ପାଠ ପଢିବାକୁ ନିଶ୍ଚୟ ଇଚ୍ଛା ହେବ, ଏହି Tricks କୁ ଥରେ ଫଲୋ କରନ୍ତୁ (Study Tips)

ବନ୍ଧୁଗଣ ଆଜିକାଲି ପ୍ରାୟତଃ ସବୁ ପିଲା ମାନଙ୍କର ଗୋଟିଏ କଥା କି ପାଠ ପଢିବାରେ ମନ ଲାଗୁ ନାହି । ଯେତେ ଇଚ୍ଛା କରିଲେ ବି ପାଠ ପଢିବାକୁ ଇଚ୍ଛା ହେଉ ନାହି । ତେଣୁ ଏହି କ୍ଷେତ୍ରରେ ପିଲା ମାନେ ନିଜେ ହିଁ ଦାୟୀ । ପିଲା ମାନେ ନିଜେ ଚାହିଁଲେ ସବୁ କିଛି କରି ପାରିବେ ଆଉ ପାଠ ପଢା ରେ ମନ ଲଗାଇ ପାରିବେ । ଆଜି ଆମେ ଆପଣମାନଙ୍କୁ କହିବୁ ପଢିବାର କିଛି ଟ୍ରିକ୍ସ ବିଷୟରେ କହିବାକୁ ଯାଉଛୁ ।

୧- କାହିଁକି ପଢିବି : ପ୍ରଥମେ ପିଲା ମାନେ ଭାବିବା ଦରକାର ସେମାନେ କାହିଁକି ପାଠ ପଢୁଛନ୍ତି ? ନିଜ ପାଇଁ ନା ବାପା ମା ଙ୍କ ପାଇଁ ନା ନିଜର ଉନ୍ନତି ପାଇଁ ପାଠ ପଡୁଛି । ଉତ୍ତର ଆସିବ କି ମୁଁ ମୋ ଜୀବନରେ କିଛି କରିବି ଉନ୍ନତି କରିବି ନାମ କମାଇବି ମୋ ଜୀବନରେ କିଛି ଚାକିରି କରିବି ।

ମୋ ବାପା ମୋ ପାଇଁ କେତେ କଷ୍ଟ ସହିଛନ୍ତି ମୁଁ ମନ ଦେଇ ପାଠ ପଢିବି । ମୋ ବାପା ମା ମୋତେ କେତେ କଷ୍ଟ କରି ପାଠ ପଢାଉଛନ୍ତି ଏଭଳି ଉତ୍ତର ମନକୁ ଆସିବ । ତେବେ ପାଠ ପଢି ବି କମ ମାର୍କ ରଖିବେ ହେବ ନାହି । କାରଣ ଆଜିର ସମୟରେ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି ।

୨- ମୁଁ କଣ ପଢିବି : ଦ୍ଵିତୀୟ ଟ୍ରିକ୍ସ ହେଉଛି ପାଠ ପଢିବା ପୂର୍ବରୁ ପ୍ରଥମେ ପ୍ରଶ୍ନ କରନ୍ତୁ କଣ ପଢିବି ? ପ୍ରଥମେ ସିଲାବସ ଦେଖ କେଉଁ ପରିକ୍ଷା ପାଇଁ କଣ ପଢିବି ? ବହି ପଢିବ ନା ଆଉ କଣ ପଢିବ ତା ପ୍ରତି ଧ୍ୟାନ ଦିଅ । ପ୍ରଶ୍ନ ପ୍ୟାର୍ଟନ ଦେଖ ।

୩- ମୁଁ କେବେ ଠାରୁ ପଢିବି : ମୁଁ କେବେ ଠାରୁ ପାଠ ପଢିବି ଏମିତି ଭାବନା ମନକୁ ଆଣନ୍ତୁ ନାହି । ମୁଁ କେବେ ପଢିବି କେଉଁ ସମୟରେ ପଢିବି ଏମିତି କିଛି ଭାବି ପିଲା ମାନେ ସମୟ ନଷ୍ଟ କରନ୍ତୁ ନାହି । ନ ହେଲେ ବହୁତ ଅସୁବିଧା ହେବ । ମୋବାଇଲରେ ପାଠ ପଢା ବ୍ଯତୀତ ଅନ୍ୟ କୌଣସି ଆପ ରେ ମୁଣ୍ଡ ପୁରାନ୍ତୁ ନାହି । ମୁଁ ସମୟ ନଷ୍ଟ କରିବି ନାହି ଏହି ଦୃଢ ସଂକଳ୍ପ ସହ ଆଗେଇ ଚାଲ ।

୪- ମୁଁ କେମିତି ପଢିବି : ପାଠ ପଢିବା ଆଗରୁ ନିଜ ପାଇଁ ଏକ ଟାଇମ ଟେବଲ ତିଆରି କର । ଯାହାକୁ ଦେଖି କେତେ ଘଣ୍ଟା ପଢିବ ତାହା ଆଣି ପାରିବ । ଏହା ସହ କିଛି ସ୍ମାର୍ଟ ଟ୍ରିକ୍ସ ଆପ୍ଳାଏ କର । କେମିତି ପଢିବି କେତେ ଘଣ୍ଟା ପଢିବି କେଉଁ ସମୟରେ ପଢିବି ଇତ୍ୟାଦି । କେମିତି ପାଠ ମନେ ରହିବ ତାହା ରାତି ଧ୍ୟାନ ଦେବ ଉଚିତ ।

ପ୍ରତି ଦିନ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରିବା ଉଚିତ । ଟାର୍ଗେଟ ରଖ ନିଜ ଲାଇଫରେ ତା ହେଲେ ଯାଇ ଜୀବନରେ ଉନ୍ନତି ହେବ । ଏହି ୪ଟି ପ୍ରଶ୍ନ ନିଜକୁ ପଚାରିଲେ ନିଶ୍ଚୟ  ପଢାରେ ମନ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *