Astrology- କେଉଁ ବାରରେ ଜନ୍ମ ହେଲେ କଣ ସବୁ ଥାଏ ଲକ୍ଷଣ ?

ନମସ୍କାର ବନ୍ଧୁଗଣ, ସପ୍ତାହକ ସାତ ଦିନ ତଥା ବାରକୁ ଭଗବାନଙ୍କ ବାର ଭାବରେ ମନାଯାଏ । ସବୁ ବାରର ଅଲଗା ଅଲଗା ସ୍ଵାମୀ ଗ୍ରହ ରହିଥାଏ । ଯାହାର ପ୍ରଭାବ ସେହି ବାରରେ ଜନ୍ମ ହୋଇଥିବା ପିଲାଙ୍କ ଉପରେ ପଡିଥାଏ । ତେବେ କେଉଁ ବାରରେ ଜନ୍ମ ହେବା ଦ୍ଵାରା ପିଲାଙ୍କ ଉପରେ ତାହାର କି ପ୍ରଭାବ ପଡିଥାଏ ଏବଂ ପିଲାଙ୍କ ସ୍ଵାଭାବ କିଭଳି ରହିଥାଏ ଜୀବନ ସାରା ପାଇଁ ଏବଂ ତାଙ୍କ ଭାଗ୍ୟରେ କଣସବୁ ରହିଥାଏ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ତେବେ ଆସନ୍ତୁ ଜାଣିବା ।

ରବିବାର: ଏହି ବାରରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ସ୍ଵାଭାବ କ୍ରୋଧୀ ହୋଇଥାଏ । ସବୁବେଳେ କାମାତୁର ଭାବନା ରଖିଥାନ୍ତି । ଏବଂ ଅଭିମାନୀ ସ୍ଵାଭାବର ହୋଇଥାନ୍ତି । କ୍ରିଡାରେ ରୁଚି ରଖିଥାନ୍ତି ଏହି ବାରରେ ଜନ୍ମ ନେଇଥିବା ପିଲାମାନେ । ଏମାନେ ସ୍ତ୍ରୀକୁ ଭଲ ପାଇବା ସହ ଘର ପରିବାର ଲୋକଙ୍କୁ ମଧ୍ୟ ସୁଖ ଶାନ୍ତିରେ ସମ୍ଭାଳିରେ ରଖିଥାନ୍ତି । ନିଜ କାର୍ଯ୍ୟରେ ଏମାନେ ସବୁବେଳେ ଉତିର୍ଣ ହୋଇଥାନ୍ତି ।

ସୋମବାର: ଏହି ବାରରେ ଜନ୍ମ ନେଇଥିବା ପିଲାମାନେ ବହୁତ ଅଳସୁଆ ହୋଇଥାନ୍ତି । ଏବଂ ଅନ୍ୟମାନଙ୍କ ସମ୍ପର୍କରେ ସର୍ବଦା ଅଳ୍ପ ଭାବିଥାନ୍ତି । ଏମାନେ ନିଜ ଇଚ୍ଛା ମୁତାବିକ କାମ କରିବା ପାଇଁ ପସନ୍ଦ କରିଥାନ୍ତି । ସବୁଦିନ କିଛି ନା କିଛି ନୂଆ କରିବାର ଆଶା ଲାଗିରହିଥାଏ । କିନ୍ତୁ ଏଥିରେ ବିଫଳ ହୋଇଯାନ୍ତି ।

ମଙ୍ଗଳବାର: ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏବଂ ନିଜ କାର୍ଯ୍ୟକୁ ସମସ୍ତଙ୍କ ଠାରୁ ଉତ୍ତମ କରିବା କରିବା ପାଇଁ ପସନ୍ଦ କରନ୍ତି । ଯାହାଫଳରେ ଏମାନଙ୍କ କାମକୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି ।

ବୁଧବାର: ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭୋଗ ବିଳାସରେ ସମୟ କଟାଇଥାନ୍ତି । ଏହା ସହିତ ସମସ୍ତ କଥାକୁ ଗଭୀରତା ସହ ବିଚାର ମଧ୍ୟ କରିଥାନ୍ତି ଏମାନେ । ନିଜ ସ୍ତ୍ରୀକୁ ଏମାନେ ଖୁବ ଭଲ ପାଇବା ଦେଇଥାନ୍ତି । ଗୁରୁବାର: ଏହିଦିନ ଜନ୍ମ ହୋଇଥିବା ସ୍ଵାଭାବରେ ସରଲ ହୋଇଥାନ୍ତି ।  ଏମାନଙ୍କ ପାଇଁ ନିଜ ପରିବାର ଠାରୁ ବଡ ଆଉ କିଛି ହୋଇନଥାଏ । କିଛି ପାଇବାର ପ୍ରୟାସରେ ଏମାନେ ଭଗବାନ ଏବଂ ନିଜ ଉପରେ ଭରସା ବଜାୟ ରଖିଥାନ୍ତି ।

ଶୁକ୍ରବାର: ଏହି ଦିନ ଜନ୍ମିତ ଲୋକ ନୀତି ନିୟମକୁ ଆଖି ଆଗରେ ରଖି ଚାଲିବା ପାଇଁ ପସନ୍ଦ କରିଥାନ୍ତି । ଯେତେ ଖରାପ ପରିସ୍ଥିତି ହେଉ ନା କାହିଁକି ବାହାରିବାର ବାଟ ଏମାନଙ୍କ ପାଖରେ ଥାଏ । ଶନିବାର: ନ୍ୟାୟ ପ୍ରିୟ ହୋଇଥାନ୍ତି ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି । ନିଜ ପାଖରେ ଯେତିକି ଥାଏ ସେତିକିରେ ଖୁସି ହୋଇଥାନ୍ତି ଅଧିକ ଆଶା କରନ୍ତି ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *