ପାଦର ଆଙ୍ଗୁଠି ଏହି ପରି ଥିଲେ ମଣିଷ ହୋଇଥାଏ ବହୁତ ଭାଗ୍ୟଶାଳୀ- Astrology

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି ।

ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ .

ସେହିପରି ଶାସ୍ତ୍ର ରେ ଆମ ଶରୀର ର ବିଭିନ୍ନ ଅଙ୍ଗ ବିଷୟ ରେ ବର୍ଣ୍ଣନା କରାଯାଇଛି । କେଉଁ ଅଙ୍ଗ କିପରି ହେବା ଦ୍ଵାରା ବ୍ୟକ୍ତି ଟି ଭାଗ୍ୟଶାଳୀ ହୋଇଥାଏ ସେ ବିଷୟରେ ଶାସ୍ତ୍ର ରେ ଉଲ୍ଲେଖ ରହିଛି । ସେହିପରି ମନୁଷ୍ୟ ର ପାଦ ଆଙ୍ଗୁଠି କିପରି ହେବା ଦ୍ୱାରା ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ତାହା ଆଜି ଆମେ ଆପଣଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣଙ୍କ ପାଦ ର ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ସବୁଠାରୁ ବଡ଼ ହୋଇଥାଏ ଓ ଶେଷ ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ ତେବେ ଏହାକୁ ସେଲଟିକ ଆଙ୍ଗୁଠି କୁହାଯାଏ । ଏହିପରି ପାଦ ଥିବା ବ୍ୟକ୍ତି ବହୁତ ସାଧାରଣ ହୋଇଥାନ୍ତି । ଏହି ପରି ପାଦ ଥିବା ବ୍ୟକ୍ତି ଜୀବନ ରେ ବହୁତ ସଫଳତା ହାସଲ କରିଥାନ୍ତି । କିନ୍ତୁ ସଫଳତା ପାଇବା ପାଇଁ ଏମାନଙ୍କୁ ବହୁତ ସଂଘର୍ଷ ବା ପରିଶ୍ରମ କରିବାକୁ ପଡିଥାଏ । ଏହି ଲୋକ ମାନଙ୍କ ପାଖରେ ସମସ୍ତ ପରିସ୍ଥିତି ବା କାର୍ଯ୍ୟ କୁ ବୁଝିବା ପାଇଁ ର୍କ ଅଦ୍ଭୁତ ଶକ୍ତି ରହିଥାଏ । ଯାହା ଦ୍ୱାରା ସେ ସମସ୍ତ କାର୍ଯ୍ୟ କୁ ବୁଝି ବିଚାରି କରିଥାନ୍ତି ସଫଳତା ପାଇ ଥାଆନ୍ତି ।


୨. ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ର ପାଦ ର ବୁଢା ଆଙ୍ଗୁଠି ବଡ଼ ହୋଇଥାଏ ଓ ଅନ୍ୟ ସମସ୍ତ ଆଙ୍ଗୁଠି ସମାନ ହୋଇଥାନ୍ତି ତାହାକୁ ଜର୍ମାନୀକ ଆକୃତି ପାଦ କୁହାଯାଏ । ଏହି ଲୋକ ବହୁତ ଶାନ୍ତି ପ୍ରିୟ ହୋଇଥାନ୍ତି । ଏହି ଲୋକ କୌଣସି ବି କାମ କୁ ବହୁତ ଭାବି ବିଚାରି କରିଥାନ୍ତି । ଏହି ଲୋକ ମାନଙ୍କୁ ଯେ କୌଣସି କାର୍ଯ୍ୟ କରିବାକୁ ଦେଲେ ଏମାନେ ନିଜର ଚତୁରତା ର ସହିତ ସେହି କାର୍ଯ୍ୟ ରେ ସଫଳ ହୋଇଥାନ୍ତି । ଏହି ଲୋକ ମାନେ ନିଜର ଦାୟିତ୍ବ କୁ ସର୍ବଦା ବୁଝିଥାନ୍ତି । ନିଜ ପରିବାର ପାଇଁ ତାଙ୍କର ଥିବା କର୍ତ୍ତବ୍ୟ କୁ ନେଇ ସେ ସର୍ବଦା ଚିନ୍ତା କରିଥାନ୍ତି । ସେମାନେ ସମସ୍ତ କାର୍ଯ୍ୟ ରେ ନିଜର ବହୁତ ଭଲ ଅବଦାନ ଦେଇଥାନ୍ତି ।


୩. ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ର ପାଦ ର ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ଟି ବଡ଼ ହୋଇଥାଏ ଓ ଅନ୍ୟ କୌଣସି ଆଙ୍ଗୁଠି ସମାନ ହୋଇ ନ ଥାଏ ଏପରି ଆକୃତି ର ଆଙ୍ଗୁଠି କୁ ଗ୍ରୀକ ଆକୃତି ଆଙ୍ଗୁଠି କୁହାଯାଏ । ଏହି ଲୋକ ମାନେ ବହୁତ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏହି ଲୋକ ମାନଙ୍କୁ ବେଶୀ କଥାବାର୍ତ୍ତା କରିବା ପସନ୍ଦ ହୋଇ ନ ଥାଏ । ଏମାନେ ବହୁତ ଶାନ୍ତି ପ୍ରିୟ ହୋଇଥାନ୍ତି । ଏମାନେ ନିଜର ଭଲ କାମ ଓ ଭଲ ଦକ୍ଷତା ଦ୍ୱାରା ନଇଁ ସହିତ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାନ୍ତି । ସମାଜ ଓ ପରିବାର ରୁ ଏମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ମିଳିଥାଏ । ଏହି ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।


୪. ବନ୍ଧୁଗଣ ଯେଉଁ ବ୍ୟକ୍ତି ର ପାଦର ବୁଢ଼ା ଆଙ୍ଗୁଠି ସହିତ ପାଖ ଦୁଇ ଆଙ୍ଗୁଠି ସମାନ ହୋଇଥାଏ ସେଭଳି ଆକୃତି ର ପାଦକୁ ରୋମାନ ଆକୃତି ବୋଲି କୁହାଯାଏ । ଏହି ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ କମ ପରିଶ୍ରମ ରେ ସଫଳତା ହାସଲ କରିଥାନ୍ତି ଏବଂ ଏହି ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ମିଳିଥାଏ । ଯେଉଁ କାରଣରୁ ଏମାନେ ଭାଗ୍ୟବାନ ବ୍ୟକ୍ତିତ୍ବ ରେ ଗଣା ହୋଇଥାନ୍ତି ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *