ରାତିରେ ଶୋଇବା ସମୟରେ ୨ ଟି ଲବଙ୍ଗ ଖାଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି, ଯଦି ଆପଣ ବି ଖାଉଛନ୍ତି ଲବଙ୍ଗ ତ ନିଶ୍ଚୟ ଦେଖନ୍ତୁ

ଆମ ରୋଷେଇ ଘରେ ଥିବା ମସଲା ଗୁଡିକର କୌଣସି ନା କୌଣସି ଔଷଧୀୟ ଗୁଣ ଅବଶ୍ୟ ରହିଛି । ସମସ୍ତ ମସଲା ଗୁଡିକ ଆମ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାନ୍ତି ଓ ଆମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାନ୍ତି ।

ଆଜି ସେହି ମସଲା ଗୁଡିକ ମଧ୍ୟରୁ ଆମେ ଲବଙ୍ଗର ଉପକାରିତା ବିଷୟରେ ଜାଣିବା । ଏହା ଦେଖିବାକୁ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହା ସେବନ କଲେ ଆମ ଶରୀରକୁ ଖୁବ ବଡ ବଡ ଲାଭ ମିଳିଥାଏ । ତେବେ ଚାଲନ୍ତୁ ସେହି ସବୁ ଲାଭ ବିଷୟରେ ଜାଣିବା ।

ଲବଙ୍ଗରେ ଭାରି ମାତ୍ରାରେ ଫାଇବର ଥିବାରୁ ଏହା ରାତିରେ ଶୋଇବା ପୂର୍ବରୁ ଖାଇ ଉଷୁମ ପାଣି ପିଇଲେ ପେଟ ବ୍ୟଥା, ଗ୍ଯାସ, ଏସିଡିଟି ଓ କୋଷ୍ଠକାଠିନ୍ୟ ସମସ୍ଯା ମୂଳରୁ ଭଲ ହୋଇଯାଏ । ଲବଙ୍ଗ ପୁରୁଷଙ୍କ ଶ-ରୀ-ର ଭିତରର ଦୁର୍ବଳତା ଦୂର କରିବାରେ ଓ ଟେଷ୍ଟୋଟେରୋନ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏଥିପାଇଁ ସକାଳୁ ଖାଲି ପେଟରେ କିମ୍ବା ରାତିରେ ଶୋଇବା ବେଳେ ଗୋଟିଏ କିମ୍ବା ଦୁଇଟି ଲବଙ୍ଗ ଚୋବାଇ ଖାଇ ଉସୁମ ପାଣି ପିଅନ୍ତୁ କିମ୍ବା କ୍ଷୀରରେ ମଧ୍ୟ ଅଳ୍ପ ଲବଙ୍ଗ ଗୁଣ୍ଡ ମିଶାଇ ତାକୁ ଭଲ ଭାବେ ଫୁଟାଇ ଉଷୁମ ଉଷୁମ ପିଅନ୍ତୁ ।

ଏକ ଗବେଷଣାରୁ ପ୍ରମାଣିତ ହୋଇ ସାରିଛି ଯେ ପ୍ରତିଦିନ କମ ମାତ୍ରାରେ ଲବଙ୍ଗ ସେବନ ପୁରୁଷଙ୍କ ଯୌ-ନ କ୍ଷମତା ବୃଦ୍ଧି କରେ । ଲବଙ୍ଗ ମଧ୍ୟରେ ଥିବା ତତ୍ତ୍ଵ ଆମ ଶରୀରରୁ କଫକୁ ବାହାର କରିବାରେ ସାହାଯ୍ୟ କରେ। ଏହା ଶ୍ଵାସ ସ-ମ୍ବ-ନ୍ଧି-ତ ସମସ୍ଯା ମଧ୍ୟ ଦୂର କରେ । ଏହା ସହ ଥଣ୍ଡା, ଜ୍ଵର ଓ କାଶ ପାଇଁ ମଧ୍ୟ ଲବଙ୍ଗ ଖୁବ ଲାଭଦାୟକ ଅଟେ । ଏଥିରେ ଥିବା ଆଣ୍ଟି ଫଙ୍ଗସ ଗୁଣ ଆମକୁ ନିମୋନିଆ ଓ ଅନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା କରେ ।

ଘରେ ଯଦି କାହାକୁ ଆଁଠୁ ଗଣ୍ଠି ଦରଜ ଓ ହାଡ ସମସ୍ଯା ହେଉଛି ତେବେ ଦୁଇ ଚାମଚ ସୋରିଷ ତେଲରେ ଦୁଇଟି ଲବଙ୍ଗର ଗୁଣ୍ଡ ଓ ଅଧ ଚାମୁଚ ଠୁ ମଧ୍ୟ କମ ହଳଦୀ ମିଶାଇ ଭଲ ଭାବେ ଗରମ କରନ୍ତୁ ଓ ଦରଜ ହେଉଥିବା ସ୍ଥାନରେ ଏହି ଲବଙ୍ଗ ତେଲ ଭଲ ଭାବେ ମାଲିସ କରନ୍ତୁ ଓ କପଡାରେ ଘୋଡାଇ ରାତି ସାରା ରଖନ୍ତୁ । ଦାନ୍ତ ମଧ୍ୟ ପୋକ କ-ଟି-ଥିଲେ କିମ୍ବା କୌଣସି କାରଣରୁ ବ୍ୟଥା ହେଉଥିଲେ ଏହି ଲବଙ୍ଗ ତେଲକୁ ଏକ ତୁଳାରେ ନେଇ ସେହି ଦାନ୍ତ ମୂଳରେ ଚାପି ରଖନ୍ତୁ । ଦେଖିବେ ଏହି ସବୁ ସମସ୍ଯା ଶୀଘ୍ର ଭଲ ହୋଇଯିବ ।

ଏହା ସହ ଲବଙ୍ଗ ମୋଟାପଣ କମାଇବାରେ ମଧ୍ୟ ସାହାଯ୍ୟ କରେ । ମୁଖ ବ୍ରଣ, କଳା ଦାଗ ଭଲ କରିବାରେ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଲବଙ୍ଗ ଖୁବ ସହାୟକ ହୋଇଥାଏ ଓ ଚେହେରାରେ ଚମକ ଆଣିଥାଏ । ଲବଙ୍ଗ ତେଲ ହାତ ଓ ଗୋଡରେ ମଧ୍ୟ ଲଗାଇବା ଦ୍ଵାରା ତ୍ଵଚା କୋମଳ ଓ ସୁନ୍ଦର ରୁହେ ଏବଂ କେଶରେ ମଧ୍ୟ ଲଗାଇଲେ କେଶ ଝଡିବା ବନ୍ଦ ହୋଇଯାଏ ଓ ସୁସ୍ଥ କେଶ ତିଆରି ହୁଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *