥିବୀରେ ହେଉଥିବା ସର୍ବାଧିକ ମୃତ୍ୟୁର କାରଣ ହେଉଛି ବ୍ରେନ ଷ୍ଟ୍ରୋକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ବ୍ରେନ ଷ୍ଟ୍ରୋକ କଣ, ବ୍ରେନ ଷ୍ଟ୍ରୋକ ହେବାର କାରଣ କଣ,ଏହାର ଲକ୍ଷଣ କଣ ଏବଂ ଆପଣ ଏଥିରୁ କିଭଳି ଭାବରେ ମୁକ୍ତି ପାଇପାରିବେ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ବ୍ରେନ ଷ୍ଟ୍ରୋକ ସମ୍ବନ୍ଧୀୟ ରହିଥିବା ସମସ୍ତ ତଥ୍ୟ ସମ୍ପର୍କରେ । ବ୍ରେନ ଷ୍ଟ୍ରୋକ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ଇଶ୍ଚେମିକ ଷ୍ଟ୍ରୋକ ଏବଂ ଅନ୍ୟଟି ହେଉଛି ହେମୋରହେଜ ଷ୍ଟ୍ରୋକ । ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ ଯାଇ ବ୍ରେନର ଭେନରେ ଜମାଟ ବାନ୍ଧିଯାଏ ତେବେ ସେହି ଜାଗାରେ ଆକ୍ସିଜେନ ଏବଂ ନ୍ୟୁଟ୍ରିଜେନର ଅଭାବ ହୋଇଯାଏ । ଯାହାଫଳରେ ବ୍ରେନର ସେହି ଅଂଶ ଅକାମୀ ହୋଇଯାଏ ।

ତେଣୁ ବ୍ରେନର ସେହି ଅଂଶ ଦ୍ଵାରା ପରିଚାଳିତ ହେଉଥିବା ଅଙ୍ଗ ଗୁଡିକ କାମ କରିବା ବନ୍ଦ କରିଦେଇଥାଏ ଏବଂ ଅକାମୀ ହୋଇଯାଏ । କିନ୍ତୁ ହେମୋରହେଜିକ ଷ୍ଟ୍ରୋକରେ ବ୍ରେନର କୌଣସି ଏକ ଭେନ ଫାଟିଯାଇଥାଏ । ତେଣୁ ସେଠାରେ ରକ୍ତ ଜମାଟ ବାନ୍ଧି ଯାଇଥାଏ । ଏଥିପାଇଁ ବ୍ରେନର ସେହି ଅଂଶ ଦ୍ଵାରା ପରିଚାଳିତ ହେଉଥିବା ଅଙ୍ଗ ଅକାମୀ ହୋଇଯାଇଥାଏ । ବ୍ରେନ ଷ୍ଟ୍ରୋକ ହେବାଦ୍ୱାରା ଶରୀରର କୌଣସି ଗୋଟିଏ ପାଖ ଅକାମୀ ହୋଇଯାଏ । କଥା କହିବା ବେଳେ ପାଟି ଲାଗିଥାଏ ।

ଦୃଷ୍ଟି ଶକ୍ତି ମଧ୍ୟ ହଠାତ ଖରାପ ହୋଇଯାଏ, ଏବଂ ରୋଗୀକୁ ଚାଲିବାରେ ବି ଅସୁବିଧା ହୋଇଥାଏ । ବ୍ରେନ ଷ୍ଟ୍ରୋକ ପାଇଁ ରକ୍ତ ଜମାଟ ହୋଇଥିଲେ ବ୍ରେନ ଷ୍ଟ୍ରୋକ ହେବାର ଚାରି ଘଣ୍ଟା ଭିତରେ ଏକ ଇଂଜେକସନ ନେବା ଆବଶ୍ୟକ ଯାହା ଜମି ଯାଇଥିବା ରକ୍ତକୁ ମେଲ୍ଟ କରିଦିଏ । ଏଣୁ ଅକାମୀ ହୋଇଯାଇଥିବା ଅଙ୍ଗ ପୁଣି କାମ କରିବା ଆରମ୍ଭ କରିଦିଏ ।

ମନେ ରଖିବା ଉଚିତ କି ବ୍ରେନ ଷ୍ଟ୍ରୋକ ହେବାର ଚାରି ଘଣ୍ଟା ଭିତରେ ଏହି ମେଡିକାଲ ଟ୍ରିଟମେଣ୍ଟ ଆରମ୍ଭ କରିବାକୁ ହୋଇଥାଏ । ଏହି ସମୟ ଅତିବାହିତ ହୋଇଯିବା ପରେ ଆଉ ମେଡିକାଲ ଟ୍ରିଟମେଣ୍ଟ କାମ କରି ନଥାଏ । ଯେଉଁ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଥିବା ସହିତ ଅଧିକ ମୁଣ୍ଡ ବିନ୍ଧୁଥିବ ଏବଂ ବାନ୍ତି ଲାଗୁଥିବ ଅଙ୍ଗ ଚଳୁନଥିବ ସେମାନଙ୍କୁ ହେମୋରହେଜିକ ଷ୍ଟ୍ରୋକ ହୋଇଯାଏ । ଏହି ଷ୍ଟ୍ରୋକ ଏକ ସେକେଣ୍ଡରେ ହୋଇଯାଏ ।

କିନ୍ତୁ ଇଶ୍ଚେମିକ ଷ୍ଟ୍ରୋକ ଧୀରେ ଧୀରେ ହୋଇଥାଏ ପ୍ରଥମେ ବ୍ୟକ୍ତିକୁ କଥା କହିବାରେ ଅସୁବିଧା ହୋଇଥାଏ ବା ପାଟି ଲାଗିଥାଏ । ଏହାପରେ ଶରୀରର ଅଙ୍ଗ ଦୁର୍ବଳ ଲାଗିଥାଏ ଏବଂ ଚାଲିବା ବେଳେ କଷ୍ଟ ଅନୁଭୂତ ହୋଇଥାଏ ମୁହଁ ଗୋଟିଏ ପଟକୁ ବଙ୍କା ହୋଇଯିବା ଭଳି ଲକ୍ଷଣ ଆଗରୁ ଦେଖିବା ପାଇଁ ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *