ମାତ୍ର ୩ ଥରରେ ଅଣ୍ଟା, ଆଁଠୁ, ଗୋଇଠି ଓ ଗଣ୍ଠି ଦରଜ (Joint Pain) ମୂଳରୁ ଭଲ ହେଇଯିବ, କେବଳ କରନ୍ତୁ ଏହି ଘରୋଇ ଉପଚାର- Health Tips

ଆଜିକାଲିର ବାତାବରଣ ଅତ୍ୟଧିକ ଖରାପ ହୋଇଯିବ ହେତୁ ଆମେ ଠିକ ସମୟରେ ଭୋଜନ କରୁ ନାହୁଁ, ଶୋଉ ନାହୁଁ ଓ ବ୍ୟାୟମ ମଧ୍ୟ କରୁ ନାହୁଁ । ଏହା ଦ୍ଵାରା ବିଭିନ୍ନ ପ୍ରକାର ଶାରୀରିକ ଦୁର୍ବଳତା ଦେଖା ଦେଉଛି ।

ଏବଂ ବୟସ ବୃଦ୍ଧି ପାଇବା ସହ ନାନା ପ୍ରକାର ଆଁଠୁ, ଗଣ୍ଠି, ଅଣ୍ଟା ବ୍ୟଥା ସମସ୍ଯା ମଧ୍ୟ ଦେଖା ଦେଉଛି । ଏପରି କୌଣସି ସମସ୍ଯା ଥିଲେ ଏହା ଧ୍ୟାନ ଦେଇ ଶେଷ ଯାଏ ପଢନ୍ତୁ । ଏହି ଘରୋଇ ଉପଚାର ପାଇଁ ସମସ୍ତ ସାମଗ୍ରୀ ଆପଣଙ୍କୁ ଅତି ସହଜରେ ଯେକୌଣସି କିରାଣୀ ଦୋକାନରେ କିମ୍ବା ଆପଣଙ୍କ ରୋଷେଇ ଘରେ ମଧ୍ୟ ମିଳିଯିବ । ଭୟଙ୍କର ରୁ ଭୟଙ୍କର ଅଣ୍ଟା, ଆଁଠୁ ଓ ଗଣ୍ଠି ବ୍ୟଥା ଭଲ କରିଦେବ ଏହି ଉପଚାର ।

ଏହି ଉପଚାରଟି ହଜାର ବର୍ଷ ପୂର୍ବେ ବାଗଭଟ୍ଟ ଋଷିଙ୍କ ଦ୍ଵାରା ଲିଖିତ ଆୟୁର୍ବେଦିକ ପୁସ୍ତକ ଅଷ୍ଟାଙ୍ଗ ହୃଦୟମ ରୁ ନିଆ ଯାଇଛି । ଆପଣଙ୍କୁ କେବଳ ଏହା ସେବନ କରିବାର ସଠିକ ଉପାୟ ଜାଣିବା ଆବଶ୍ୟକ ରହିଛି ।  ଏହା ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦରକାର ମିଶ୍ରି, ଆଲମଣ୍ଡ ଏବଂ ଗାଢ ରଙ୍ଗର ଗୁଡ । ଏହା ପ୍ରସ୍ତୁତ କଲା ବେଳେ ଧ୍ୟାନ ରଖନ୍ତୁ ଯେପରି ମିଶ୍ରି ହିଁ ନେବେ, କାରଣ ଅନେକ ଲୋକ ଚିନି ଓ ମିଶ୍ରି ମଧ୍ୟରେ ଫରକ ଜାଣି ପାରନ୍ତି ନାହିଁ ।

ଆଲମଣ୍ଡ ନେବା ବେଳେ କାଶ୍ମିରୀ ଆଲାମଣ୍ଡ ହିଁ ନେବାକୁ ଚେଷ୍ଟା କରନ୍ତୁ । ସେଥିରେ ତେଲ ରହିଥାଏ, ଯେଉଁଥିରେ ଭିଟାମିନ-ଇ ପ୍ରଚୁର ପରିମାଣରେ ରହିଥାଏ । ସେହି ଭଳି ଗୁଡ ମଧ୍ୟ ତମ୍ବା ରଙ୍ଗର ଦେଖା ଯାଉଥିବ ଯେପରି ସେପରି ଗୁଡ ନିଅନ୍ତୁ, ହଳଦିଆ ଗୁଡ ନିଅନ୍ତୁ ନାହିଁ । ନକଲି ଜିନିଷରୁ ବଞ୍ଚି ରୁହନ୍ତୁ ।

ଯଦି ଆପଣଙ୍କୁ ଅଧିକ ଗ୍ଯାସ ହେଉଛି, ମୁହଁରେ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ବ୍ରଣ ହେଉଛି, ତେବେ ରାତିରେ ଶୋଇବା ସମୟରେ ବାଦାମକୁ ଭିଜାଇ ରଖନ୍ତୁ । ସକାଳୁ ଏହାର ଚୋପା ଛଡାଇ ଉଷୁମ ପାଣି ସହ ଏହାର ଚଟଣି ପ୍ରସ୍ତୁତ କରି ନିଅନ୍ତୁ । ଏହା ସହ ଖଣ୍ଡେ ମିଶ୍ରି ଓ ଏକ ଗ୍ରାମ ଗୁଡକୁ ଉଷୁମ ପାଣି ସହ ଖାଆନ୍ତୁ ।

ଯଦି ଆପଣଙ୍କ ଶରୀର କଫ ଏବଂ ବାତ ପ୍ରକୃତିର ଅଟେ, ତେବେ ଆପଣ ଏହି ବାଦାମକୁ ଚଟଣି ଣ ବନାଇ ସେଥିରୁ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଓ ଏକା ଉପାୟରେ ସକାଳୁ ହାଲୁକା ଗରମ ପାଣି ସହ ଖଣ୍ଡେ ମିଶ୍ରି ଓ ଖଣ୍ଡେ ଗୁଡ ନେଇ ସେବନ କରନ୍ତୁ । ଏହା ଅଧିକ ଗରମ କରାଉ ଥିବାରୁ ଏହାକୁ ବହୁତ କମ ମାତ୍ରାରେ ସପ୍ତାହରେ ମାତ୍ର ତିନିରୁ ଚାରି ଦିନ ହିଁ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଁଠୁ ଗଣ୍ଠି ଓ ଅଣ୍ଟା ବ୍ୟଥା ଏବଂ ଉପର ଲିଖିତ ସମସ୍ତ ଶାରୀରିକ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *