ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ କାହିଁକି ଜଳ ଦାନ କରାଯାଏ ? ପ୍ରତିଦିନ ଜଳରେ କଣ ମିଶାଇ କେଉଁ ମନ୍ତ୍ର ପଢି ଜଳଦେବା ଉଚିତ୍ ?

ନମସ୍କାର ବନ୍ଧୁଗଣ , ଆଜି ଆମେ ଆପଣଙ୍କୁ କହିବା ବିଷୟ ହେଉଛି ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କଣ ପାଇଁ କରାଯାଏ ଓ ଜଳ ଦେବା ସମୟରେ ସେ ଜଳରେ କଣ ମିଶାଇ କେଉଁ ମନ୍ତ୍ର ଇଚ୍ଚାରଣ କରାଯାଏ । ଆପଣମାନେ ସମସ୍ତେ ଜାଣିଥିବେ ଯେ ମଣିଷ ସକାଳୁ ଉଠିଲା ପରେ ପ୍ରଥମେ ସୂର୍ଯ୍ୟଙ୍କ ପୂଜା କରିଥାଏ ଓ ଏହା ଶାସ୍ତ୍ର ନିୟମ ଅଟେ । ଶାସ୍ତ୍ର ବିଷୟଗୁଡିକୁ ପାଳନ କରିବା ଦ୍ଵାରା ଆମେ ଆମମାନଙ୍କ ଜୀବନରେ ଆର୍ଶୀବାଦ ପ୍ରାପ୍ତ କରିଥାଉ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟନାରାୟଣ ହେଉଛନ୍ତି ସକଳ ସୃଷ୍ଟି ର ଆଧାର ଓ ପ୍ରତ୍ୟେକ ଅନୁଷ୍ଠାନ କରିବା ପୂର୍ବତୁ ସୂର୍ଯ୍ୟଙ୍କ ପୂଜା କରିବା ନିହାତି ଜରୁରୀ ହୋଇଥାଏ । ଦୈନନ୍ଦିକ ଜୀବନରେ ଆପଣ ଦିନ ସାରା ଯାହା ବି କାମ କରନ୍ତୁ , ମାତ୍ର ପ୍ରଥମ କାର୍ଯ୍ୟ ହେଉଛି ସୂର୍ଯ୍ୟଙ୍କ ପୂଜା । ଭବିଷ୍ୟ ପୂରାଣ କୁହନ୍ତି , ଯେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଅଜ୍ଞ , ପୂଜା , ଜଳ କୁ ଅର୍ପଣ କରନ୍ତି ସେହିମାନେ ସମସ୍ତ ପ୍ରକାରର ବନ୍ଧନ ରୁ ମୁକ୍ତ ହୋଇ ମୋକ୍ଷ ଗତି କୁ ପ୍ରାପ୍ତ କରିଥାନ୍ତି ।

ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ପଛରେ କଣ କାରଣ ରହିଛି । ଶାସ୍ତ୍ର ନିୟମ ଅନୁସାରେ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ । କାରଣ ଅନ୍ୟ ପାତ୍ରରେ ଜଳ ଅର୍ପଣ କରିବା ଦ୍ଵାରା ଆମେ ଯେତେ ପୂଣ୍ୟ ପାଇଥାଉ ତମ୍ବା ପାତ୍ରରେ ଜଳ କରିବା ଦ୍ଵାରା ଶହେ ଗୁଣ ପୂଣ୍ୟ ପ୍ରାପ୍ତ କରିଥାଉ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ରକ୍ତଚନ୍ଦନ ,ଅକ୍ଷତ , ଶ୍ଵେତ ଚନ୍ଦନ , ରାଶି , ଗୁଡ , ସିନ୍ଦୁର ଏହି ସବୁ ମିଶେଇ ଆମେ ସୂର୍ଯ୍ୟନାରାୟଣ କୁ ଜଳ ଅର୍ପଣ କରିବା ଉଚିତ୍ ।

ଶାସ୍ତ୍ର ରେ କୁହାଯିଛି ଯେ ଯେଉଁମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସ୍ଵେତଚନ୍ଦନ ଓ ରକ୍ତଚନ୍ଦନ ଅର୍ପଣ କରନ୍ତି ସେ ସ୍ଵ ପରିବାର ସହିତ ସ୍ଵର୍ଗ ଜୁ ପ୍ରାପ୍ତ କରିଥାନ୍ତି । ତେଣୁ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଖାଲି ଜଳ କୁ ନା ଦେଇ ସେଥିରେ ଫୁଲ ଚନ୍ଦନ ମିଶେଇ ଅର୍ପଣ କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ଓମ୍ ଭୃ ସୂର୍ଯ୍ୟାହ ନମଃ  ମନ୍ତ୍ର କୁ ଉଚ୍ଚାରଣ କରି ଓ ମୁକ୍ତ ହସ୍ତ ରେ ଜଳ ଅର୍ପଣ କରିବାକୁ ଶାସ୍ତ୍ର କହିଥାଏ ।

ଆପଣ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ବୃଦ୍ଧା ଅଙ୍ଗୁଳି କୁ ତର୍ଜନୀ ଅଙ୍ଗୁଳି ଠାରୁ ଦୂର ରେ ରଖିବେ ନ ହେଲେ ତାହା ରାକ୍ଷସ ଅଙ୍ଗୁଳି ହୋଇଥାଏ । ନଦୀ , ସମୁଦ୍ର ଆଦି ରେ ଆପଣ ଅଧା ବସ୍ତ୍ରରେ ଜଳ କୁ ଅର୍ପଣ କରିପାରିବେ ମାତ୍ର ସ୍ଥଳ ଭାଗରେ ଆପଣ ଅଧା ବସ୍ତ୍ରରେ ଜଳକୁ ଅର୍ପଣ କରିପାରିବେ ନାହିଁ ।

ଶୁଖିଲା ବସ୍ତ୍ର ରେ ସ୍ଥଳ ଭାଗରେ ଜଳ ଅର୍ପଣ କରିବା ଆରଆର ଶାସ୍ତ୍ରୀୟ ବିଧି ରହିଛି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *