ହାତର ପାପୁଲିରେ ଏହି X ଚିହ୍ନ ଅଛି କି ! ତେବେ ଜାଣନ୍ତୁ ବହୁତ ମହତ୍ଵପୂର୍ଣ୍ଣ କଥା ! Samudrika shastra

ଆମ ହାତର ପାପୁଲିରେ ଅନେକ ରେଖା ଓ ଚିହ୍ନ ସବୁ ରହିଥାଏ । ଯାହାକୁ ଆମେ ଧ୍ୟାନର ସହ ଦେଖିଲେ ତାହା ଆମକୁ ଭଲ ଭାବେ ଜଣା ଯାଇଥାଏ । ଯାହାକି କିଛି ବ୍ୟକ୍ତିଙ୍କ ପାଇଁ ଶୁଭ ଓ ଅନ୍ୟ କିଛି ଅଶୁଭ ହୋଇଥାଏ । ତେବେ ହସ୍ତ ସାମୁଦ୍ରିକ ଶାସ୍ତ୍ରର ଲେଖା ଅନୁସାରେ ଆଜି ଆମେ ଜାଣିବାକୁ ପାଇବା । ବ୍ୟକ୍ତି ହାତର ପାପୁଲିରେ ଥିବା ଚିହ୍ନ ବିଶେଷ କରି ଯେଉଁ ବ୍ୟକ୍ତିର ହାତରେ କ୍ରଶ ଅର୍ଥାତ x ଚିହ୍ନ ରହିଥାଏ । ଏହାର ସବୁ ଚିହ୍ନ ବ୍ୟକ୍ତି ଜୀବନରେ କ’ଣ ସବୁ ପ୍ରଭାବ ପକାଇଥାଏ ।

1- ଯେଉଁ ବ୍ୟକ୍ତିତ ହାତ ପାପୁଲିରେ ଶଙ୍ଖ ଚିହ୍ନ ରହିଥାଏ । ଏହା ସେହି ବ୍ୟକ୍ତି ପାଇଁ ବହୁତ ଶୁଭ ହୋଇଥାଏ । ଏହି ଲୋକ ମାନଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରା ହୋଇଥାଏ । ଏମାନଙ୍କ ବ୍ୟକ୍ତିତ୍ବ ବହୁତ ପ୍ରଭାବଶାଳୀ ଓ ଆକର୍ଷଣୀୟ ହୋଇଥାଏ ।

2- ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ମାଛର ଚିହ୍ନ ରହିଥାଏ । ତେବେ ଏହି ଚିହ୍ନ ମଧ୍ୟ ବ୍ୟକ୍ତିକୁ ଶୁଭ ଫଳ ପ୍ରଦାନ କରିଥାଏ । ଏହି ବ୍ୟକ୍ତି ଯେଉଁ ବି କ୍ଷେତ୍ରକୁ ଯାଇଥାନ୍ତି । ସେଠାରେ ସୁନାମ ଅର୍ଜନ କରିଥାନ୍ତି । ନିଜର ବୁଦ୍ଧି ଓ ପରିଶ୍ରମ ଦ୍ଵାରା ନିଜର ସୁନାମ ଅର୍ଜନ କରିଥାନ୍ତି ।

3- ହାତର ପାପୁଲିରେ ତ୍ରିଶୂଳର ଚିହ୍ନ ରହିଥିଲେ । ତେବେ ଏହା ମଧ୍ୟ ସେହି ବ୍ୟକ୍ତିର ସୌଭାଗ୍ୟକୁ ସୁଚାଇଥାଏ । ତ୍ରିଶୂଳ ଭଗବାନ ଶିବଙ୍କର ଅସ୍ତ୍ର ହୋଇଥାଏ । ପାପୁଲିର ସୂର୍ଯ୍ୟ ପର୍ବତ ଉପରେ ତ୍ରିଶୂଳ ଚିହ୍ନ ରହିଥାଏ । ଏହି ବ୍ୟକ୍ତି ନିଜ ଲାଇଫରେ କେବେବି ବଡ ଆର୍ଥିକ ସଙ୍କଟର ସାମ୍ନା କରିନଥାନ୍ତି । ଏହି ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କ ଆଶ୍ରୀବାଦ ସବୁବେଳେ ବନିଥାଏ ।

4- ହାତର ପାପୁଲିରେ କ୍ରଶ ଅର୍ଥାତ x ଚିହ୍ନ ରହିଥିଲେ ତାହାର ଅର୍ଥ କଣ ହୋଇଥାଏ ? ଏହି ଚିହ୍ନ ସବୁ ଲୋକଙ୍କ ପାପୁଲିରେ ନଥାଏ । ବହୁତ କମ୍ ଲୋକଙ୍କ ପାପୁଲିରେ ହିଁ ଏହି ଚିହ୍ନ ରହିଥାଏ । ପାପୁଲିର ଯେଉଁ ସ୍ଥାନରେ ଏହି ଚିହ୍ନ ରହିଥାଏ । ସେହି ଅନୁଯାଇ ହିଁ ବ୍ୟକ୍ତିକୁ ତା’ ର ଫଳ ମିଳିଥାଏ । ଏହି ଚିହ୍ନ ଗୋଟେ ଅବା ଦୁଇଟି ପାପୁଲିରେ ଥାଉ । ହେଲେ ଏହା ବହୁତ ଶୁଭ ହୋଇଥାଏ । ସେହି ବ୍ୟକ୍ତି ବହୁତ ସାହସୀ ଓ ଲୋକପ୍ରିୟ ଅଟେ ।  ଏମାନଙ୍କର କାର୍ଯ୍ୟ ଏପରି ହୋଇଥାଏ । ସବୁଲୋକ ଏମାନଙ୍କୁ ପ୍ରସଂଶା କରିବା ସହ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ତେଣୁ ଏହି ଲୋକ ମାନେ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି । ଲାଇଫରେ ଅନେକ କିଛି ସଫଳତା ଏମାନେ ପ୍ରାପ୍ତ କରିଥାନ୍ତି ।

ଆଶା କରୁଛୁ । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *