କେଶ ଝଡ଼ିବା ସମସ୍ୟାର କାରଣ ଓ ନିରାକରଣ ! Dr Manas Ranjan Puhan

ବନ୍ଧୁଗଣ କେଶ ଝଡିବା ସମସ୍ଯାକୁ ନେଇ ଅନେକ ଲୋକ ବହୁତ ଚିନ୍ତିତ ହୋଇପଡୁଛନ୍ତି । କେଶ ଝଡିବାକୁ ରୋକିବା ପାଇଁ ବହୁତ ଲୋକ ବିଭିନ୍ନ ପ୍ରକାର ଘରୋଇ ଉପଚାର ମଧ୍ୟ ଆପଣାଉଛନ୍ତି । ତେବେ କେଶ ଝଡିବାର ନିରାକରଣ ଜାଣିବା ପୂର୍ବରୁ ପ୍ରଥମେ କେଶ ଝଡିବାର ପ୍ରମୁଖ କାରଣ ବିଷୟରେ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କ ମୁହଁରୁ ଜାଣିବା । କେଶ ଝଡିବା ଏକ କୌଣସି ପ୍ରକାର ନିର୍ଦ୍ଧିଷ୍ଟ ରୋଗ ହୋଇନଥାଏ । ବହୁ ଗୁଡିଏ କାରଣ ଯୋଗୁ ଚୁଟି ଝଡିଥାଏ ।

ଚୁଟି ଝଡିବାର ପ୍ରମୁଖ କାରଣ ହେଉଛି ଷ୍ଟ୍ରେସ । କାରଣ ବର୍ତ୍ତମାନର ଲୋକ ନିଜର ବିଭିନ୍ନ ପ୍ରକାର କାରଣକୁ ନେଇ ଅଧିକ ଚିନ୍ତାରେ ରହୁଥିବା ଯୋଗୁ ତାଙ୍କ ମୁଣ୍ଡରୁ କେଶ ଝଡିଯାଉଛି । ଲୋକଙ୍କର ଖରାପ ଖାଦ୍ୟଶୈଳୀ ଯୋଗୁ ମଧ୍ୟ ଚୁଟି ଝଡିବାକୁ ଲାଗିଥାଏ । ଏହା ଛଡା ବହୁତ ଲୋକଙ୍କର କିଛି ରୋଗ ହୋଇଥିବା ଯୋଗୁ ମଧ୍ୟ ହେୟାର ଲସ୍ ହୋଇଥାଏ । ଅନେକ ଲୋକଙ୍କର ବଂଶାନୁଗତ ଗୁଣ ଯୋଡୁ ବି ହେୟାର ଲସ୍ ହୋଇଥାଏ ।

ଯେଉଁ ମାନଙ୍କର ହରମୋନାଲ ଇମବାଲାନ୍ସ ହୋଇ ମୁଣ୍ଡରେ ବହୁତ ଅଧିକ ରୂପୀ ହୋଇଥାଏ । ସେହି କ୍ଷେତ୍ରରେ ମଧ୍ୟ ଅଧିକାଂଶ ଚୁଟି ଝଡିବାର କଥା ସାମ୍ନାକୁ ଆସିଛି । ତେଣୁ ଚୁଟି ଝଡିବାର ପ୍ରମୁଖ 3 ଗୋଟି କାରଣ ହେଉଛି । ଷ୍ଟ୍ରେସ, ହାର୍ମୋନାଲ ଇମବାଲାନ୍ସ କିମ୍ବା ମେଡ଼ିସିନ ଖାଇବା ଏହି 3 ଟି କାରଣ ମଧ୍ୟରୁ କୌଣସି ଏକ କାରଣ ପାଇଁ ଚୁଟି ଝଡିଥାଏ ।

ଦିନକୁ 20 ରୁ 30 ଟି ଚୁଟି ଝଡିବା ସାଧାରଣ ଝଡିବା ଅଟେ । ତେଣୁ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ହେଲେ ଯଦି ଦିନକୁ 100 ରୁ ଅଧିକ ପରିମାଣର ଚୁଟି ଝଡୁଛି । ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ଅଟେ । ହେଲେ କୌଣସି କଥାକୁ ଅଧିକ ଚିନ୍ତା କରନ୍ତୁ ନାହିଁ ।

ଯଦି ଚୁଟି ଝଡିବାର ସମସ୍ଯା ରହିଥାଏ । ତେବେ ଚୁଟିକୁ ନେଇ ଅଧିକ ଷ୍ଟ୍ରେସ ନିଅନ୍ତୁ ନାହିଁ । କାରଣ ଏହାଦ୍ବାରା ମଧ୍ୟ ଅଧିକ ହେୟାର ଫଲ୍ ହୋଇଥାଏ । ତେଣୁ ଯଦି ଦିନକୁ 100 ରୁ ଅଧିକ ଭଳି ହେୟାର ଫଲ୍ ହେଉଥିବାର ଲକ୍ଷ କରୁଥାନ୍ତି । ତେଣୁ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ପ୍ରକାର ରେମିଡି, କି ତେଲ, ସାମ୍ପୁ ହେୟାରରେ ବ୍ୟବହାର କରନ୍ତୁ ନାହିଁ ।

ଏଥିସହ ପ୍ରତିଦିନ ସୁଷମ ଖାଦ୍ୟ ଖାଇବା ସହ କେଶର ସଠିକ ଭାବେ ଯତ୍ନ ନିଅନ୍ତୁ । ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *