ପୁଜା କରିବା ସମୟରେ ଆଖିରୁ ଲୁହ ଆସିବା, ଫୁଲ ପଡିବା, ହାଇ ଆସିବା କ’ଣ ରହସ୍ୟ…?

ପୂଜା କରିବା ସମୟରେ ମନରେ ଖରାପ ବିଚାରଧାରା କାହିଁକି ଚାଲି ଆସିଥାଏ ! ବନ୍ଧୁଗଣ ଅନେକ ସମୟରେ ପୂଜା କରିବା ବେଳେ ଆମକୁ ହାଇ ଲାଗିବା ସହ ଅଳସୁଆ ଫିଲ୍ ହୋଇଥାଏ, ଛିଙ୍କ ମାଡିଥାଏ ଓ ମନରେ ଇଆଡୁସିଆଡୁ ଖରାପ ବିଚାର ମଧ୍ୟ ଚାଲି ଆସିଥାଏ । ଅପର ପକ୍ଷରେ ପୂଜା କରିବା ସମୟରେ ଠାକୁରଙ୍କ ପାଖରୁ ଫୁଲ ଖସିବା, ପୂଜା କରୁଥିବା ବ୍ୟକ୍ତି ଆଖିରେ ଲୁହ ଚାଲି ଆସିବା ଭଳି ଘଟଣା ସବୁ ଘଟିଥାଏ । ତେବେ ଏହା ହେବା ପଛରେ କଣ ସବୁ କାରଣ ରହିଥାଏ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଆମେ ପୂଜା ସମୟରେ ଯେତେବେଳେ ଧ୍ୟାନର ସହ ପ୍ରଭୁଙ୍କୁ ସ୍ମରଣ କରିଥାଉ । ସେତେବେଳେ ଆମ ଅନ୍ତର ଆତ୍ମାର ସଂଯୋଗ ଇଶ୍ଵରଙ୍କ ସହ ହୋଇଥାଏ । ତେବେ ସେଥିପାଇଁ ଇଶ୍ଵରଙ୍କ ପକ୍ଷରୁ ଆମକୁ ବିଭିନ୍ନ ପ୍ରକାର ଅନେକ ସମୟରେ ସଂକେତ ଦେଇଥାନ୍ତି । ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପାଠ ପଢିବା ବେଳେ ମା’ ସରସ୍ଵତୀଙ୍କର ଧ୍ୟାନ କରିଥାନ୍ତି । ଯାହା ଫଳରେ କି ତାଙ୍କ ଆଖିରେ ଲୁହ ଚାଲି ଆସିଥାଏ ।

ଏହାର ମାନେ ମା’ ସରସ୍ଵତୀଙ୍କର କୃପା ସେହି ବିଦ୍ୟାର୍ଥୀ ଉପରେ ରହିଛି । ଯେଉଁ ଲୋକ ଠାକୁରଙ୍କ ପୂଜା ଆରାଧନା କରିବା ସମୟରେ ତା’ ର ଆଖିରୁ ଲୁହ ଚାଲି ଆସିଥାଏ । ତେବେ ସେହି ଲୋକର ଅନ୍ତର ଆତ୍ମା ଇଶ୍ଵରଙ୍କ ସହ ସଂଯୋଗ ହୋଇଛି । ତେବେ ଏହି ଦୁର୍ଲଭ ମୂହୁର୍ତ୍ତରେ ନିଜ ମନରେ ଥିବା ମନକାମନା ଇଶ୍ଵରଙ୍କୁ ଜଣାନ୍ତୁ । ଆପଣଙ୍କର ଇଛା ବହୁତ ଜଲ୍ଦି ପୂରଣ ହୋଇଯିବ ।

ଯେତେବେଳେ କୌଣସି ବ୍ୟକ୍ତି ପୂଜା କରୁଥିବା ବେଳେ ଭଗବାନଙ୍କ ପାଖରେ ପ୍ରଜ୍ଵଳିତ ହୋଇଥିବା ଦୀପର ଶିଖା ଉପରକୁ କିମ୍ବା ଜୋର କରି ଜଳିବାରେ ଲାଗିଥାଏ । ତେବେ ଏହି ସମୟରେ ଇଶ୍ଵର ଆପଣଙ୍କୁ ସଂକେତ ଦେଇଥାନ୍ତି । ଆପଣଙ୍କ ପୂଜାରେ ପ୍ରଭୁ ପ୍ରସନ୍ନ ହୋଇଛନ୍ତି ବୋଲି ସଂକେତ ଦ୍ଵାରା ଜଣାଇଥାନ୍ତି ।

ପୂଜା କରିବା ସମୟରେ ଆପଣ ଠାକୁରଙ୍କ ଉପରେ ଚଢାଇ ଥିବା ଫୁଲ ଯଦି ପୂଜାର କିଛି ସମୟ ପରେ ଆପଣଙ୍କ ନଜରରେ ଖସିଯିବାର ଦେଖନ୍ତି । ତେବେ ଏହାକୁ ଶୁଭ ବୋଲି କୁହାଯାଇଥାଏ । ଆପଣଙ୍କ ନିଷ୍ଠାର ପୂଜା ପ୍ରଭୁ ସ୍ଵୀକାର କରିଛନ୍ତି ।

ଯେତେବେଳେ କୌଣସି ବ୍ୟକ୍ତି ପୂଜା କରୁଥିବା ସମୟରେ ହାଇ ଆସିବା କିମ୍ବା ଅଳସୁଆ ଲାଗିବା, କି ମନରେ କୌଣସି ପ୍ରକାର ଖରାପ ଚିନ୍ତା ଆସୁଥାଏ । ଯେତେବେଳେ ଆମର ଧ୍ୟାନ ପ୍ରଭୁଙ୍କ ନିକଟକୁ ଯାଇନଥାଏ । ପୂଜାପାଠ ଆରାଧନା କରିବା ସବୁ ଆମକୁ ବୋଝ ପରି ଲାଗିଥାଏ । ସେହି ସମୟରେ ଆପଣଙ୍କ ପାଖରେ ନେଗେଟିଭ ଏନର୍ଜିର ପ୍ରଭାବ ଅଧିକ ଥାଏ । ତେଣୁ ଆପଣ ନିଜ ମନର ଶୁଦ୍ଧିକରଣ ପାଇଁ ଧ୍ୟାନ କରି ମନକୁ ଶାନ୍ତ ରଖିବା ସହ କୌଣସି ମାଧ୍ୟମରୁ ଇଶ୍ଵରଙ୍କ ଗୀତ ଶୁଣନ୍ତୁ । ଯାହା ଫଳରେ ଆପଣଙ୍କ ପାଖରେ ଥିବା ନେଗେଟିଭ ଏନର୍ଜିର ପ୍ରଭାବ ଦୂର ହୋଇ ମନରେ ସକାରାତ୍ମକ ଅର୍ଥାତ ଭଲ ଊର୍ଜା ସଂଚାର ହେବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *