ଗୋରା ପିଲା କିପରି ହୋଇଥାଏ ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Supriya Puranik

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବାପା ଓ ମାଆଙ୍କୁ ଦୁନିଆର ସବୁ ସୁଖ ଠାରୁ ସନ୍ତାନ ସୁଖ ବହୁତ ହିଁ ଭଲ ଲାଗିଥାଏ । ସବୁ ଦମ୍ପତି ବିବାହ ପରେ ସନ୍ତାନଟିଏ ପ୍ରାପ୍ତି ପାଇଁ ଇଛୁକ ରହିଥାନ୍ତି । ମା’ ଗର୍ଭସ୍ଥ ଥିବା ବେଳେ ଯେତେବେଳେ ପିଲାଟି ପେଟରେ ରହିଥାଏ । ମା’ ତଥା ସେମାନଙ୍କର ପରିବାର ସଦସ୍ୟ ସମସ୍ତଙ୍କର ସନ୍ତାନଟି ଗୋରା, ସୁନ୍ଦର ଓ ସୁସ୍ଥ ହୋଇ ଜନ୍ମ ହୋଇ ଜନ୍ମ ଗ୍ରହଣ କରୁ ବୋଲି ଆଶା ରହିଥାଏ ।

ସନ୍ତାନଟି କିପରି ହେବ ଅର୍ଥାତ ପିଲାଟିର ଶାରୀରିକ ଗଠନ କିଭଳି ରହିବ । ଏହା ମୁଖ୍ୟତଃ ପିଲାର ଜେନେଟିକ ତଥା ବଂଶାନୁଗତ ଗୁଣ ଉପରେ ନିର୍ଭର କରିଥାଏ । କାରଣ ପିଲାଟିର ବାପା, ମାଆ, ସେମାନଙ୍କର ରକ୍ତ ସମ୍ପର୍କୀୟ ସଦସ୍ୟଙ୍କର ଜେନେଟିକ ଆଧାରରେ ପିଲାର ଶାରୀରିକ ଗଠନ ପ୍ରାୟତଃ ଭାବରେ ହୋଇଥାଏ ।

କାରଣ ଯଦି ବଂଶରେ ସବୁ ସଦସ୍ୟ ଗୋରା ହୋଇଥିବେ, ତେବେ ପିଲା ର ରଙ୍ଗ ମଧ୍ୟ ଗୋରା ହେବାର ସମ୍ଭାବନା ବହୁତ ମାତ୍ରାରେ ରହିଥାଏ । ଯଦି ପିଲାଟିର ପରିବାରରେ ବାପା, ମା’ କିମ୍ବା ପରିବାରରେ ଜେଜେ ବାପା, ପିଇସୀ କୌଣସି ସଦସ୍ୟ ମଧ୍ୟ ହାଇଟରେ କମ୍ ରହିଥାନ୍ତି । ତେବେ ସ୍ଵାଭାବିକ ଭାବରେ ପିଲାଟିର ଉଚତା ମଧ୍ୟ କମ୍ ହେବାର ଅଧିକ ଭାବରେ ସମ୍ଭାବନା ରହୁଛି ।

ତେଣୁ ପିଲାର ଜେନେଟିକ ଗୁଣକୁ ପରିବର୍ତ୍ତନ ତ କରିହେବନାହିଁ । ମହିଳାଟି ଯେତେବେଳେ ଗର୍ଭବତୀ ରହିଥାଏ । ସେତେବେଳେ ପିଲାର ରଙ୍ଗ ଗୋରା ହେବା ପାଇଁ ବହୁତ କିଛି ଖାଦ୍ୟ ଉପରେ ଧ୍ୟାନ ଦେଇଥାଏ । ଯେପରି ବହୁତ ଲୋକଙ୍କ କହିବା ଅନୁସାରେ ପିଲାର ରଙ୍ଗ ଗୋରା ହେବା ପାଇଁ କେଶର,ଡ୍ରାଏ ଫୃଟ, କ୍ଷୀର, ବିଭିନ୍ନ ପ୍ରକାର ଫଳ, ଘିଅ, ନଡିଆ ପାଣି ସେବନ କରିବାକୁ ପରାମର୍ଶ ଦେଇଥାନ୍ତି ।

ଏହି ସବୁ ସ୍ଵାସ୍ଥକର ସାମଗ୍ରୀର ସେବନ ଦ୍ଵାରା ଗର୍ଭବତୀ ମା’ ଓ ତାହାର ଗର୍ଭସ୍ଥ ସନ୍ତାନର ସ୍ଵାସ୍ଥ ଉପରେ ଭଲ ପ୍ରଭାବ ପଡିଥାଏ । ଏହା ଶରୀର ପାଇଁ ହିତକର ହୋଇଥାଏ ସତ କିନ୍ତୁ ଏହାକୁ ଖାଇବା ଦ୍ଵାରା ଜନ୍ମ ହେବାକୁ ଯାଉଥିବା ପିଲାର ରଙ୍ଗ ଗୋରା ହୋଇଯାଇନଥାଏ । ପିଲାର ରଙ୍ଗ କିଭଳି ହେବ, ଏହା ତା’ ର ବଂଶାନୁଗତ ଗୁଣ ସୂତ୍ର ଉପରେ ନିର୍ଭର କରିଥାଏ ।

ବ୍ୟକ୍ତି ବହୁତ ଗୋରା ହେବା ଦ୍ଵାରା ମଧ୍ୟ ତାଙ୍କ ପାଇଁ ଏକ ସମସ୍ଯା ରହିଥାଏ । ଯେଉଁ ବ୍ୟକ୍ତି ବହୁତ ଗୋରା ହୋଇଥାନ୍ତି । ସେମାନଙ୍କ ସ୍କିନରେ ମେଲାନୀନ କମ୍ ପରିମାଣରେ ରହିଥାଏ । ଯେଉଁ ବ୍ୟକ୍ତି ମାନେ କଳା ବା ସାବନ ରଙ୍ଗର ହୋଇଥାନ୍ତି । ସେମାନଙ୍କ ସ୍କିନରେ ମେଲାନୀନ ଅଧିକ ପରିମାଣରେ ରହିଥାଏ ।

ଏହି ମେଲାନୀନ ସ୍କିନରେ ରହିବା ଦ୍ଵାରା ସ୍କିନକୁ ସୂର୍ଯ୍ୟଙ୍କ କିରଣରୁ ବଞ୍ଚାଇଥାଏ । ସେଥିପାଇଁ ଡାର୍କ ରଙ୍ଗର ବ୍ୟକ୍ତିଙ୍କୁ ଅଧିକ ସ୍କିନ କ୍ୟାନ୍ସର ହେବାର ସମ୍ଭାବନା ରହିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *