Vastu Tips- ଘରର କେଉଁ ସ୍ଥାନରେ ଠାକୁର ଘର ରହିଲେ ସଦା ବରଷେ ଧନ, ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ, ସାଧାରଣ ମନୁଷ୍ୟ ନିଜ ମନରେ ଚିନ୍ତା କରିଥାଏ ଯେ କିଭଳି ତାହାର ବ୍ୟକ୍ତିଗତ ଜୀବନରେ ସେ ସୁଖ ଶାନ୍ତି ର ସହିତ ଜୀବନ ଜାପନ କରିବ । କେବଳ ଏହା ନୁହେଁ ମନୁଷ୍ୟ ଧନର ଆଗମନ କିଭଳି ଭାବରେ ହେବ ସେଥିପାଇଁ ଅନେକ ଉପାୟ ମଧ୍ୟ କରିଥାଏ । କିନ୍ତୁ ମନୁଷ୍ୟ ଙ୍କ ଇଛା ଅନୁଯାୟୀ ସେ ସବୁ ଜିନିଷ ମିଳି ନଥାଏ । ମନୁଷ୍ୟର କର୍ମ ଦୋଷ, ଭାଗ୍ୟ ଦୋଷ, ତଥା ଗୃହର ବାସ୍ତୁ ଦୋଷ କାରଣରୁ ତାକୁ ଏ ସବୁ ସହଜରେ ମିଳି ନଥାଏ ।

କିନ୍ତୁ ସମସ୍ତ ପ୍ରକାରର ବାସ୍ତୁଦୋଷ ମଧ୍ୟରୁ ଠାକୁର ଘର ହେଉଛି ଅନ୍ୟତମ । ଆଜି ଆମ୍ଭେ ଠାକୁର ଘର ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଯାହା ଆପଣଙ୍କ ଜୀବନରେ ବହୁଳ ଭାବରେ ପକାଇଥାଏ । ଆସନ୍ତୁ ତେବେ ଜାଣିବା ତାହା କଣ ଅଟେ ? ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଗୃହରେ ଠାକୁର ଘର ଉତ୍ତର ପୂର୍ବ ତଥା ଇଶାନ କୋଣ ରେ ରହିବା ଆବଶ୍ୟକ ।

କାରଣ ପ୍ରତ୍ୟକ ଜାଗାରେ ଏକ ବାସ୍ତୁ ପୁରୁଷ ରହିଥାନ୍ତି । ଏବଂ ଇଶାନ କୋଣ ଟି ବାସ୍ତୁ ପୁରୁଷ ଙ୍କର ମସ୍ତକ ହୋଇଥାଏ । ଏଥି ନିମନ୍ତେ ଇଶାନ କୋଣରେ ଠାକୁର ଘର ରହିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଯେଉଁ ପରିବାରରେ ଏଭଳି ଜାଗାରେ ଠାକୁ ଘର ରହିଥାଏ, ସେହି ପରିବାରରେ ସମସ୍ତ ସଦସ୍ୟ ସାତ୍ଵିକ ବିଚାରର ହୋଇଥାନ୍ତି । ଏହା ସହିତ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ପରିବାରର ସମସ୍ତ ସଦସ୍ୟ ଙ୍କ ଆୟୁଷ ବହୁତ ଲମ୍ବା ହୋଇଥାଏ । ନିଜ ନିଜ ମଧ୍ୟରେ ଏକତା ତଥା ସାହାର୍ଯ୍ୟ ର ଭାବନା ବଜାୟ ରହିଥାଏ । ଯଦି ଠାକୁର ଘର ଉତ୍ତର ଦିଗରେ ହୋଇଥାଏ । ତେବେ ଘରର ସଦସ୍ୟ ମାନେ ଅନେକ ବିଦ୍ୟାର ବିଦ୍ଵାନ ହୋଇଥାନ୍ତି । ଏହା ସହିତ ଅନେକ କଳା ଓ ନୃତ୍ୟ ରେ ପାରଙ୍ଗମ ହୋଇଥାନ୍ତି । ଯଦି ଠାକୁର ଘର ପୂର୍ବ ଦିଗରେ ରୁହେ, ତେବେ ଘରର ମୁଖିଆ ସାତ୍ଵିକ ବିଚାରର ହୋଇଥାନ୍ତି ।

ସମୟରେ ଏହି ବ୍ୟକ୍ତି ବିଶେଷ ପ୍ରତିଷ୍ଠିତ ହୋଇଥାନ୍ତି । ସେମାନଙ୍କ କୀର୍ତ୍ତି ପ୍ରସିଦ୍ଧ ଲାଭ କରିଥାଏ । ମାତ୍ର ଯଦି ଅଗ୍ନୀକୋଣ ଅଥବା ଦକ୍ଷିଣ ଦିଗ ରେ ଠାକୁର ଘର ରହିଥାଏ ତେବେ ସେହି ଘରର ସଦସ୍ୟଙ୍କର ରକ୍ତ ସମ୍ବନ୍ଧୀୟ ରୋଗ ରହିଥାଏ । ଏବଂ ଘରର ମୁଖିଆ ଅତ୍ୟନ୍ତ କ୍ରୋଧୀ ହୋଇଥାନ୍ତି । ଯଦି ଠାକୁର ଘର ନେଈରତ୍ୟ କୋଣ ରେ ଠାକୁର ଘର ରହିଲେ, ସେହି ଘରର ମୁଖିଆ ଙ୍କୁ ପେଟ ରୋଗ ହୋଇଥାଏ ।

ଏବଂ ସେମାନେ ଅତ୍ୟଧିକ ଲୋଭୀ ସ୍ଵଭାବର ହୋଇଥାନ୍ତି । ନିଜ ଲାଭ ନିମନ୍ତେ ଅନ୍ୟକୁ ଧୋକା ଦେଇଥାନ୍ତି । ପଶ୍ଚିମ ଦିଗରେ ଠାକୁର ଘର ରହିଲେ, ସେହି ଘରର ମୁଖିଆ ସମସ୍ତଙ୍କୁ ଧର୍ମ ର ଉପଦେଶ ଦେଇଥାନ୍ତି । ମାତ୍ର ନିଜେ ଧର୍ମ ର ଅବମାନନା କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବାସ୍ତୁ ସମ୍ବନ୍ଧୀୟ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *