ଜୀବନ-ମୃତ୍ୟୁ, ସୁଖ-ଦୁଃଖ, ଲାଭ-କ୍ଷତି ଓ ହସ-ଲୁହ ଏହି ସବୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ଅଟେ । ଏହି ସମସ୍ତ ସମୟ ଚକ୍ର ଯୋଗୁଁ ବ୍ୟକ୍ତି ଜୀବନରେ ଆସିଥାଏ । ମାତ୍ର ଆମେ କିପରି ଜାଣିବା ଆମ ଆସନ୍ତା ସମୟ କିପରି ହେବାକୁ ଯାଉଛି ?
ଯେତେବେଳେ ନାରଦ ମୁନି ବୈକୁଣ୍ଠ ଧାମ ପହଞ୍ଚିଥିଲେ ସେ ଭାଗବାନ ଶ୍ରୀହରି ବିଷ୍ଣଙ୍କୁ ଏହି ସଙ୍କେତ ବିଷୟରେ ପଚାରିଥିଲେ । ବିଷ୍ଣ ନିଜେ ତାଙ୍କୁ ଉତ୍ତର ଦେଇଥିଲେ ଯେ ସେ ପ୍ରକୃତି, ପଶୁ-ପକ୍ଷୀ କିମ୍ବା ତାଙ୍କ ଭକ୍ତମାନଙ୍କ ଦ୍ଵାରା ମନୁଷ୍ୟକୁ ସଙ୍କେତ ଦେଇଥାନ୍ତି । ମଣିଷକୁ କେବଳ ତାହା ଜାଣିବା ଆବଶ୍ୟକ ରହଛି । ତେବେ ଆଜି ଆମେ ଆପଣଙ୍କୁ ସେହି ସଙ୍କେତ ଗୁଡିକ ବିଷୟରେ ଜଣାଇବୁ ।
ଯଦି ଆପଣଙ୍କ ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲୁଛି ଓ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଈଶ୍ବରଙ୍କ ସ୍ମରଣ ହେଉଛି ବା ଏପରି ଅନୁଭବ ହେଉଛି ଯେପରି ଆପଣଙ୍କୁ କେହି କେଉଁ ଦିଗ ଆଡେ ନେଇ ଯାଉଛି, ତେବେ ବୁଝି ନିଅନ୍ତୁ ଆପଣଙ୍କ ପାଇଁ ସଫଳତାର ନୂଆ ଦ୍ଵାର ଖୋଲିବାକୁ ଯାଉଛି । ଯେଉଁ ରାସ୍ତାରେ ଇଶ୍ଵର ନିଜେ ଆପଣଙ୍କ ସହ ଚାଲିବେ । ଯଦି ଆପଣ କେବେ ଅନୁଭବ କରୁଛନ୍ତି କି ଆପଣ ବିନା କାରଣରେ ଖୁସି ରହୁଛନ୍ତି, ହସୁଛନ୍ତି ଓ ଆପଣଙ୍କୁ କ୍ରୋଧ ବହୁତ କମ ଆସୁଛି, ତେବେ ବୁଝି ନିଅନ୍ତୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ପ୍ରବେଶ କରିବାକୁ ଯାଉଛି ।
ଯଦି ଆପଣଙ୍କ ଘରେ ଗୋମତା ବାରମ୍ବାର ଖାଇବାକୁ ଆସିଯାନ୍ତି, ମାଙ୍କଡ ଆପଣଙ୍କୁ ଘରୁ କିଛି ଜିନିଷ ଉଠାଇ ନେଇଯାଏ, ବିଲେଇ ଆପଣଙ୍କ ଘରେ ପିଲା ଜନ୍ମ କରେ କିମ୍ବା ପକ୍ଷୀ ଆପଣଙ୍କ ଅଗଣାରେ ଡାକ ଛାଡେ, ଏପରି ଶୁଭ ସଙ୍କେତ ଗୁଡିକ ଦର୍ଶାଏ ଯେ ଆପଣଙ୍କ ଆସନ୍ତା ସମୟ ଖୁବ ବଳବାନ ହେବ । ଛୋଟ ପିଲାଙ୍କ ଶରୀରରେ ସ୍ଵୟଂ ଇଶ୍ଵର ବାସ କରନ୍ତି ବୋଲି ଆମେ ସମସ୍ତେ ଜାଣିଛୁ ।
ଯଦି କେଉଁ ଛୋଟ ପିଲା ଆପଣଙ୍କୁ ଦେଖି ବାରମ୍ବାର ହସେ, ଆପଣଙ୍କ ଘରକୁ ଆସେ କିମ୍ବା ଆପଣଙ୍କ ଅଗଣାରେ ଖୁସିରେ ଖେଳେ, ଏ ସବୁକୁ ମଧ୍ୟ ଶୁଭ ସଙ୍କେତ ବୋଲି ମାନାଯାଏ । ଆପଣଙ୍କ ମଧ୍ୟ ନୂଆ ନୂଆ ଖୁସିରେ ଭରିବାକୁ ଯାଉଛି । ଅନେକ ସମୟ ଧରି ହେଉଥିବା ଖର୍ଚ୍ଚ, ଅକାରଣରେ ଆସୁଥିବା ସଙ୍କଟ ଯଦି ଟଳିବାକୁ ଲାଗେ ଓ ଧାନର ନୂତନ ସ୍ରୋତ ବନିବାକୁ ଲାଗେ, ତେବେ ଏହି ସବୁରୁ ମଧ୍ୟ ବୁଝି ନିଅନ୍ତୁ କି ଆପଣଙ୍କ ଖରାପ ସମୟ ଏବେ ଶେଷ ହେବାକୁ ଯାଉଛି ଓ ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।
ପୂଜା ଥାଳୀରୁ ଫୁଲମାଳ କିମ୍ବା ଚନ୍ଦନ ପଡିଯିବା କିମ୍ବା ଈଶ୍ବରଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସୁଥିବାର ଅନୁଭବ ହେବା, ଘରେ ଆପଣଙ୍କ ପ୍ରିୟା ଅତିଥି କିମ୍ବା ସୁନା, ରୂପା ଆସିବା, ମହିଳାଙ୍କ ବାମ ଓ ପୁରୁଷଙ୍କ ଡାହାଣ ଅଙ୍ଗ ଡେଇଁବା ଆଦି ସଙ୍କେତ ମଧ୍ୟ ଆପଣଙ୍କୁ ଆସନ୍ତା ସୁଖ ସମୟ ବିଷୟରେ ସୂଚିତ କରେ । ସକାଳୁ ଘରୁ ବାହାରିବା ବେଳେ ଗୋମାତାଙ୍କ ଦର୍ଶନ ମିଳିବା କିମ୍ବା କୌଣସି ସାଧୁ ସନ୍ଥଙ୍କ ଆଶୀର୍ବାଦ ମିଳିବା ମଧ୍ୟ ବହୁତ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରିଛନ୍ତି ସେଥିରେ ନିଶ୍ଚୟ ସଫଳ ହେବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।