ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଁଳା ଏକ ସ୍ୱାସ୍ଥ୍ୟକର ଫଳ ଅଟେ । ଏହାକୁ ଖାଇବା ଦ୍ୱାରା ଆମ ଶରୀର କୁ ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଥିବା ଭିଟାମିନ ସି ଆମ ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ । କିଛି ବ୍ୟକ୍ତି ଅଁଳା ର ଆଚାର ବନାଇ ଖାଇବାକୁ ପସନ୍ଦ କରନ୍ତି ଏବଂ କିଛି ଏହାର ମୁରବା ଖାଇବାକୁ ପସନ୍ଦ କରନ୍ତି । ସକାଳେ ଖାଲି ପେଟରେ ଅଁଳା ଖାଇବା ଦ୍ୱାରା ଅଥବା ଏହାର ଜୁସ ବନାଇ ପିଇବା ଦ୍ୱାରା ମଧ୍ୟ ଆମ ଶରୀର କୁ ଅନେକ ପ୍ରକାର ଫାଇଦା ମିଳିଥାଏ ।
ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ସକାଳେ ଖାଲି ପେଟରେ ଅଁଳା ଖାଇବା ଦ୍ୱାରା ଅଥବା ଏହାର ଜୁସ ବନାଇ ପିଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଅଁଳା ଜୁସ ପିଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । ଆପଣଙ୍କ ପାଚନ ତନ୍ତ୍ର ମଧ୍ୟ ମଜବୁତ ରହିଥାଏ । ଏହାଦ୍ବାରା ଆପଣଙ୍କ ପେଟ ଜନିତ କୌଣସି ସମସ୍ୟା ମଧ୍ୟ ଦେଖିବାକୁ ମିଳି ନଥାଏ । ଏହା ସହିତ ଅଁଳା ଜୁସ ପିଇବା ଦ୍ୱାରା ଏଥିରେ ଥିବା ଭିଟାମିନ ସି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ଏବଂ ଆପଣଙ୍କୁ ସର୍ଦି ଓ କାଶ ହୋଇ ନଥାଏ । ଅଁଳା ଜୁସ ପିଇବା ଦ୍ୱାରା ଏହା ଆପଣଙ୍କ ଶରୀର ରେ କୋଲେଷ୍ଟ୍ରଲ ମାତ୍ରା କୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏହା ଆପଣଙ୍କ ଶରୀର ର ଖରାପ କୋଲେଷ୍ଟ୍ରଲ କୁ କମ କରିଥାଏ ।
୨. ଦ୍ବିତୀୟତଃ, ଅଁଳା ର ଜୁସ ସହିତ ଯଦି ଆପଣ ଅଳ୍ପ ମହୁ ମିଶାଇ ସେବନ କରିବେ ତେବେ ଆପଣଙ୍କ ଶରୀର ର ରକ୍ତ ସଫା ରହିବ । ଏହା ସହିତ ଏହାର ଜୁସ ପିଇବା ଦ୍ୱାରା ଆପଣଙ୍କ କେଶ ଘନ ଓ ମଜବୁତ ରହିଥାଏ ଏବଂ ଯଦି ଆପଣଙ୍କ କେଶ ପାଚିଯାଇ ଧଳା ହୋଇଯାଏ ତେବେ କେଶ କୁ କଳା କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।
୩. ତୃତୀୟତଃ, ଯଦି ଆପଣଙ୍କୁ ପରିସ୍ରା କରିବା ସମୟ ରେ ଯନ୍ତ୍ରଣା ହେଉଛି ତେବେ ଦିନ କୁ ୩୦୦ ମିଲି ଲିଟର ଅଁଳା ଜୁସ ପିଅନ୍ତୁ । ଏହାଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ଆପଣ ଯେତେବେଳେ କୌଣସି ରାଗ ବା ମସଲା ଜାତୀୟ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କ ପେଟ ରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ପ୍ରତିଦିନ ଅଁଳା ଜୁସ ପିଇବେ ତେବେ ଆପଣଙ୍କ ଶରୀର ରେ ଗ୍ୟାସ ଭଳି ସମସ୍ୟା ସୃଷ୍ଟି ହେବ ନାହିଁ । ଏହା ସହିତ ଆପଣଙ୍କ ଆଖି ଜନିତ ଯଦି କୌଣସି ସମସ୍ୟା ରହିଛି ଅଁଳା ଜୁସ ପିଇବା ଦ୍ୱାରା ତାହା ଦୂର ହୋଇଥାଏ ଏବଂ ଏହା ଆଖି ର ଉଜ୍ଜ୍ୱଳତା ମଧ୍ୟ ବଢ଼ାଇ ଥାଏ ।
୪. ଚତୁର୍ଥତଃ, ଯେଉଁ ମହିଳା ମାନଙ୍କ ମାସିକ ଧର୍ମ ରେ କୌଣସି ଅସୁବିଧା ସୃଷ୍ଟି ହେଉଛି ତେବେ ଏହାକୁ ଦୂର କରିବା ନିମନ୍ତେ ଅଁଳା ଜୁସ ପିଅନ୍ତୁ । ଏହା ସହିତ ମଧୁମେହ ରୋଗୀ ମାନଙ୍କ ପାଇଁ ମଧ୍ୟ ଏହି ଜୁସ ଲାଭଦାୟୀ ହୋଇଥାଏ । ଯଦି ଆପଣ ପ୍ରତିଦିନ ଅଁଳା ଜୁସ ପିଇବେ ତେବେ ଆପଣଙ୍କ ଚେହେରା ରେ ଥିବା ସମସ୍ତ ପ୍ରକାର ଦାଗ ଦୂର ହୋଇଯିବ । ଚେହେରା ରେ ବ୍ରଣ ଓ କଳା ଦାଗ ଭଳି ସମସ୍ୟା ଏହା ଦୂର କରିଥାଏ ।
୫. ପଞ୍ଚମତଃ, ଯଦି ଆପଣ ପ୍ରତିଦିନ ଅଁଳା ଜୁସ ର ସେବନ କରିବେ ତେବେ ଏହା ଆପଣଙ୍କ କିଡ୍ନୀ ଓ ହାର୍ଟ କୁ ସୁସ୍ଥ ରଖିଥାଏ ଏବଂ ଏହା ସହିତ ପ୍ରତିଦିନ ଏକ ଗ୍ଲାସ ଅଁଳା ଜୁସ ପିଇବା ଦ୍ୱାରା କ୍ୟାନ୍ସର ଭଳି ଭୟଙ୍କର ରୋଗ ରୁ ମଧ୍ୟ ମୁକ୍ତି ମିଳିଥାଏ । ଅଁଳା ଜୁସ ପିଇବାର ସବୁଠାରୁ ଚମତ୍କାରୀ ଫାଇଦା ହେଉଛି ଏହା ଚେହେରା ର ଚମକ କୁ ସର୍ବଦା ବଜାୟ ରଖିଥାଏ ଏବଂ ବୟସ ବଢିବାର ଅନୁଭବ ହେବାକୁ ମଧ୍ୟ ଦେଇ ନଥାଏ । ତେଣୁ ଆପଣ ପ୍ରତିଦିନ ଅଁଳା ଜୁସ ପିଅନ୍ତୁ । ଏହା ଆପଣଙ୍କୁ ସର୍ବଦା ସୁସ୍ଥ ରଖିଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ