Health Tips- ଶରୀରରେ ହିମୋଗ୍ଲୋବିନର ଅଭାବ ଥିଲେ ହୋଇଯାନ୍ତୁ ସାବଧାନ ! ହୋଇପାରେ ଏହି ଭୟଙ୍କର ରୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିମୋଗ୍ଲୋବିନ ନାଲି ରକ୍ତ କୋଷିକା ମିଳୁଥିବା ପ୍ରୋଟିନ ହୋଇଥାଏ । ହିମୋଗ୍ଲୋବିନର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତ ମାଧ୍ୟମରେ ଶରୀରରେ ଅକ୍ଷିଜେନର ଯୋଗାଣ କରିବା । ଶରୀରରେ ହିମୋଗ୍ଲୋବିନ ଯେତେ କମ୍ ହୋଇ ହୋଇଯିବ । ସେତେ ପରିମାଣରେ ଶରୀରରେ ରକ୍ତର ଅଭାବ ପରିଲକ୍ଷିତ ହେବ । ଏହାର ଅର୍ଥ ରକ୍ତ ଦ୍ଵାରା ଶରୀରକୁ ଅକ୍ଷିଜେନର ଯୋଗାଣର କ୍ଷମତା ମଧ୍ୟ କମିଯିବ ।

ଯାହାକୁ ମେଡିକାଲ ଭାଷାରେ ଏନିମିଆ ବୋଲି କୁହାଯାଇଥାଏ । ଶରୀରରେ ହିମୋଗ୍ଲୋବିନର ପରିମାଣ ଯେତେ ମାତ୍ରାରେ କମିବାକୁ ଆରମ୍ଭ କରିବ । ସେତେ ମାତ୍ରାରେ ଶରୀରରେ ଏନିମିଆ ବଢିବାକୁ ଆରମ୍ଭ ହେବ । ଏହା ଦ୍ଵାରା ଶରୀରରେ ଦୁର୍ବଳତା ଅନୁଭବ ହେବ । ମୁଣ୍ଡରେ ବ୍ୟଥା ଆସିବ । କୌଣସି କାର୍ଯ୍ୟକୁ ଏକାଗ୍ରତା ସହ କରିବାକୁ ମନ ଲାଗିବ ନାହିଁ ।

ଏନିମିଆ ଭଳି ସମସ୍ଯା ପ୍ରାୟତଃ ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ । କାରଣ ମହିଳା ମାନଙ୍କର ମାସିକ ଋତୁସ୍ରାବ କ୍ରିୟା ହୋଇ ଶରୀରରୁ ରକ୍ତ ଯାଇଥାଏ । ଭାରତ ବର୍ଷରେ ମହିଳା ମାନଙ୍କ ପାଖରେ ଏନିମିଆ ବହୁ ପରିମାଣରେ ହେବାର ଦୃଷ୍ଟି ଗୋଚର ହୋଇଥାଏ । ଭାରତ ବର୍ଷର ୪୦ ପ୍ରତିଶତ ଲୋକ ଏନିମିଆରେ ପୀଡିତ ହୋଇଥାନ୍ତି ।

ହିମୋଗ୍ଲୋବିନର ମୁଖ୍ୟ କାର୍ଯ୍ୟ ଶରୀରକୁ ଅକ୍ଷିଜେନ ଯୋଗାଣ କରିବା । ତେଣୁ ଯେତେବେଳେ ହିମୋଗ୍ଲୋବିନ କମ୍ ହୋଇଥାଏ । ସେତେବେଳେ ଏହାର ଶରୀରକୁ ଅକ୍ଷିଜେନ ଦକ୍ଷତା ମଧ୍ୟ କମିଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତି ସ୍ଵାସ୍ଥକୁ ନେଇ ବହୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ମସ୍ତିସ୍କକୁ ଅକ୍ଷିଜେନର ଯୋଗାଣ କମ୍ ହେବା ଦ୍ଵାରା ମୁଣ୍ଡରେ ବାରମ୍ବାର ଚକର ଆସିବା ସହ କାମରୁ ଧ୍ୟାନ ବିଚ୍ଯୁତ ହୋଇଥାଏ ।

ଯଦି ହାର୍ଟରେ ଅକ୍ଷିଜେନର ଯୋଗାଣ କମ୍ ହୋଇଥାଏ । ତେବେ ହାର୍ଟ ଦୁର୍ବଳ ହୋଇ ହାର୍ଟ ଆଟାକ ଆସିବାର ସମ୍ଭାବନା ଅଧିକ ମାତ୍ରାରେ ରହିଥାଏ । ଯାହା ପ୍ରାଣଘାତୀ ମଧ୍ୟ ହୋଇପାରେ । ହିମୋଗ୍ଲୋବିନର ଅଭାବକୁ ପୂରଣ କରାନଗଲେ । ବ୍ୟକ୍ତି ଚିଡିଚିଡା ସ୍ଵଭାବର ହୋଇଯିବା ସହ ଡିପ୍ରେସନକୁ ମଧ୍ୟ ଯିବାର ସମ୍ଭାବନା ରହିଥାଏ । ଯଦି ଶରୀରରେ ନ୍ୟୁଟ୍ରିସନ ଅଭାବ କାରଣରୁ ହିମୋଗ୍ଲୋବିନ କମୁଥାଏ ।

ତେବେ ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢାଇବାକୁ ହେଲେ । ଅଙ୍କୁରିତ ଡାଲି, ସବୁଜ ପତ୍ର ଯୁକ୍ତ ପନିପରିବା, ଫଳ, ଡ୍ରାଏ ଫୃଟ୍, ସୋୟାବିନ, ମାଛ, ମାଂସ ଓ ଅଣ୍ଡା ଏହି ସବୁ ଖାଦ୍ୟକୁ ନିଜ ଖାଦ୍ୟ ରୁଟିନରେ ନିହାତି ସାମିଲ କରିବା ଉଚିତ । ଏହି ସବୁ ଖାଦ୍ୟ ଖାଇବା ସତ୍ବେ ମଧ୍ୟ ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢି ନଥାଏ କିମ୍ବା ଶରୀରରେ ଦେଖା ଯାଉଥିବା ଦୁର୍ବଳତା କମୁନଥାଏ ।

ତେବେ ନିହାତି ଭାବେ ଡାକ୍ତରଙ୍କର ପରାମର୍ଶ ନେଇ କେଉଁ କାରଣରୁ ଏହି ସବୁ ଲକ୍ଷଣ ପ୍ରକାଶ ପାଉଛି । ତାହା ତୁରନ୍ତ ଜାଣି ନିଜର ଚିକିତ୍ସା କରିନେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *