ଘରର ଠାକୁର ଘରେ ଏହିଭଳି ଶିବଲିଙ୍ଗ ଆଦ୍ୱା ମଧ୍ୟ ରଖନ୍ତୁ ନାହିଁ, ନହେଲେ ଆସିବ ଭୟଙ୍କର ପ୍ରଳୟ ! Vastu tips

ବନ୍ଧୁଗଣ ଯେଉଁ ବ୍ୟକ୍ତି ହୃଦୟରୁ ଭଗବାନ ଭୋଳାଶଙ୍କରଙ୍କୁ ଭକ୍ତି କରୁଥିବ । ସେହି ବ୍ୟକ୍ତି ଉପରେ ଭଗବାନ ମହାଦେବଙ୍କର ସବୁବେଳେ କୃପା ରହିଥାଏ । ଏହି ଦୁନିଆର ସବୁ କୋଣଅନୁକୋଣ ତଥା ସବୁଆଡେ ଭଗବାନ ମହାଦେବ ବିଦ୍ୟମାନ ରହିଛନ୍ତି । ଅନେକ ଲୋକ ନିଜ ଘରେ ମଧ୍ୟ ପ୍ରଭୁ ଶିବଙ୍କର ଫୋଟ କିମ୍ବା ଶିବଲିଙ୍ଗ ଆଣି ପୂଜା କରିଥାନ୍ତି । ଶାସ୍ତ୍ରରେ ପ୍ରଭୁ ଭୋଳାଶଙ୍କରଙ୍କର ଶିବଲିଙ୍ଗ ଘରେ ଆଣି ରଖି ପୂଜା କରିବାର କିଛି ବିଶେଷ ନିୟମ ମଧ୍ୟ ରହିଛି ।

ଯେଉଁ ନିୟମ ଗୁଡିକର ପାଳନ ସେହି ସବୁ ବ୍ୟକ୍ତିଙ୍କୁ ନିହାତି ଭାବେ କରିବା ଉଚିତ । ଯେଉଁ ମାନେ ନିଜ ଘରେ ଆଣି ଶିବଲୀଙ୍ଗ ରଖି ପୂଜା କରିବାକୁ ଚାହୁଁଥାନ୍ତି । ନିୟମର ଉଲଂଘନ କରି ପୂଜା କରୁଥିବା ବ୍ୟକ୍ତିଙ୍କୁ ପୂଜାର ବୀପରୀତ କଠୋର ପରିଣାମ ମଧ୍ୟ ଭୋଗିବାକୁ ପଡିଥାଏ । ଶିବଲୀଙ୍ଗ ଅନେକ ପ୍ରକାରର ହୋଇଥାଏ । ହେଲେ ସେହି ସବୁ ଶିବଲିଙ୍ଗ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ଶିବଲୀଙ୍ଗ ଗୁଡିକ ହେଉଛି ପାରଦ, ସ୍ପଟିକ ଓ ପିତ୍ତଳର ଶିବଲୀଙ୍ଗ ।

ଶିବଲିଙ୍ଗର ଉଚ୍ଚତା 3 ଇଞ୍ଚରୁ ଅଧିକ ଅର୍ଥାତ ବ୍ୟକ୍ତି ହାତ ଆଙ୍ଗୁଠି ଠାରୁ ଅଧିକ ବଡ ହେବା ଅନୁଚିତ । କାରଣ ବଡ ବଡ ଶିବଲୀଙ୍ଗ ପୂଜା କରିବାର ବହୁତ ସାରା ଗୁରୁତ୍ଵପୂର୍ଣ୍ଣ ନିୟମର ମଧ୍ୟ ପାଳନ କରିବାକୁ ପଡିଥାଏ । ଘରର ଠାକୁର ଘରେ ଯେତେବେଳେ ଶିବଲୀଙ୍ଗ ପୂଜା ଆରମ୍ଭ କରୁଛନ୍ତି । ସେତେବେଳେ ତାଙ୍କର ପ୍ରାଣ ପ୍ରତିଷ୍ଠା ନକରି କେବଳ ବିଧିବିଧାନପୂର୍ବକ ଶିବଲୀଙ୍ଗର ପୂଜା କରିବା ଉଚିତ ।

ଘରେ ପୂଜା କରୁଥିବା ଶିବଲୀଙ୍ଗ ଉପରେ ନାଗ ରହିଥିବା ଉଚିତ ନୁହେଁ କି ନନ୍ଦୀ ମଧ୍ୟ ତାଙ୍କ ସାଥିରେ ରହିବା ଅନୁଚିତ । ଯେଉଁ ମାନେ ଘରେ ଶିବଲୀଙ୍ଗ ଆଣି ରଖନ୍ତି । ସେମାନଙ୍କୁ ପ୍ରତିଦିନ ନିୟମିତ ଭାବେ ସକାଳ ଓ ସନ୍ଧ୍ଯା ବିଧିବିଧାନ ପୂର୍ବକ ପୂଜା ମଧ୍ୟ କରିବା ଦରକାର । ଯଦି କୌଣସି କାରଣ ବଶତଃ ପ୍ରତିଦିନ ଶିବଲୀଙ୍ଗ ପୂଜା କରିବା ସମ୍ଭବ ହେଉନାହିଁ ।

ତେବେ ପ୍ରତ୍ଯେକ ସୋମବାର ସମେତ ପ୍ରଭୁ ଶିବଙ୍କର ସମସ୍ତ ବିଶେଷ ପୂଜା ଦିନ ମାନଙ୍କରେ ଘରେ ରଖିଥିବା ଶିବଲୀଙ୍ଗର ଅବଶ୍ୟ ପୂଜା କରନ୍ତୁ । ଘର ମନ୍ଦିରରେ ଗୋଟିଏ ରୁ ଅଧିକ ଶିବଲୀଙ୍ଗ ରଖିବା ଅନୁଚିତ । ଭଗବାନ ଶିବଙ୍କୁ ଜଳ ବହୁତ ପସନ୍ଦ ହୋଇଥାଏ । ତେଣୁ ପ୍ରତିଦିନ ଶିବଲୀଙ୍ଗ ଉପରେ ଜଳ ଅର୍ପଣ କରିବା ସହ ଏପରି ବ୍ୟବସ୍ଥା କରନ୍ତୁ ।

ଯେଉଁଥିରେ ପ୍ରଭୁଙ୍କ ଶିବଲୀଙ୍ଗ ଉପରେ ସବୁବେଳେ ଜଳଧାରା ବିନ୍ଦୁ ବିନ୍ଦୁ ହୋଇ ପଡୁଥିବ । ଏଥିଦ୍ବାରା ପ୍ରଭୁ ଭୋଳାଶଙ୍କର ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ସବୁ ବିଶେଷ ନୀତି ନିୟମକୁ ଧ୍ୟାନରେ ରଖି ଭୋଳାଶଙ୍କର ଙ୍କର ପୂଜା କରନ୍ତୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *