ଟଙ୍କା ବର୍ଷା କରୁଥିବା ଗଛ ! ଏହି ଉପାୟ କରିବା ଦ୍ଵାରା ସବୁ ମନୋସ୍କାମନା ପୂରଣ ହୋଇଥାଏ, Puja tips

ବନ୍ଧୁଗଣ ଆପଣ ମାନେ ଓସ୍ତ ଗଛକୁ ନିହାତି ଭାବେ ଦେଖିଥିବେ ଅଥବା ଏହାର ନାମକୁ ଶୁଣିଥିବେ । ଓସ୍ତ ଗଛକୁ ଶନିବାର ବ୍ୟତୀତ ଅନ୍ୟ କୌଣସି ବାରରେ ସ୍ପର୍ଶ କରିବା ମଧ୍ୟ ଅନୁଚିତ । ବିଶେଷ କରି ଭୁଲ କରି ମଧ୍ୟ ରବିବାର ଦିନ ଓସ୍ତ ଗଛକୁ ସ୍ପର୍ଶ କରନ୍ତୁ ନାହିଁ । କାରଣ ଏହି ଓସ୍ତ ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି । ରବିବାର ଦିନ ଓସ୍ତ ଗଛରେ ଅଲକ୍ଷ୍ମୀଙ୍କର ପ୍ରଭାବ ଅଧିକ ରହିଥାଏ ।

ତେଣୁ ଯଦି ରବିବାର ଦିନ ଏହି ଗଛକୁ ସ୍ପର୍ଶ କରିବେ । ତେବେ ଘରେ ଅଲକ୍ଷ୍ମୀଙ୍କର ପ୍ରଭାବ ପଡିବ । ତେଣୁ ପୂର୍ବକାଳର ଲୋକମାନେ ଓସ୍ତ ଗଛକୁ ସ୍ପର୍ଶ କରିବା ଉଚିତ ନୁହେଁ ବୋଲି ଅନେକ ସମୟରେ କହିଥାନ୍ତି । ତେବେ ଓସ୍ତ ଗଛକୁ କେଉଁ ଦିନ ଓ କିଭଳି ଭାବେ ପୂଜା କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ଚାଲନ୍ତୁ ସେ ବିଷୟରେ ଜାଣିବା ।

ଓସ୍ତ ଗଛରେ ଅନେକ ଦେବାଦେବୀ ବାସ କରିଥାନ୍ତି । ବିଶେଷ କରି ଶନିବାର ଦିନ ଓସ୍ତ ଗଛରେ ଭଗବାନ ଶନିଦେବଙ୍କର ପ୍ରଭାବ ଅଧିକ ରହିଥାଏ । ଯେଉଁ ବ୍ୟକ୍ତି ଶନିବାର ଦିନ ଓସ୍ତ ଗଛକୁ ନିଷ୍ଠା ସହକାରେ ପୂଜା କରିଥାଏ । ସେହି ବ୍ୟକ୍ତିକୁ ଭଗବାନ ଲକ୍ଷ୍ମୀ ଓ ନାରାୟଣଙ୍କ କୃପା ପ୍ରାପ୍ତ ହୋଇବା ସହ ଶନିଦେବଙ୍କର କୃପା ମଧ୍ୟ ମିଳିଥାଏ ।

ମାନ୍ୟତା ଅନୁଯାଇ ବୁଦ୍ଧଦେବ ଏହି ଓସ୍ତ ଗଛ ମୂଳରେ ଧ୍ୟାନ କରିଥିଲେ । ଯେଉଁ କାରଣରୁ ସେ ବହୁ ବୁଦ୍ଧିବିଦ୍ୟାର ଅଧିକାରୀ ହୋଇପାରିଥିଲେ । ତେଣୁ ଓସ୍ତ ବୃକ୍ଷକୁ କାଟିବା ଅନୁଚିତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯେଉଁ ବ୍ୟକ୍ତି ଓସ୍ତ ଗଛକୁ କାଟିଥାଏ । ସେହି ବ୍ୟକ୍ତିକୁ ମହାପାପ ଲାଗିଯାଇଥାଏ ।

ଯଦି ଅତି ଦରକାର ପଡିଥାଏ । ତେବେ କୌଣସି ପଣ୍ଡିତଙ୍କୁ ଡାକି ପୂଜାପାଠ କରି ଅନ୍ୟ କୌଣସି ସ୍ଥାନରେ ଓସ୍ତ ବୃକ୍ଷ ଲଗାଇବା ପରେ ଯାଇ ଓସ୍ତ ବୃକ୍ଷକୁ କାଟିପାରିବେ । ଓସ୍ତ ଗଛକୁ ପ୍ରତିଦିନ ଜଳ ଅର୍ପଣ କରିଲେ । ଏଥିସହ ଏଥିସହ ଓସ୍ତ ଗଛ ଚାରିପାଖରେ ପରିକ୍ରମା କରିଲେ । ଘରର ସବୁ ଆର୍ଥିକ ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ।

ବ୍ୟକ୍ତିର ରୋଗ, ରୁଣ ଓ ଶତ୍ରୁ ସବୁ ବିନାଶ ହୋଇଥାଏ । ତେବେ ବିଶେଷ କରି ଶନିବାର ଦିନ ଏହି ଓସ୍ତଗଛକୁ ପୂଜା ଅର୍ଚନା କରିବା ଦ୍ଵାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *