ତାହା କେଉଁ ଜିନିଷ, ଯାହା ପାଣି ହେଲେ ବି ଖରାରେ ଶୁଖେ ନାହିଁ, Clever GK Question

ହସ ମଜାଳିଆ କଥା ସମସ୍ତଙ୍କୁ ଭଲ ଲାଗିଥାଏ  । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ଦେଖିବାକୁ ଗୋଲ୍ କିନ୍ତୁ ବଲ୍ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ସମସ୍ତେ ଖେଳନ୍ତି । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର;- ବେଲୁନ୍ ।

2- ସେ ମୁଣ୍ଡ ନାହିଁ ତଥାପି କ୍ୟାପ ପିନ୍ଧେ ?

ଉତ୍ତର;- ବୋତଲ ।

3- ମୁଁ ଜଣେ ମଣିଷକୁ ଦୁଇ ଜଣ କରିଦିଏ । ମୁଁ କିଏ ?

ଉତ୍ତର;- ଆଇନା ।

4- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ । କାନ ନାହିଁ କିନ୍ତୁ ଶୁଣିପାରେ । ସେ ଜଣଙ୍କ କିଏ ?

ଉତ୍ତର;- ସାପ ।

5- ସେ କିଏ ଯିଏ ସବୁବେଳେ ତା ମୁହଁକୁ ଭୁଇଁରେ ଘସୁଥାଏ ?

ଉତ୍ତର;- ଝାଡୁ ।

6- କେଉଁ ଦୀପ ଜଳେ ନାହିଁ ?

ଉତ୍ତର;- ପାରାଦୀପ ।

7- ତାହା କେଉଁ ଜିନିଷ ଯାହା ପାଣି ହେଲେ ଖରାରେ ମଧ୍ୟ ସୁଖେ ନାହିଁ ?

ଉତ୍ତର;- ଝାଳ ।

8- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ । କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର;- ଅନ୍ଧ ଲୋକଙ୍କ ବାଡି ।

9- ସେ କେଉଁ ଫୁଲ ଯାହା କେବେହେଲେ ଫୁଟି ନଥାଏ ?

ଉତ୍ତର;- ଏପ୍ରିଲ ଫୁଲ୍ ।

10-  ଫୁଲ ନହେଲେ ବି ବାସ୍ନା ହୁଏ । ଈର୍ଷା ନଥିଲେ ବି ଜଳିଥାଏ । ତାହା କଣ ?

ଉତ୍ତର;- ଧୂପକାଠି ।

11- ଟିକି ବାଛୁରୀ ବେକରେ ପଘା । ଟିକି ଦାନ୍ତରେ କାମୁଡେ ଲୁଗା । ଏହାର ଉତ୍ତର କଣ ?

ଉତ୍ତର;- ଛୁଞ୍ଚି ସୂତା ।

12- ତାହା କଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉତ୍ତର;- ଜ୍ଞାନ ।

13- ଲୋକମାନେ ମୋତେ ଖାଇବା ପାଇଁ କିଣନ୍ତି । କିନ୍ତୁ ଖାଇ ନଥାନ୍ତି । ମୁଁ କିଏ ?

ଉତ୍ତର;- ଚାମଚ ।

14- ଦଶ ଟଙ୍କାରେ ଏମିତି କଣ କିଣିବା ଯାହା ଦ୍ଵାରା ପୁରା କୋଠରୀ ଭରିଯିବ ?

ଉତ୍ତର;- ଦିଆସିଲି ଓ ମହମବତୀ ।

15- ନଧୋଇ ସମସ୍ତେ ଖାଆନ୍ତି । ଖାଇ ସାରି ଅନୁତାପ କରନ୍ତି । କହିବାକୁ ମଧ୍ୟ ଲାଜ କରନ୍ତି । ତାହା କଣ ?

ଉତ୍ତର;- ଚପଲ ବା ଜୋତା ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *