ମୃତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି ଏହି 4 ଟି ସନ୍ଦେଶ, କଣ ଆପଣଙ୍କୁ ମିଳୁ ନାହିଁ ତ ଏପରି ସଙ୍କେତ ?

ନମସ୍କାର ବନ୍ଧୁଗଣ ,  ପୃଥିବୀରେ  ମଣିଷ ରୂପରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ଲୋକକୁ ଦିନେ ଧାରା କୁ ଛାଡି ଯିବାକୁ ପଡିଥାଏ । ଜନ୍ମ ଯେମିତି ସତ୍ୟ ମରଣ ମଧ୍ୟ ସୁନିଚିତ ହୋଇଥାଏ । ଦୁନିଆରେ କିଏ ବି ଅମର ହେଇକି ରହିବ ନାହିଁ । ଆପଣମାନେ ତ ଜାଣିଥିବେ ଏହି ଧାରା କୁ ଉଦ୍ଧାର କରିବା ପାଇଁ ଆସିଥିବା ଭଗବାନ ରାମ ଓ ଭଗବାନ ଶ୍ରୀ କୃଷ୍ଣ ସହିତ ନିଜର ଶରୀର କୁ  ତ୍ୟାଗ କରିବାକୁ ପଡିଥିଲା ।

ତେବେ ମଣିଷ କେତେ ମାତ୍ର ଅଟେ ମରଣ ସମସ୍ତଙ୍କ ନିକଟ କୁ ନିଶ୍ଚିତ ଆସିବ । ମରଣ ପରେ ମଣିଷ ଅନନ୍ତକାଳୀନ ଜୀବନର ଶୁଭାଆରମ୍ଭ ହୋଇଥାଏ ତାହାକୁ ସ୍ଵର୍ଗ ଓ ନରକ ଦୁଇ ଟି ମଧ୍ୟ ରୁ କୋଣସି  ଏକ ସ୍ଥାନ ରେ ଅନେକ ବର୍ଷ ପାଇଁ  ତାହାର କର୍ମ ର ଫଳ ଭୋଗିବାକୁ ପଡିଥାଏ । ଆପଣ ଯଦି ମୃତ୍ୟୁ ପରେ ମୋକ୍ଷ ର କାମନା କରନ୍ତି ତେବେ ଜଗତ ରେ ଥିବା ବେଳେ ଭଲ କର୍ମ ରେ ଜୀବନ କୁ କାଟିବା ଉଚିତ୍ ।

କାରଣ ମଣିଷ ର କର୍ମ ସ୍ଵର୍ଗ ଓ ନରକ କୁ ନିର୍ଣ୍ଣୟ କରିଥାଏ । ଆମ ପ୍ରାଚୀନ ଶାସ୍ତ୍ରରେ କୁହାଯାଇଛି ଯେ ସତ କର୍ମ ରେ ନିଜକୁ ନିୟଜିତ  କରିଥିବା ଲୋକେ ସଂସାର ରେ କଷ୍ଟ ଭୋଗ କରିଥାଏ ମାତ୍ର ମୃତ୍ୟୁ ପରେ ସେ ମୋକ୍ଷ କୁ ପ୍ରାପ୍ତ କରି ସୁଖ ରେ ରହିଥାଏ । ମାତ୍ର ଜଗତ ରେ ମନ୍ଦ କାମ କରି ସୁଖ ରେ ଜୀବନ ଅତିବାହିତ କରିଥିବା ଲୋକମାନେ ମରଣ ପରେ ନରକ ରେ ତାଙ୍କର କୁକର୍ମ ର ଫଳ ଭୋଗିଥାନ୍ତି ।

ଯମରାଜ ମଣିଷର ନିବେଦନ କୁ ଶୁଣି ମରଣ ଆସିବା ପୂବାରୁ ଦେଇଥାନ୍ତି 4 ଟି ସନ୍ଦେଶ  ।  ଅକାଳ ମୃତୁ ସମ୍ବନ୍ଧ ରେ କୁହାଯାଇ ନାହିଁ ବୟସ ବଢିବା ସମୟରେ ଯମରାଜ ଦେଇଥାନ୍ତି ଏହି ସନ୍ଦେଶ । 1- ଆପଣମାନେ ଦେଖିଥିବେ ବୟସ ଅଧିକ ହେବା ସମୟ ରେ ଆପଣଙ୍କ ଚୁଟି ଧଳା ହୋଇଥାଏ ଏହା ମଧ୍ୟ ସନ୍ଦେଶ ଥାଏ କି ମରଣ ନିକଟବର୍ତ୍ତୀ  ।

2- ବୟସ ବଢିବା ସହ ଆପଣଙ୍କ ଦାନ୍ତ ଦୁର୍ବଳ ହୋଇଯାଏ ଖାଇବାକୁ ହୋଇନଥାଏ ତେଣୁ ଆପଣଙ୍କୁ ଜଗତ ମୋହ ମାୟାକୁ ଛାଡି ଇଶ୍ଵର ଆଡ କୁ ନିଜର ମନକୁ ରଖିବା ଉଚିତ୍ । 3- ଯେତେ ବେଳେ ଆପଣଙ୍କ ଜ୍ଞାନ ଇନ୍ଦ୍ରିୟ କମ୍ ହେଇଯାଏ ତେବେ ଆପଣଙ୍କ ଦେଖିବା ଓ ଶୁଣିବା ଶକ୍ତି କମ୍ ହୋଇଥାଏ । ଆପଣ ଜାଣିନେବେ ଯେ ସମୟ ଆସିଲାଣି ତେଣୁ ଶରୀର ର ଚିନ୍ତା ତ୍ୟାଗ କରି ଆତ୍ମା ପ୍ରତି ଧ୍ୟାନ ଦେବା ଦରକାର ।

4- ବୁଢା ହେବା ସମୟରେ ଅଣ୍ଟା ବଙ୍କା ହୋଇଯାଏ ଓ ଶରୀରର ଓଜନ ଅଣ୍ଟା ସମ୍ଭାଳି ପାରିନଥାଏ । ଏହି ସମୟରେ ଇଶ୍ଵର କୁହନ୍ତି କି ମଣିଷ ଉପରେ ଭରସା ନ ରଖି ମୋ ଉପରେ ନିର୍ଭର ରହିବା ଉତ୍ତମ ହୋଇଥାଏ । ଏହି 4 ଟି ସନ୍ଦେଶ ଯମରାଜ ଦେଇଥାନ୍ତି ମୃତ୍ୟୁ ପୂର୍ବରୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *