ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ, ଖୋଲିଯିବ ଭାଗ୍ୟ, ଧନ ଦୌଲତରେ ଭଣ୍ଡାର ହେବ ପୂର୍ଣ୍ଣ

ବନ୍ଧୁଗଣ, ଭଗବାନ ଶିବଙ୍କର କୃପାହେଲେ ଆପଣଙ୍କ ଜୀବନର ସମସ୍ତ ଦୁଖଃ କଷ୍ଟ ନିଶ୍ଚିତ ଭାବରେ ଦୂର ହେବ । ୧୨ ଗୋଟି ମାସ ମଧ୍ୟରୁ କିଛି ମାସ ଏଭଳି ରହିଅଛି ଯାହାକୁ ଧର୍ମମାସ ଭାବରେ ଗଣାଯାଇଥାଏ । ଏଥି ମଧ୍ୟରୁ ଶ୍ରାବଣ ମାସ ହେଉଛି ଅନ୍ୟତମ । ସୋମବାର ଭଗବାନ ଶିବଙ୍କୁ ଅର୍ପଣ କରାଯାଇଅଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବିଧିପୂର୍ବକ ପୂଜା କରିଲେ ଆପଣଙ୍କର ସମସ୍ତ ମନୋଷ୍କାମନା ପୂର୍ଣ୍ଣ ହୋଇଯାଇଥାଏ ।

୧;- ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଓମ ନମଃ ଶିବାୟ ଜପ କରି ଶିବଲିଙ୍ଗ ଉପରେ ୧୦୮ ଥର ଜଳ ଅର୍ପଣ କରନ୍ତି ତେବେ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ମନୋଷ୍କାମନା ପୂରଣ ହେବ । ଏହି କାମକୁ ନିଶ୍ଚିତ ଭାବରେ ଏହି ଶ୍ରାବଣ ମାସରେ କରିବା ନିମନ୍ତେ ଚେଷ୍ଟା କରନ୍ତୁ ।

୨;- କ୍ଷୀର, ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ କ୍ଷୀରରେ ଭଗବାନ ଶିବଙ୍କର ଅଭିଷେକ କରିବେ ତେବେ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଏହା ସହିତ ଆପଣଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ଶାନ୍ତି ପ୍ରାପ୍ତ ହେବ ।

୩;- ଚିନୀ, ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ ଚିନୀ ଅର୍ପଣ କରିବେ, ତେବେ ଆପଣଙ୍କ ଘରେ ସୁଖସମୃଦ୍ଧି ବଢିବା ସହିତ ଆପଣଙ୍କ ଉପରେ ସଦାସର୍ବଦା ଭଗବାନ ଶିବଙ୍କର କୃପାଦୃଷ୍ଟି ରହିବ । ଏହା ସହିତ ଆପଣଙ୍କର ସବୁ ଅଭିଳାଷ ପୂରଣ ମଧ୍ୟ ହେବାକୁ ଲାଗିବ ।

୪;- ଘିଅ, ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କର ଅଭିଷେକ ଘିଅରେ କରିବେ, ତେବେ ଆପଣଙ୍କ ଜୀବନରେ ସବୁ ଦୁଖଃ କଷ୍ଟ ଦୂର ହେବାକୁ ଲାଗିବ । ଯେଉଁ ଲୋକମାନେ ସନ୍ତାନ ସୁଖପ୍ରାପ୍ତି ହେବାକୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ଖୁବ ଶୀଘ୍ର ସୁଖଦ ସମାଚାର ପ୍ରାପ୍ତ ହେବାକୁ ଲାଗିବ ।

୫;- ମହୁ, ଯଦି ଆପଣ ଭଗବାନ ଶିବଙ୍କର ଅଭିଷେକ ମହୁରେ କରିବେ ତେବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଆପଣଙ୍କୁ କେବେ ମଧ୍ୟ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

୬;- ଭାଙ୍ଗ, ଯଦି ଆପଣ ଶ୍ରାବଣ ମାସରେ  ସୋମବାର ଦିନ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ । ଏବଂ ଆପଣ ନିଜ ଜୀବନର ସବୁ ସୁଖ ଭୋଗ କରିବେ ।

୭;- ଚନ୍ଦନ, ଯଦି ଆପଣ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବେ ତେବେ ଆପଣଙ୍କର ଅଭିଳାଷ ଖୁବ ଶୀଘ୍ର ପୂରଣ ହେବାକୁ ଲାଗିବ । ଏହା ସହିତ ଆପଣଙ୍କ ମନରେ ଥିବା ସମସ୍ତ ମନୋଷ୍କାମନା ପୂରଣ ହେବାକୁ ଲାଗିବ । ଏହାକୁ ଆପଣ ଶ୍ରାବଣ ମାସ ପ୍ରତ୍ୟକ ସୋମବାର ଦିନ କରିପାରିବେ ।

୮;- କେସର, ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ଉପରେ କେସର ଅର୍ପଣ କରିବେ, ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବାକୁ ଲାଗିବ । ଶ୍ରାବଣ ମାସର ସୋମବାର ଦିନ ଏହିଭଳି ଜିନିଷ ଶିବଲିଙ୍ଗ ଉପରେ ଅର୍ପଣ କରିବା ଦ୍ଵାରା ଆପଣଙ୍କୁ ଶୁଭଫଳ ଲାଭ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *