ଜୀବନରେ ସଫଳ ହେବାକୁ ଚାହୁଁଥିଲେ ମୋର ଏହି 3 ଟି କଥା ସବୁବେଳେ ମନେ ରଖିବେ…(APJ Abdul Kalam Motivational Tips)

ନମସ୍କାର ବନ୍ଧୁଗଣ । ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ଥାଏ କି ସେ ଯେପରି ତା ଜୀବନ ରେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରିବ । କିନ୍ତୁ ସଫଳତା କୁ ପ୍ରାପ୍ତ କରିବାକୁ ହେଲେ ଜୀବନରେ ସବୁବେଳେ କିଛି ନା କିଛି ଅମୂଲ୍ୟ ଶିକ୍ଷା କୁ ଜାଣି ଚାଲିବାକୁ ହୋଇଥାଏ । ତାହାଛଡା ଜୀବନରେ ସଫଳତା କୁ ପ୍ରାପ୍ତ କରିବାକୁ ହେଲେ ଅତୀତରେ ଯେଉଁ ମହାପୁରୁଷ ମାନେ ନିଜ ଜୀବନରେ ସଫଳତା କୁ ପ୍ରାପ୍ତ କରିଛନ୍ତି, ସେମାନଙ୍କ ଜୀବନୀ ବିଷୟ କୁ ମଧ୍ୟ ସମୟ ସମୟ ରେ ନିହାତି ପଢିବା ଉଚିତ୍ ।

ଏହାଦ୍ଵାରା ଜୀବନ ରେ ସଫଳତା ପ୍ରାପ୍ତ ପାଇଁ ପ୍ରେରଣା ମିଳିଥାଏ । ଆମ ଭାରତ ବର୍ଷ ର ଗର୍ବ ଗୌରବ ଡକ୍ଟର ଏପିଜେ ଅବଦୁଲ କଲାମ ତାଙ୍କ ଜୀବନରେ ଥରେ କହିଥିଲେ କି, ଜୀବନ ରେ ସଫଳ ହେବାକୁ ଚାହିଁଲେ ସବୁବେଳେ ଜୀବନରେ ଏହି କଥାକୁ ମନେ ରଖିବା ଉଚିତ୍, ଯେପରିକି ଆମ ଜୀବନରେ କେତେବେଳେ କେଉଁ ପରିସ୍ଥିତି ଆସିବ ତାହା ତ ଆମେ ଜାଣି ନାହୁଁ,

ତାହାଛଡା ଆମେ କଣ କେହି ମଧ୍ୟ କେବେ ଜୀବନ ର ପରିସ୍ଥିତି କୁ ବଦଳାଇ ପାରିବ ନାହିଁ । କିନ୍ତୁ ଆମେ ପରିସ୍ଥିତି ସ୍ଥାନ ରେ ନିଜକୁ ଅବଶ୍ୟ ବଦଳାଇ ପାରିବା । ତେଣୁ ସବୁ ବେଳେ ପରିସ୍ଥିତିକୁ ବଦଳାଇବା ଅପେକ୍ଷା ନିଜକୁ ପରିବର୍ତ୍ତନ କରିବା ଅଧିକ ଶ୍ରେୟସ୍କର ହୋଇଥାଏ ।

ଦ୍ଵିତୀୟ ଶିକ୍ଷା ଟି ହେଉଛି ପ୍ରତ୍ଯେକ ମଣିଷ କୁ ନିଜ ଜୀବନରେ ଅନ୍ୟକୁ ନିଜ ସମାନ ଭାବି ଆଦର ଓ ସମ୍ମାନ ଦେବା ଉଚିତ । ଜୀବନରେ ଯେତେ ଉପରକୁ ଉଠିଗଲେ ମଧ୍ୟ କେବେ ମଧ୍ୟ ମନ ମଧ୍ୟରେ ଗର୍ବ ଅହଂକାର ଆଣିବା ଉଚିତ ହୋଇ ନଥାଏ । ସମସ୍ତ ଙ୍କୁ ସବୁବେଳେ ସମାନ ଭାବି ଜୀବନରେ ଚାଲିବା ଉଚିତ । ତୃତୀୟରେ ଜୀବନରେ ସଫଳତା କୁ ପ୍ରାପ୍ତ କରି ସାରିବା ପରେ କେବେ ମଧ୍ୟ ନିଜ ର ବନ୍ଧୁ ବା ପରିବାର, ପ୍ରିୟ ପରିଜନ ବା ଏପରି କୌଣସି ବ୍ୟକ୍ତି କୁ ଭୁଲିଯିବା ଉଚିତ ହୋଇ ନଥାଏ ।

ଜୀବନରେ ସବୁବେଳେ ସମସ୍ତଙ୍କ ସହ ମିଳି ମିଶି ଚାଲିବା ହିଁ ଉଚିତ ହୋଇଥାଏ । ଜୀବନରେ ଉପରକୁ ଉଠିବା ସମୟରେ ଯେଉଁ ବ୍ୟକ୍ତି ନିଜ ମନରେ ଗର୍ବ ଅହଂକାର ଆଣିଥାଏ ସେ ବ୍ୟକ୍ତି ଖୁବ କମ ସମୟରେ ହିଁ ପୁଣି ଜୀବନରେ ନିମ୍ନ କୁ ଖସି ଯାଇଥାଏ । ଯେଉଁ ବ୍ୟକ୍ତି ତାର ଜୀବନରେ ସବୁବେଳେ ଏହି ଶିକ୍ଷା ଗୁଡିକୁ ବିଚାରରେ ରଖି କାର୍ଯ୍ୟ କରେ, ସେ ତା ଜୀବନରେ ସବୁବେଳେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରିଥାଏ ।

ଜୀବନରେ କେତେ ବି ଉପରକୁ ଉଠିଗଲେ ମଧ୍ୟ କେବେ ମନ ମଧ୍ୟରେ ଅହଂକାର ଆଣିବା ଉଚିତ ହୋଇ ନଥାଏ । ସବୁବେଳେ ନିଜ ଭଳି ଅନ୍ୟ କୁ ଦେଖିବା ଉଚିତ । ଅନ୍ୟର ଦୁଃଖ କଷ୍ଟ କୁ ମଧ୍ୟ ନିଜର ଦୁଃଖ କଷ୍ଟ ଭଳି ଭାବି ଚାଲିବା ଉଚିତ । ସଫଳତା ପ୍ରାପ୍ତ କରିବା ପରେ ମଧ୍ୟ ଆମ ସହ ଯୋଡି ରହିଥିବା ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ କେବେ ମଧ୍ୟ ଭୁଲିଯିବା ଉଚିତ ହୋଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *