ଅଁଳା ଗଛ ଗୃହର କେଉଁଠି ଲଗାଇଲେ ( ଧନର ବର୍ଷା ) ହୋଇଥାଏ – Baya Gita Tips

ଅଁଳା ଏକ ପବିତ୍ର ତଥା ଔଷଧୀୟ ଗୁଣରେ ଭରି ହୋଇ ରହିଥିବା ଗଛ ଅଟେ । ଅଁଳାର ସ୍ଵାଦ ଖଟା ହୋଇଥିଲେ ମଧ୍ୟ ଏହି ଗଛର ବହୁତ ଉପକାର ରହିଥାଏ । ତେବେ ଏହି ଗଛରେ କେବଳ ଔଷଧୀୟ ଗୁଣ ନୁହେଁ ବଂର ଆଧ୍ୟାତ୍ମିକ ଗୁଣ ରହିଛି । କାରଣ ତୁଳସୀ ଓ ବେଲଗଛ ଭଳି ଅଁଳା ଗଛ ମଧ୍ୟ ଅତ୍ୟନ୍ତ ପବିତ୍ର ବୃକ୍ଷ ହୋଇଥାଏ । ଏହି ଅଁଳା ବୃକ୍ଷରେ ସାକ୍ଷାତ ଲକ୍ଷ୍ମୀ, ନାରାୟଣ ବାସ କରିଥାନ୍ତି । ତେଣୁ ଅଁଳା ଗଛ ଏକ ପୂଜନୀୟ ବୃକ୍ଷ ହୋଇଥାଏ । ଅଁଳା ବୃକ୍ଷ ଗୃହର କେଉଁଠି ଲଗାଇବା ସହ ଧନଲାଭ ହୋଇବା ସହ ଆହୁରି ଅନେକ ଉପକାର ମିଳିଥାଏ ଚାଲନ୍ତୁ ଏଠାରେ ଜାଣିବା ।

1- ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଗୃହର ଉତ୍ତର ଦିଗରେ ଅଁଳା ବୃକ୍ଷ ଲଗାଇବା ଉଚିତ । ଏହି ଦିଗରେ ଲଗାଇବା ଦ୍ଵାରା ଘର ସଦସ୍ୟ ମାନଙ୍କର ମସ୍ତିଷ୍କ ଭଲ ଭାବେ ବିକଶିତ ହୋଇଥାଏ । ସନ୍ତାନ ମାନେ ବୁଦ୍ଧିମାନ ଓ ଉଚ୍ଚଶିକ୍ଷିତ ହୋଇଥାନ୍ତି ।

2- ଯେଉଁ ମାନେ ଘର ପାଖରେ ଅଁଳା ବୃକ୍ଷ ଲଗାଇଥାନ୍ତି । ସେହି ଘର ଉପରେ ମାତା ଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କର କୃପା ରହିଥାଏ । ସେହି ଘର ଉପରକୁ ଆସୁଥିବା ସଙ୍କଟକୁ ପ୍ରଭୁ ଦୂର କରିଥାନ୍ତି । ଘର ମଧ୍ୟକୁ କୁ-ଶକ୍ତିର ପ୍ରବେଶ ହୋଇପାରିନଥାଏ ।

3- ଯେଉଁ ଘରେ ବ୍ରହ୍ମ ହତ୍ୟା, ଗୋହତ୍ୟା ଭଳି ପାପ ଦୋଷ ରହିଥାଏ । ତେବେ ଗୃହ ପାଖରେ ଅଁଳା ବୃକ୍ଷ ଲଗାଇଲେ ତାହା ଦୂର ହୋଇଥାଏ । ଘରେ ସକାରାତ୍ମକ ଊର୍ଜାର ସଂଚାର ଘଟିଥାଏ ।

4- ଉତ୍ତର ଦିଗକୁ ଧନର ଦିଗ ବୋଲି କୁହାଯାଇଥାଏ। ଯଦି ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ । ବା ଯେତେ ରୋଜଗାର କରିଲେ ମଧ୍ୟ ଟଙ୍କାର ଅଭାବ ରହୁଥାଏ । ତେବେ ଗୃହର ଉତ୍ତର ଦିଗରେ ନିଶ୍ଚୟ ଭାବେ ଏକ ଅଁଳା ବୃକ୍ଷ ଲଗାନ୍ତୁ । ଯାହା ଦ୍ଵାରା ଘରକୁ ଧନ ଆସିବାର ମାର୍ଗ ସବୁ ଖୋଲିଯାଇଥାଏ ।

5- ଯଦି ଘରର ଉତ୍ତର ଦିଗର କୌଣସି ବସ୍ତୁ ଦୋଷ ରହିଥାଏ । ତେବେ ସେହି ଘରର ସନ୍ତାନ ମାନଙ୍କର ଶିକ୍ଷାରେ ବହୁତ ବାଧା ଆସିଥାଏ । ତେବେ ମଧ୍ୟ ଗୃହର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଗୋଟିଏ ଅଁଳା ବୃକ୍ଷ ଲଗାନ୍ତୁ । ଏଥିସହ ସେହି ବୃକ୍ଷର ପୂଜା କରିବା ଦ୍ଵାରା ପ୍ରଭୁ ନାରାୟଣ ଓ ମା’ ଲକ୍ଷ୍ମୀଙ୍କ ଆଶ୍ରୀବାଦ ଆପଣ ମାନଙ୍କୁ ମିଳିଥାଏ । ଏହାଦ୍ବାରା ଘରର ସନ୍ତାନ ମାନଙ୍କର ବୁଦ୍ଧିରେ ବୃଦ୍ଧି ହୋଇଥାଏ । ପିଲାମାନେ ଉଚ୍ଚ ଶିକ୍ଷିତ ହେବା ସହ ଧନବାନ ମଧ୍ୟ ହୋଇଥାନ୍ତି ।

ଆଶା କରୁଛୁ । ବନ୍ଧୁଗଣ ପାନ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *