Money plant ଗଛ କେଉଁଠାରେ ଲଗାଇଲେ, ଘରକୁ ଧନ ମାଡିଆସିଥାଏ…Pragyan Tripathi

ବନ୍ଧୁଗଣ ମନିପ୍ଳାଣ୍ଟ ଗଛ ବ୍ୟକ୍ତିର ମନି ବଢାଇବାରେ ସାହାଜ୍ଯ କରିଥାଏ । ସେଥିପାଇଁ ମନିପ୍ଳାଣ୍ଟ ଗଛକୁ ଧନର ଗଛ ବୋଲି କହିଥାଉ । ତେବେ ମନିପ୍ଳାଣ୍ଟ ଗଛ କେବେ ଓ କେଉଁଠାରେ ଲଗାଇବା ଦ୍ଵାରା ଘରର ଧନ ବୃଦ୍ଧି ପାଇଥାଏ ଆସନ୍ତୁ ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ମୁହଁରୁ ଜାଣିବା ।

ମନିପ୍ଳାଣ୍ଟ ଗଛର ରଙ୍ଗ ସବୁଜ । ସବୁଜ ରଙ୍ଗ ବୁଧଙ୍କର ସ୍ୱରୂପ ହେବା ସହ ଏଥିରେ ଶୁକ୍ରଙ୍କର ପ୍ରଭାବ ମଧ୍ୟ ଅଧିକ ଥାଏ । ବ୍ୟବସାୟ, ବାଣିଜ୍ୟ, ଧନସମ୍ପତ୍ତି ଏହା ସବୁ ବୁଧଙ୍କ ଠାରେ ଅନ୍ତର୍ଗତ । ଏହି ଗଛକୁ ଘରର ଅଗ୍ନୀ କୋଣରେ ଲଗାଇବା ଉଚିତ । ନଚେୟ ବାୟୁ କୋଣରେ ମଧ୍ୟ ଏହି ଗଛକୁ ଲଗାଇପାରିବେ । ହେଲେ ମନିପ୍ଳାଣ୍ଟ ଗଛକୁ ଐଶାନ୍ୟ କୋଣରେ ଲଗାଇବା ଅନୁଚିତ । ଯେତେବେଳେ ଏହି ଗଛର ପତ୍ର ଶୁଖି ହଳଦିଆ ପଡିଯାଇଥିବ । ସେତେବେଳେ ସେହି ଗଛ ପାଖରୁ ଶୁଖିଯାଇଥିବା ପତ୍ରକୁ ତୁରନ୍ତ ହଟାଇ ଦିଅନ୍ତୁ ।

ଘରର ଡ୍ରଇଙ୍ଗ ରୁମ୍, ରୋଷେଇ ଘର ଯେଉଁ ସ୍ଥାନରେ ରଖନ୍ତୁ । ହେଲେ ତା’ ର ରଖିବାର ସଠିକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ମନିପ୍ଲାଣ୍ଟ ଗଛ ଦ୍ଵାରା କିପରି ନିଜର ଆର୍ଥିକ ସ୍ଥିତି ମଜଭୁତ କରିପାରିବେ । ସେଥିପାଇଁ ଏକ ଉପାୟ ମଧ୍ୟ ଜାଣନ୍ତୁ । ଶୁକ୍ଳପକ୍ଷର ଶୁକ୍ରବାର ଦିନ ଗୋଟିଏ ଗୁଆ ଆଣି ତୁଳସୀ ପତ୍ରର ରସରେ ସଂପୂର୍ଣ୍ଣ ବୁଡାଇ ଦିଅନ୍ତୁ । ତାପରେ ସେହି ଗୁଆକୁ ମନିପ୍ଳାଣ୍ଟ ଗଛର ମୂଳରେ ରାତି ସାରା ରଖିଦିଅନ୍ତୁ ।

ମନିପ୍ଳାଣ୍ଟ ଗଛରେ ଯେପରି ରାତିର କାକର ପଡୁଥିବ ସେହିପରି ଗଛକୁ ରଖିବା ଉଚିତ । ତାପରେ ସେହି ଗୁଆକୁ ସକାଳୁ ଏକ ନାଲି କପଡାରେ ଗୁଡାଇ ଦିଅନ୍ତୁ । ତାପରେ ତାହାକୁ ନେଇ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ଧୂପଦୀପ ଦେଇ ପୂଜା କରନ୍ତୁ । ଏହାପରେ ସେଠାରେ ମା’ ଲକ୍ଷ୍ମୀଙ୍କର ଶ୍ରୀ ସ୍ରୋତ ପାଠ କରନ୍ତୁ ।

ତାପରେ ସେହି ଗୁଆକୁ ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଯେଉଁଠାରେ ଆପଣ ଧନ କିମ୍ବା ଧନ ସହ ଜଡିତ ପାସବୁକ, ଚେକବୁକ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଜିନିଷ ରଖୁଥିବା ସ୍ଥାନରେ ମଧ୍ୟ ରଖିପାରିବେ । ଏହି ଉପାୟକୁ ବିଶ୍ବାସର ସହ ସଠିକ ଭାବେ କରିବା ଦ୍ଵାରା ଉପାୟଟି ବହୁତ ଶୁଭଫଳ ଦେଇଥାଏ ।

ତେଣୁ ମନିପ୍ଲାଣ୍ଟ ଗଛକୁ ଘରେ ଠିକ ସ୍ଥାନରେ ଲଗାଇବା ସହ ତାହାର ଉପଯୁକ୍ତ ଭାବେ ଯତ୍ନ ନେଇ ଭଲ ଭାବେ ବଢାଇବା ଆବଶ୍ୟକ । କାରଣ ମନିପ୍ଳାଣ୍ଟ ଯେତେ ବଢିଥାଏ ମାତା ଲକ୍ଷ୍ମୀଙ୍କ କୃପାରୁ ଘରର ଧନସମ୍ପତ୍ତି ସେତେ ଅଧିକ ବଢିବାକୁ ଲାଗିଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *