ମୁଣ୍ଡର ରୂପୀକୁ ସବୁଦିନ ପାଇଁ ଏହି ଉପାୟ ଦ୍ଵାରା ଗାୟବ କରନ୍ତୁ, Hair care tips

ବନ୍ଧୁଗଣ ମୁଣ୍ଡର ରୂପୀ ବା ଡାଣ୍ଡରଫ ଏକ ଏଭଳି ସମସ୍ଯା ଅଟେ । ଯାହା ମୁଣ୍ଡରେ ହେଲା ମାତ୍ରେ ତାହା ଜମାରୁ ମଧ୍ୟ ଭଲ ଲାଗିନଥାଏ । ବହୁତ ଜଣଙ୍କୁ ତ କେବଳ ଶୀତ ଦିନରେ ହିଁ ରୂପୀ ସମସ୍ଯା ହୋଇଥାଏ । ହେଲେ ଅନେକ ଜଣଙ୍କୁ ଶୀତ ଦିନ ଛଡା ଅନ୍ୟ ସବୁ ସିଜିନରେ ମଧ୍ୟ ରୂପୀ ସମସ୍ଯା ଭୋଗିବାକୁ ପଡିଥାଏ । ତେବେ ଏହି ରୂପୀ ଭଳି ପ୍ରୋବ୍ଲେମକୁ ଦୂର କରିବା ପାଇଁ ଆମେ ଆପଣଙ୍କ ପାଇଁ ବହୁତ ଭଲ ହୋମ ରେମିଡି ଆଜି ନେଇକି ଆସିଛୁ । ଯାହାକି ବହୁତ ପ୍ରଭାବଶାଳୀ ଅଟେ ।

ଏହା ଆପଣଙ୍କ ମୁଣ୍ଡରୁ ସବୁ ରୂପୀକୁ ସଫା କରିବାରେ ବହୁତ ହେଲ୍ପ କରିବ । ତେବେ ଏହି ରେମିଡିକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମେ ନୀମପତ୍ରର ଦରକାର ପଡିବ । ନୀମପତ୍ର ରୂପୀ ଭଳି ପ୍ରୋବ୍ଲେମକୁ ମୁଣ୍ଡରୁ ଗାୟବ କରିବା ପାଇଁ ବହୁତ ଅଧିକ ମାତ୍ରାରେ ସାହାଜ୍ଯ କରିଥାଏ । ତେବେ ଏହି ନୀମପତ୍ରକୁ ବ୍ୟବହାର କରି କିଭଳି ଭାବେ ନିଜ ମୁଣ୍ଡର ରୂପୀକୁ ସଫା କରିବା ଚାଲନ୍ତୁ ସେ ବିଷୟରେ ଏଠାରେ ଜାଣିବା ।

ପ୍ରଥମେ କିଛି ନୀମ ପତ୍ରକୁ ତୋଳି ତାହାକୁ ଧୋଇ ସଫା କରିଦିଅନ୍ତୁ । ତାପରେ ତାହାର ସବୁ ଗୋଟି ଗୋଟି ପତ୍ର କାଢି ତାହାକୁ ଗ୍ରାଇଣ୍ଡିଙ୍ଗ ଜାରରେ ପକାଇ ଦିଅନ୍ତୁ । ତାପରେ ନୀମପତ୍ରକୁ ସାମାନ୍ୟ ପାଣି ଦେଇ ତାହାର ଜୁସ ପ୍ରସ୍ତୁତ କରନ୍ତୁ । ସେଥିରେ ଅଧିକ ପାଣି ନଦେଇ ଅଳ୍ପ ପାଣି ଦେଇ ଜୁଷ କରନ୍ତୁ । ତାପରେ ଆପଣ ଏକ ପାତ୍ରରେ କିଛି ନଡିଆ ତେଲକୁ ପକାଇ ତାହାକୁ ସାମାନ୍ୟ ଉଷୁମ କରି ଦିଅନ୍ତୁ ।

ତେଲ ଅଳ୍ପ ଉଷୁମ ହୋଇଯିବା ପରେ ସେଥିରେ ଆପଣ ପ୍ରସ୍ତୁତ କରି ରଖିଥିବା ନୀମ ଜୁଷକୁ ସେଥିରେ ଆଡ୍ କରନ୍ତୁ । ତେଲ ଥଣ୍ଡା ହୋଇଯିବା ପରେ ତାହାକୁ ଅନ୍ୟ ଏକ ଜାଗାକୁ ଛାଣି ନିଅନ୍ତୁ । ସେହି ନୀମପତ୍ରର ତେଲକୁ ଆପଣ କୌଣସି ଏକ ଡବାରେ ଷ୍ଟୋର କରି ରଖିଦିଅନ୍ତୁ । ଆପଣ ଏହି ତେଲକୁ ଲଗାଇ ପୁରା ରାତି ରହିପାରିବେ । ନଚେତ ଚୁଟି ସଫା କରିବାର 1 ରୁ 2 ଘଣ୍ଟା ପୂର୍ବରୁ ଏହି ତେଲକୁ ଲଗାଇ ଦେବେ । ତାପରେ ନିଜ ଚୁଟିକୁ ସଫା କରିଦେବେ ।

ଏହିପରି ନୀମପତ୍ରର ତେଲ ଲଗାଇ କିଛି ଥର ନିଜ ମୁଣ୍ଡକୁ ସଫା କରିଦେଖନ୍ତୁ । ଦେଖିବେ ଖୁବ ଶୀଘ୍ର ଆପଣଙ୍କର ମୁଣ୍ଡରୁ ସବୁ ରୂପୀ ଗାୟବ ହୋଇଯିବ । ଏହି ଉପାୟ ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଉପାୟ ଅଟେ । ଏଥିରୁ ଚୁଟିକୁ କୌଣସି ପ୍ରକାର ମଧ୍ୟ କ୍ଷତି ପହଞ୍ଚି ନଥାଏ ।

ତେବେ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଗୋଟେ ଲାଇକ୍ ଓ ଶେୟାର ନିହାତି ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *