ଜୀବନର ଏହା ହେଉଛି ପ୍ରକୃତ ସତ୍ୟ ! କଠୋର ଅଟେ କିନ୍ତୁ ଏହା ହିଁ ସତ୍ୟ ଅଟେ ! Motivational speech

ଏହି ଜୀବନ ହେଉଛି ଅନେକ ସୁଖ ଓ ଦୁଃଖର ମିଶ୍ରଣ । କେତେବେଳେ ଜୀବନରେ ଦୁଃଖର କଳା ବାଦଲ ଘୋଟି ଆସିଥାଏ ତ ଅନ୍ୟ କେତେବେଳେ ଜୀବନକୁ ଖୁସିର ଲହରୀ ଆସିଥାଏ । ହେଲେ ଜୀବନର ଦୁଃଖ ପରିସ୍ଥିତିର ବ୍ୟକ୍ତି ଭାଙ୍ଗି ନପଡି ନିଜକୁ ସାହସ ଦେଇ ସମସ୍ଯାର ସାମ୍ନା କରିବା ଉଚିତ । ତେବେ ଜୀବନରେ ଆଗକୁ ବଢିବା ପାଇଁ କେତେକ ଭଲ ଭଲ ମୋଟିଭଏସନାଲ କଥା ଆପଣଙ୍କ ପାଇଁ ନେଇ ଆସିଛୁ ।

1- ଯିଏ ଆମକୁ ଏହା କହିଥାନ୍ତି କି ସେ ଆମକୁ ବହୁତ ଭଲ ପାଆନ୍ତି । ସବୁବେଳେ ସେହି ଲୋକ ଆମ ହୃଦୟକୁ କଷ୍ଟ ଦେବାରେ କୌଣସି ରାଗ ସୁଝାଇବା ଛାଡନ୍ତି ନାହିଁ । 2- ଯେଉଁ ମଣିଷକୁ ଆମେ ସବୁଠାରୁ ଅଧିକ ଭରଷା କରିଥାନ୍ତି । ସେ ଆମକୁ ମିଥ୍ୟା କହିବା ପୂର୍ବରୁ ଥରେ ମଧ୍ୟ ଚିନ୍ତା କରନ୍ତି ନାହିଁ । 3- ହଜାରେ ସାଥି ହେବା ପରେ ବି ଏଠାରେ ପ୍ରତ୍ଯେକ ମଣିଷ ଏକୁଟିଆ ।

4- ଆଜିକାଲି କାହାର ଗୁଣ ଠାରୁ ରୂପରଙ୍ଗ ଓ କପଡାକୁ ଦେଖାଯାଇଥାଏ । କିନ୍ତୁ ମନେ ରଖ ରୂପରଙ୍ଗ ଓ କପଡା ଗୋଟିଏ ଦିନ ଧୋକ୍କା ଦେଇ ଜାଆନ୍ତି । ପରନ୍ତୁ ଯାହା ଠାରେ ଭଲ ଗୁଣ ଥାଏ । ସେ ସବୁବେଳେ ସାଥିରେ ରହିଥାଏ । 5- ଯେଉଁ ମଣିଷ ଆପଣଙ୍କୁ ଥରୁଟିଏ ଧୋକ୍କା ଦେଇଛି । ହୁଏତ ଆପଣ ତାକୁ କେତେବି କ୍ଷମା କରନ୍ତୁ । ଗୋଟିଏ ଦିନ ଆପଣଙ୍କୁ ପୁଣି ସେ ଧୋକା ଦେଇଥାଏ । କାହିଁକି ନା ମଣିଷର ରୂପ ତ ବଦଳି ଯାଏ । କିନ୍ତୁ ସ୍ଵଭାବ କେବେବି ବଦଳି ନଥାଏ ।

6- ଯେଉଁ ମଣିଷର ପ୍ରେମ ପାଇଁ ଆମେ ସବୁ କିଛି ଦେଇ ଦିଅନ୍ତି । ବଦଳରେ କେବଳ ପ୍ରେମ ଦେବା ପାଇଁ ବି ତା’ ର ସାହସ ହୁଏ ନାହିଁ । 7- ସାହାଜ୍ଯ ନେବା ପାଇଁ ସମସ୍ତେ ଆସିଯାଆନ୍ତି । କିନ୍ତୁ ଆପଣଙ୍କୁ ଯେବେ ସାହାଜ୍ଯର ଦରକାର ପଡିଥାଏ । ତ ସାହାଜ୍ଯ କରିବାର ଲୋକ କେହି ଦେଖା ଜାଆନ୍ତି ନାହିଁ ।

8- ମିଛ ମଣିଷ ନିଜ କଥାକୁ ସତ୍ୟ ପ୍ରମାଣିତ କରିବା ପାଇଁ ପ୍ରତ୍ଯେକ କଥାରେ ରାଣ ଖାଇଦିଏ । ଯେଉଁ ଲୋକ ସବୁକିଛି ଚୁପ ରହି ସହି ନିଅନ୍ତି । ତାକୁ ସବୁବେଳେ ଅପମାନିତ କରାଯାଇଥାଏ । 9- ଯେଉଁ ମଣିଷ କେବେ କାହାକୁ କିଛି ଦିଏ ନାହିଁ । ସେ କାହାକୁ ବି ମାଗିବାରେ କେବେବି ଲଜ୍ଜା କରେ ନାହିଁ ।

10- ଯେଉଁ ମଣିଷ ବହୁତ ଅଧିକ ସହିଥାଏ । ଲୋକ ତାହାକୁ ଭୟାଳୁ ବୁଝିଥାନ୍ତି । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର ମଧ୍ୟ ନିଶ୍ଚିତ ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *