Asrology- ନୂଆ ବର୍ଷ ଦିନ ନିଶ୍ଚୟ କିଣନ୍ତୁ ଏହି 1 ଜିନିଷ, ବର୍ଷ ସାରା ଧନ ବର୍ଷା, ସୁଖ, ଶାନ୍ତି ଓ ଆରୋଗ୍ଯ ରହିବ ଶରୀର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ ନବବର୍ଷର ଆଗମନ ହେବା ପାଇଁ ଯାଉଛି । ଏହି ନୂଆ ବର୍ଷର ଉପଲକ୍ଷେ ଆପଣ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ତେବେ ୨୦୨୩ ନୂଆବର୍ଷ ଜାନୁଆରୀ ୧ ତାରିଖ ରବିବାର ଦିନ ପଡିବା ପାଇଁ ଯାଉଛି । ଏହି ନବବର୍ଷର ଆରମ୍ଭରେ ଆପଣ ମାନେ ଯଦି କେତୋଟି ବିଶେଷ ସାମଗ୍ରୀ କ୍ରୟ କରି ଘରକୁ ଆଣିବେ । ତେବେ ଆପଣଙ୍କର ନୂଆବର୍ଷର ଆରମ୍ଭରୁ ସଂପୂର୍ଣ୍ଣ ବର୍ଷଟି ହିଁ ଭଲ ରହିବ ।

ତେବେ ଚାଲନ୍ତୁ ଏହି ନବବର୍ଷ ଦିନ କେଉଁ ସବୁ ଜିନିଷ ଘରକୁ ଆଣିବେ ତାହାକୁ ଆଲୋଚନା କରିବା । ତେବେ ପ୍ରଥମ ସାମଗ୍ରୀଟି ହେଉଛି ତମ୍ବାର ପାତ୍ର । ଯେହେତୁ ନବବର୍ଷର ପ୍ରଥମ ଦିନ ରବିବାର ଦିନ ପଡିବା ପାଇଁ ଯାଉଛି । ତେବେ ରବିବାରଟି ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ କରାଯାଇଛି । ତେଣୁ ସୂର୍ଯ୍ୟଙ୍କର ନିମନ୍ତେ ଏକ ତମ୍ବାର ପାତ୍ର ଘରକୁ ନୂଆବର୍ଷ ଦିନ କିଣି ଆଣନ୍ତୁ ।

ସେହି ପାତ୍ର ଦ୍ଵାରା ଭଗବାନ ସୂର୍ଯ୍ୟକୁ ଜଳ ସମର୍ପଣ କରନ୍ତୁ । ଦେଖିବେ ଏପରି କରିବା ଦ୍ଵାରା ବ୍ୟକ୍ତି ରୋଗମୁକ୍ତ ହୋଇ ଆରୋଗ୍ୟ ଲାଭ କରିଥାଏ । ଏହା ସହିତ ଭଗବାନ ସୂର୍ଯ୍ୟଙ୍କର ଆଶ୍ରୀବାଦ ପ୍ରାପ୍ତ କରିଥାଏ । ଦିତୀୟ ସାମଗ୍ରୀଟି ହେଉଛି ଗୁଡ । ନୂଆବର୍ଷ ଦିନ ଘରକୁ ଗୁଡ କିମ୍ବା ମିଶିରି  କିଣି ଆଣନ୍ତୁ । ସେହି ଗୁଡକୁ ନେଇ ପିମ୍ପୁଡି ଓ ଜନ୍ଦା ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ଆଗାମୀ ସମୟରେ ବହୁତ କିଛି ଉନ୍ନତି କରିଥାଏ । ତୃତୀୟରେ ସାମଗ୍ରୀ ହେଉଛି ଗହମ । ନୂଆବର୍ଷ ଦିନ ଗହମ କିଣି ଆଣି ସେଥିରୁ ଅଟା ପ୍ରସ୍ତୁତ କରନ୍ତୁ । ତାପରେ ସେହି ଅଟାରୁ ତିଆରି ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ସମସ୍ତ ଦେବାଦେବୀଙ୍କର କୃପାଦ୍ରୁଷ୍ଟି ସେହି ବ୍ୟକ୍ତି ଉପରେ ରହିଥାଏ ।

ଯାହା ଦ୍ଵାରା ବ୍ୟକ୍ତିର ବହୁତ ହିଁ ମଙ୍ଗଳ ହୋଇଥାଏ । ଚତୁର୍ଥରେ ନୂଆବର୍ଷ ଦିନ ଘରକୁ ମଶୁର ଡାଲି ମଧ୍ୟ ଘରକୁ କିଣିକି ଆଣିପାରିବେ । ଏହା କରିବା ଦ୍ଵାରା ସମସ୍ତ ଭୌତିକ ଖୁସି ପ୍ରାପ୍ତ ହୋଇଥାଏ ।  ପଞ୍ଚମରେ ହେଉଛି ଘିଅ । ନୂଆବର୍ଷ ଦିନ ଘରକୁ ଘିଅ କିଣିକି ଆଣନ୍ତୁ ।

ଗୋବରରେ ପ୍ରସ୍ତୁତ ଘଷି ଉପରେ ଘିଅକୁ ପକାଇ କୌଣସି ଦେବାଦେବୀଙ୍କର ନାମରେ ଘିଅ ପୋଡନ୍ତୁ । ଏହା ବହୁତ ହିଁ ଶୁଭପ୍ରଦାୟକାରୀ ହୋଇଥାଏ । ଏହି ସମସ୍ତ ସାମଗ୍ରୀ ମଧ୍ୟରୁ କୌଣସି ଜିନିଷ ମଧ୍ୟ ଘରକୁ ନୂଆବର୍ଷ ଦିନ ଆଣିପାରିବେ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *