ସ୍ଵାମୀ ଓ ସ୍ତ୍ରୀ ଏକାଠି ବସି ଭୋଜନ କରିଲେ କ’ଣ ହୋଇଥାଏ ? ନିହାତି ଜାଣନ୍ତୁ…Vojan Niyam

ବନ୍ଧୁଗଣ ଆମେ ମାନେ ସମସ୍ତେ ଖାଇଥାଉ । ହେଲେ ଖାଇବା ସମୟରେ ଆମକୁ କେଉଁ କେଉଁ ସବୁ ନିୟମର ପାଳନ କରିବାକୁ ପଡିଥାଏ ତାହା ମଧ୍ୟ ପ୍ରତ୍ଯେକ ବ୍ୟକ୍ତି ଜାଣିବା ଆବଶ୍ୟକ ଅଟେ । କାରଣ ଯେଉଁ ବ୍ୟକ୍ତି ଖାଦ୍ୟ ଖାଇବା ସମୟରେ ଏହି ସବୁ ନୀତିନିୟମକୁ ଧ୍ୟାନରେ ରଖି ଭୋଜନ ଗ୍ରହଣ କରିଥାଏ । ସେହି ବ୍ୟକ୍ତିକୁ ଭଗବାନଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇବା ସହ ସେହି ବ୍ୟକ୍ତି ସାରା ଜୀବନ ଆରୋଗ୍ଯ ରହିଥାଏ । ତେବେ କେଉଁ ସବୁ ନିୟମ ଆମ ସମସ୍ତଙ୍କୁ ଭୋଜନ କରିବା ସମୟରେ ପାଳନ କରିବା ଉଚିତ ଚାଲନ୍ତୁ ଜାଣିବା ।

1- ଭୋଜନ କରିବା ସମୟରେ ହାତ, ଗୋଡ ଏବଂ ମୁହଁ ଧୋଇ ଖାଦ୍ୟ ଖାଇବାକୁ ବସିବା ଉଚିତ ।  ଭୋଜନ କରିବା ପୂର୍ବରୁ ମାତା ଅର୍ଣ୍ଣପୂର୍ଣ୍ଣାଙ୍କୁ ପ୍ରଣାମ କରି ଭୋଜନ ଗ୍ରହଣ କରନ୍ତୁ । ପରିବାର ସମସ୍ତ ସଦସ୍ୟ ମିଶିକି ଭୋଜନ କରିବା ଦ୍ଵାରା ଘରର ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ ।

2- ପୂର୍ବ ଏବଂ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ । ଫଟା ବାସନରେ ଭୋଜନ କରିବା, ଖଟ ଉପରେ ବସି ଭୋଜନ କରିବା, ଠିଆ ହୋଇକି ଭୋଜନ କି ଚପଲ ମାଡିକି ଭୋଜନ ଏହି ପ୍ରକାର ଭୋଜନ କରିବା ଅନୁଚିତ । ଖାଦ୍ୟ ଉପରେ କିଏ ଡେଇଁକି ଯାଇଥିଲେ ସେଭଳି ଭୋଜନ ଗ୍ରହଣ କରିବା ଅନୁଚିତ ।

3- ବଢା ଯାଇଥିବା ଖାଦ୍ୟର ଅପମାନ କରିବା ଭୁଲ ଅଟେ । ତେଣୁ ଯାହା ବି ଖାଦ୍ୟ ପରଷା ଯାଇଥିବା ତାହାକୁ ଖୁସି ମନରେ ଗ୍ରହଣ କରିବା ଉଚିତ । ଅଇଁଠା ଭୋଜନକୁ ଖାଇବା ଅନୁଚିତ । କୌଣସି ପଶୁପକ୍ଷୀଙ୍କ ଦ୍ଵାରା ଛୁଆଁ ହୋଇଯାଇଥିବା ଭୋଜନ କରିବା ଅନୁଚିତ । ଖାଦ୍ୟକୁ ମୁହଁରେ ଫୁଙ୍କି ଥଣ୍ଡା କରାଯାଇଥିଲେ ସେଭଳି ଭୋଜନ କରିବା ଅନୁଚିତ । ଯେଉଁ ଖାଦ୍ୟରେ ଚୁଟି ବାହାରିଥିବ ତାହା ଖାଇବା ଅନୁଚିତ ।

4- କଞ୍ଜୁସ, ବେଶ୍ୟା, ମଦ୍ୟପ ଲୋକ ଏହିଭଳି ଲୋକଙ୍କ ଠାରୁ ଭୋଜନ ଗ୍ରହଣ କରିବା ଉଚିତ ହୋଇନଥାଏ । ଭୋଜନ କରିବା ସମୟରେ ମୌନ ରହି ଭୋଜନ ଗ୍ରହଣ କରିବା ନିୟମ ଅଛି ।

5-  ଖାଦ୍ୟ ଖାଉଥିବା ସମୟରେ କୌଣସି ପ୍ରକାର ସମସ୍ଯା ଉପରେ ଆଲୋଚନା କରନ୍ତୁ ନାହିଁ । ଯଦି ଦରକାର ପଡୁଛି ତେବେ ମୁହଁରୁ କେବଳ ସକାରାତ୍ମକ କଥା ବୋଲନ୍ତୁ ।

6- ସ୍ଵାମୀ ଓ ସ୍ତ୍ରୀ କୁ ଗୋଟିଏ ଥାଳିରେ ବସି ଭୋଜନ କରିବା ବାରଣ କରାଯାଇଛି । ଏହାକୁ ଠିକ ମାନାଯାଇନଥାଏ । ସ୍ଵାମୀ ଖାଇସାରିବା ପରେ ଯାଇ ସ୍ତ୍ରୀ ଭୋଜନ କରିବା ଉଚିତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *