ସହିବାର ଶକ୍ତି ଯେଉଁ ବ୍ୟକ୍ତି ପାଖରେ ଥାଏ, ସେମାନେ କୋଟିଏ ରେ ଗୋଟିଏ (Motivational Quotes)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ମାତ୍ରକେ ସମସ୍ଯା ଲାଗି ରହିଥାଏ । ପ୍ରତ୍ଯେକଟି ମନୁଷ୍ୟ ନିଜର ସମସ୍ଯାକୁ ଦୂର କରି ନିଜ ଜୀବନକୁ ହସ ଓ ଖୁସିରେ ବଞ୍ଚିବାକୁ ପ୍ରୟାସ କରିବା ଉଚିତ । ସେହିପରି କିଛି ପ୍ରେରଣାତ୍ମକ ଭଲ ଭଲ ବାଣୀ ଆଜି ଜାଣିବାକୁ ପାଇବେ । ଯଦି ଆପଣଙ୍କୁ କିଏ ଖରାପ ଭାବୁଛନ୍ତି । ତେବେ ଏହି କଥାକୁ ନେଇ ଆପଣ ଅଧିକ ଚିନ୍ତା କରିବା ବା ମନ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ସେହି ଲୋକ ଆପଣଙ୍କୁ ସେତିକି ହିଁ ବୁଝିଛି ଯେତିକି ତାଙ୍କର ବୁଝିବାର ଶକ୍ତି ଅଛି । ବାରମ୍ବାର ଅପମାନ ହେବା ପରେ ଯେଉଁ ବ୍ୟକ୍ତି ଆପଣଙ୍କର ସାଥ୍ କେବେ ମଧ୍ୟ ଛାଡି ନଥାଏ । ସେହି ବ୍ୟକ୍ତି ନିର୍ଲଜ ନୁହେଁ । ସେହି ବ୍ୟକ୍ତିର ଜୀବନରେ ଆପଣଙ୍କ ସ୍ଥାନ ତା’ ଇଜ୍ଜତ ଠାରୁ ମଧ୍ୟ ବହୁତ ବଡ ହୋଇଥାଏ। ଯେଉଁ ବ୍ୟକ୍ତି ନିଜ ଦୁଃଖ ସହିତ ଲଢିବା ଶିଖିଯାଇଥାଏ ।

ସେହି ବ୍ୟକ୍ତି ହିଁ ଏହି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚିତ ହୋଇପାରେ । ଯେତେବେଳେ ସବୁ ଲୋକ ଆପଣଙ୍କର ସାଥ୍ ଛାଡି ଚାଲିଯାଇଥାନ୍ତି । ସେତେବେଳେ ଆପଣଙ୍କ ଭିତରେ ଥିବା ସାହସ ଓ ସ୍ଯାକ୍ତି ବାହାରକୁ ଆସିଥାଏ । କାରଣ ଅନ୍ୟ ବ୍ୟକ୍ତିର ସାହାରା ପାଇଯିବା କାରଣରୁ ଆପଣ ଦୁର୍ବଳ ହୋଇଯାଇଥାନ୍ତି ଓ ନିଜ ଭିତରେ ଥିବା ସାହସ ଓ ସମର୍ଥତାକୁ ଜାଣିପାରିନଥାନ୍ତି ।

ପ୍ରତ୍ଯେକଟି ମନୁଷ୍ୟର ଶିଖିବାର ପ୍ରକ୍ରିୟା କେବେବି ଶେଷ ହୋଇନଥାଏ । କାରଣ ପ୍ରତ୍ଯେକଟି ବ୍ୟକ୍ତି ପ୍ରତିଦିନ ପ୍ରତି ମୂହୁର୍ତ୍ତରେ କିଛି ନା କିଛି ଶିଖିବାକୁ ପାଇଥାଏ । ବ୍ୟକ୍ତି ତା’ ର ଜୀବନରେ କିଛି ଜିନିଷ ନିଜ ଭାଗ୍ୟ ବଳରେ ପାଇପାରେ କିମ୍ବା କିଛି ହରାଇପାରେ । କେବେବି ନିଜ ସ୍ଵାର୍ଥର ସାଧନା ପାଇଁ ଅନ୍ୟର ବ୍ୟବହାର କରିବା ଉଚିତ ହୋଇନଥାଏ ।

ବ୍ୟକ୍ତି ନିଜର ଦରକାର ଠାରୁ ଅଧିକ କାହା ପାଇଁ ନିଜର ମୂଲ୍ୟବାନ ସମୟକୁ ଦେଇଦେବା ଉଚିତ ନୁହେଁ । କାରଣ ଦରକାର ଠାରୁ କାହାକୁ ଅଧିକ ସମୟ ଦେଲେ ସେହି ବ୍ୟକ୍ତି ଧୀରେ ଧୀରେ ଆପଣଙ୍କୁ ହିଁ ପ୍ରଥମେ ଅନଦେଖା କରିବାକୁ ଆରମ୍ଭ କରିଦେବ । କୌଣସି ସମ୍ପର୍କରେ ଯଦି ଆବଶ୍ୟକତା ଠାରୁ ଅଧିକ ବଢିଯାଇଥାଏ । ତେବେ ସେହି ସମ୍ପର୍କ ଅନ୍ୟ ଜଣଙ୍କୁ ବୋଝ ପରିଲାଗିଥାଏ ।

ଯଦି ସେହି ସମ୍ପର୍କ ପ୍ରକୃତରେ ହୃଦୟରୁ ଯୋଡା ଯାଇଥାଏ । ତେବେ ତାହା ଆପଣଙ୍କର କେବେବି ସାଥ୍ ଛାଡିନଥାଏ । ଯଦି କୌଣସି ବ୍ୟକ୍ତି ଆପଣଙ୍କର ଭଲ ଗୁଣକୁ ଦୁର୍ବଳତା ଭାବୁଛନ୍ତି । ତେବେ ଆପଣ ଆଇନା ଆଇନା ହୋଇକି ରୁହନ୍ତୁ । ସମସ୍ଯା ତାଙ୍କର ଅଟେ ଯାହାର ମୁହଁ ଖରାପ ହୋଇଥାଏ ।

ସହିବାର ଶକ୍ତି ଯେଉଁ ମନୁଷ୍ୟ ପାଖରେ ଥାଏ । ସେ ସବୁ ପରିସ୍ଥିତିକୁ ବି ସାମ୍ନା କରିବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇକି ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *