ଚେହେରା କୁ କେବେ ବି ବୁଢା ହେବାକୁ ଦେବନି ଏହି ଚମତ୍କାରୀ ଫୁଲ, 50 ବର୍ଷରେ ବି ଲାଗିବେ 22 ବର୍ଷ ପରି ଜବାନ- Health Tips

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଚେହେରାରେ ଅଧିକ ବୟସ ପର୍ଯ୍ୟନ୍ତ  ଚମକ ରହୁ, ଆପଣଙ୍କ କେଶ କଳା ଓ ଘନ ରହୁ, ଅଧିକ ବୟସ ହେବା ଯାଏ ଆପଣଙ୍କ ଆଖିରେ ଚମକ ରହୁ ଓ ପରିଣତ ବୟସରେ ମଧ୍ୟ ଆପଣ ବଳବାନ ରୁହନ୍ତୁ, ତେବେ ଆପଣ ସଦାବିହାରୀ ଫୁଲର ବ୍ୟବହାର ଓ ଉପକାରିତା ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଭାରତରେ ଏହି ଫୁଲ ପ୍ରାୟତଃ ପ୍ରତ୍ଯେକ ଘରେ ଥାଏ, ମାତ୍ର ଏହାର ଔଷଧୀୟ ଗୁଣ ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି । ତେବେ ବିଭିନ୍ନ ପ୍ରକାର ସମସ୍ଯା ପାଇଁ ଏହାକୁ କିପରି ବ୍ଯବହର କରିହେବ ଆସନ୍ତୁ ଜାଣିବା । ଯଦି ଆପଣଙ୍କ କେଶ ବହୁତ ମାତ୍ରାରେ ଝଡୁଛି  ଓ ପତଳା ଏବଂ ଧଳା ହେଇ ଯାଉଛି ତେବେ ଆପଣ ୭-୮ଟି ସଦାବିହାରୀ ଫୁଲ, ଓ ଗୋଟିଏ ଅଅଁଳାକୁ ହେମଦସ୍ତାରେ ଭଲ ଭାବେ କୁଟି ଦିଅନ୍ତୁ ।

ମନେ ରଖନ୍ତୁ ସବୁବେଳେ ବାଇଗଣି ରଙ୍ଗର ସଦାବିହାରୀ ଫୁଲ ହିଁ ବ୍ୟବହାର କରିବେ । ତା ପରେ ସେହି ମିଶ୍ରଣରେ ଏକ ରୁ ଅଧ ଚାମୁଚ ଖଟା ଦହି ଓ ଅଧ ଚାମୁଚ ମୁଲତାନି ମାଟି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଆପଣ ସପ୍ତାହରେ ତିନି ଥର ମୁଣ୍ଡ ଧୋଇବାର ଅଧ ଘଣ୍ଟା ଆଗରୁ କେଶରେ ଭଲ ଭାବେ ଲଗାଇ ଦିଅନ୍ତୁ ଓ ତା ପରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ସମସ୍ତ କେଶ ସମସ୍ଯା ଭଲ ହୋଇଯିବ ।

ଯଦି ଆପଣ ଦୀର୍ଘ ସମୟ ଧରି ଯବାନ ଦେଖା ଯିବାକୁ ଚାହୁଁଛନ୍ତି ଓ ଆପଣଙ୍କ ତ୍ଵଚା ଉଜ୍ବଳ ଏବଂ କୋମଳ ରହୁ ବୋଲି ଚାହୁଁଛନ୍ତି ତେବେ ୬-୭ଟି ବାଇଗଣି ରଙ୍ଗର ସଦାବିହାରୀ ଫୁଲ ନେଇ ଭଲ ଭାବେ ହେମଦସ୍ତାରେ କୁଟି ଦିଅନ୍ତୁ ଓ ସେଥିରେ ଏକ ଚାମୁଚ ଘି କୁଆଁରୀ ଜେଲ, ଏକ ଚାମୁଚ ମୁଲତାନି ମାଟି, ଅଧ ଚାମୁଚ ଟମାଟୋ ରସ ଓ ଅଧ ଚାମୁଚ ଆଳୁ ରସ ଦେଇ ଭଲ ଭାବେ ମିଶାଇ ଏକ ଫେସ ପ୍ୟାକ ପ୍ରସ୍ତୁତ କରି ନିଅନ୍ତୁ ।

ଯଦି ସେଥିରେ ଅଳ୍ପ ଚନ୍ଦନ ମିଶାଇବେ ତେବେ ଆହୁରି ମଧ୍ୟ ଭଲ ହେବ । ଏହି ପେଷ୍ଟକୁ ମୁହଁରେ ଫେସ ପ୍ୟାକ ଭଳି ଲଗାଇଲେ ଆପଣଙ୍କ ତ୍ଵଚା ଖୁବ ସୁନ୍ଦର ରହିବ ଓ ଆପଣ ଅଧିକ ବୟସ ପର୍ଯ୍ୟନ୍ତ ଯବାନ ଦେଖାଯିବେ । ଏହା ସହ ଆପଣ ସଦାବିହାରୀ ଫୁଲ ଓ ଅଅଁଳାକୁ ସେବନ ମଧ୍ୟ କରି ପାରିବେ । ଏହା ଆପଣଙ୍କ ତ୍ଵଚା ଓ ଶରୀର ପାଇଁ ଖୁବ ଉପଯୋଗୀ ହେବ ।

ଆପଣଙ୍କ ଶରୀରକୁ ହୃଷ୍ଟପୃଷ୍ଟ ରଖିବା ପାଇଁ ଆପଣ ୭-୮ଟି ସଦାବିହାରୀ ଫୁଲ ନେଇ ଭଲ ଭାବେ ହେମଦସ୍ତାରେ କୁଟି ଦିଅନ୍ତୁ ଓ ସେଥିରେ ଦେଢ ଗ୍ରାମ ମାତ୍ରାରେ ଅଶ୍ଵଗନ୍ଧା ଗୁଣ୍ଡ ମିଶାଇ ଉଷୁମ ପଣି ସହ ସେବନ କରନ୍ତୁ । ଏହା ସହ ଦିନ ସାରା ଭଲ ଖାଦ୍ଯ ମଧ୍ୟ ଖାଆନ୍ତୁ । ଦେଖିବେ ଆପଣଙ୍କ ଶରୀରକୁ ପ୍ରଚୁର ମାତ୍ରାରେ ଶକ୍ତି ମିଳିବ ଓ ଆପଣ ଫୁର୍ତ୍ତି ରହିବେ । ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ଆଖି ପାଇଁ ମଧ୍ୟ ଏହା ଖୁବ ଉପଯୋଗୀ ଅଟେ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *