Vastu Tips- ଘରର କେଉଁ ଜାଗାରେ ରଖିଲେ ଲୁଣ, ୧୦ଗୁଣା ବଢିଥାଏ ଧନ ସମ୍ପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କହିବାକୁ ଗଲେ ଲୁଣ ହେଉଛି ଏକ ସାଧାରଣ ଏବଂ ଶସ୍ତା ଜିନିଷ । ଏହା ସମସ୍ତଙ୍କ ଘରେ ନିଶ୍ଚିତ ଭାବରେ ମିଳିଥାଏ ଏବଂ ବ୍ୟବହାର ହୋଇଥାଏ । ତେବେ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେଇଥିବେ ଯେ, ଏହି ସାମାନ୍ୟ ଜିନିଷ କିପରି ଏକ ସାଧାରଣ ମଣିଷ କୁ ଧନୀ କରି ପାରିବ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୁଣ ଦ୍ଵାରା ଜଣେ ସାଧାରଣ ମନୁଷ୍ୟ ର ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଧନର ବର୍ଷା ହୋଇଥାଏ । ଏଥି ନିମନ୍ତେ କେବଳ ଲୁଣର ସଠିକ ବ୍ୟବହାର କରିବାର ଉପାୟ ଜାଣିବା ଆବଶ୍ୟକ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ହେଉଛି, ଚନ୍ଦ୍ର ଏବଂ ଶୁକ୍ର ଗ୍ରହଣ ପ୍ରତୀକ । ଲୁଣ କୁ ଯଦି ଆପଣ ଷ୍ଟିଲ ପାତ୍ରରେ ରଖିବେ ତେବେ ଏହା ଚନ୍ଦ୍ର ଏବଂ ଶନି ଙ୍କ ର ମିଳନ ବୋଲି କୁହାଯାଏ ଏବଂ ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ ।

ତେଣୁ ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏହି ଲୁଣ ଦ୍ବାରା କେଉଁ ଉପାୟ କରିବା ଦ୍ୱାରା ଧନର ବର୍ଷା ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ପ୍ରାୟତଃ ଘରେ ଧନର ଅଭାବ ଦେଖିବାକୁ ମିଳିଥାଏ ଏବଂ ରୋଜଗାର ଦ୍ୱାରା ମଧ୍ୟ କୌଣସି ସଞ୍ଚୟ ହୋଇନଥାଏ । କେତେକ ସମୟରେ ତ ରୋଜଗାର ହିଁ ହୋଇନଥାଏ । ଏହାର କାରଣ ହେଉଛି ଘରେ ଥିବା ନକରାତ୍ମକ ଶକ୍ତି ଏବଂ ବାସ୍ତୁଦୋଷ । ଏହାର ପ୍ରତିକାର ନିମନ୍ତେ ପ୍ରତି ସପ୍ତାହରେ ଗୁରୁବାର କୁ ଛାଡ଼ି ଅନ୍ୟ କୌଣସି ବାରରେ ପାଣିରେ ଲୁଣ ମିଶାଇ ଲିପା ପୋଛା କରନ୍ତୁ । ଏପରି କରିବା ଦ୍ୱାରା ଘରେ ଧନର ଆଗମନ ହୋଇଥାଏ । ଏହା ସହିତ ଘରର ମୁଖ୍ୟ ଦ୍ୱାର ରେ ଏକ ଲାଲ ରଙ୍ଗର କପଡ଼ା ରେ ଲୁଣ ବାନ୍ଧି ରଖିବା ଦ୍ୱାରା ମଧ୍ୟ ଧନ ର ଆଗମନ ହୋଇଥାଏ ।

 

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଘରେ ସର୍ବଦା ଧନର ଉନ୍ନତି ଆଣିବା ନିମନ୍ତେ କୌଣସି ଏକ କାଚ ପାତ୍ରରେ ପାଣି ନିଅନ୍ତୁ ଏବଂ ସେଥିରେ ଲୁଣ ମିଶାଇ ଦିଅନ୍ତୁ । ଏହି ପାଣିକୁ ପୂଜା ଘରର କୌଣସି ଏକ କୋଣ ରେ ରଖି ଦିଅନ୍ତୁ । ଏହାଦ୍ବାରା ଏଥିରେ ଥିବା ସକରାତ୍ମକ ଶକ୍ତି ଘରେ ଧନ ର ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହି ପାଣିକୁ ପ୍ରତି ଶନିବାର କୁ ଥରେ ବଦଳାଇ ଦିଅନ୍ତୁ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ପ୍ରାୟତଃ ସମୟ ରେ ପତି ଓ ପତ୍ନୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ ଏବଂ କ୍ଳେଶ ସୃଷ୍ଟି ହୋଇଥାଏ । ତେବେ ଏହି କ୍ଳେଶ କୁ ଦୂର କରିବା ନିମନ୍ତେ ସୈନ୍ଧବ୍ୟ ଲୁଣ ଭଲ କାମ କରିଥାଏ । ପତି ପତ୍ନୀ ଏକ ପାତ୍ର ରେ ସୈନ୍ଧବ୍ୟ ଲବଣ କୁ ଭର୍ତ୍ତି କରି ନିଜ ଶୟନ କକ୍ଷ ରେ ରଖିବା ଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ସମସ୍ତ ଝଗଡ଼ା ଓ କ୍ଳେଶ ଦୂର ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଯଦି ଆପଣ ସମସ୍ତ ପ୍ରକାର ଖରାପ ଦୃଷ୍ଟି ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ପାଣି ରେ ଲୁଣ ମିଶାଇ ହାତ ଓ ମୁହଁ ଧୋଇକରି ଶୋଇବା ଦ୍ୱାରା ଆପଣଙ୍କ ଉପରେ ପଡ଼ିଥିବା ସମସ୍ତ କୁଦୃଷ୍ଟି ଦୂର ହୋଇଥାଏ ଏବଂ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସ୍ୱପ୍ନ ଦୋଷ ମଧ୍ୟ ଦୂର ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *