ମାତ୍ର 5 ମିନିଟ ରେ ମଶା, ମାଛି ଓ ମୂଷା ଘର ଛାଡି ପଳେଇବେ, ଆଉ କେବେ ବି ଆସିବେ ନାହିଁ, କରନ୍ତୁ ଏହି ରାମବାଣ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଲୋକଙ୍କର ଘରେ ମଶା, ମାଛି, ଅସରପା ଓ ମୂଷା ମାନେ ଆସିଥାନ୍ତି । ଯେଉଁ ମାନେ ଘରର ଅପକାର ହିଁ କରିଥାନ୍ତି । ତେଣୁ ଏମାନଙ୍କୁ କେହି ମଧ୍ୟ ପସନ୍ଦ କରିନଥାନ୍ତି । ଏହି ସବୁ କୀଟ ପତଙ୍ଗକୁ ଘଉଡାଇବା ପାଇଁ ଲୋକ ମାନେ ବଜାରରୁ ଦାମୀ ଦାମୀ ଉପଚାର ମଧ୍ୟ କିଣିକି ଆଣିଥାନ୍ତି । ଏପରି କରିବା ସତ୍ବେ ମଧ୍ୟ ଏଥିରୁ ବହୁତ ଲୋକଙ୍କର ଫାଇଦା ହୋଇନଥାଏ ।

ଯେଉଁ କାରଣରୁ ଲୋକ ମାନେ ଏମାନଙ୍କୁ କିପରି ତଡିବେ ଏହା ଭାବି କରି ବହୁ ଚିନ୍ତିତ ରହିଥାନ୍ତି । ତେଣୁ ଚାଲନ୍ତୁ ପ୍ରଥମେ ମଶା ଓ ମାଛିଙ୍କୁ ଘରୁ ତଡିବାର ଉପାୟ ଜାଣିବା । ଏହି ଉପାୟକୁ କରିବା ପାଇଁ ତେଜ ପତ୍ର, କର୍ପୁର, ସୋରିଷ ତେଲ କିମ୍ବା ନିମ ତେଲର ଆବଶ୍ୟକତା ରହିଛି । ତେଣୁ ଆପଣ ପ୍ରଥମେ କିଛି କର୍ପୁର ଆଣି ତାହାକୁ ଗୁଣ୍ଡ କରି ଦିଅନ୍ତୁ ।

ତାପରେ ସେହି ଗୁଣ୍ଡ କରିଥିବା କର୍ପୁରରେ କିଛି ନିମ ତେଲ ମିଶାଇ ପାରିବେ । ଯଦି ନିମ ତେଲ ନାହିଁ । ତେବେ ସୋରିଷ ତେଲ ମିଶାଇ ସେଥିରେ କିଛି ସମ୍ଭବ ତ ନିମ ପତ୍ର ମିଶାଇ ଦେବେ । ତାପରେ ୪ ରୁ ୫ ଟି ତେଜ ପତ୍ର ଆଣି ତାହାକୁ ଏକ ମାଟିର ପାତ୍ରରେ ରଖିବେ । ସେହି ତେଜ ପତ୍ର ଥିବା ପାତ୍ରରେ ଏହି କର୍ପୁର ଓ ସୋରିଷରୁ ପ୍ରସ୍ତୁତ ତେଲକୁ ସେଥିରେ ମିଶାଇବେ ।

ତାପରେ ଏହାକୁ ଜାଳିଦେବେ । ଏହାକୁ ଜଳାଇବା ପରେ ଏଥିରୁ ଯେଉଁ ଧୂଆଁ ନିର୍ଗତ ହେବ । ଏହି ଧୂଆଁରୁ ଅସ୍ତ ବ୍ୟସ୍ତ ହୋଇ ଘରୁ ମଶା, ମାଛି ମାନେ ପଳାୟନ କରିବେ । ତେବେ ଚାଲନ୍ତୁ ଜାଣିବା ଘରୁ ମୂଷା ଓ ଅସରପାଙ୍କୁ କିପରି ତଡିବା ? ପ୍ରଥମେ ଏକ ବ୍ୟବହାର ହେଉନଥିବା ପାତ୍ରରେ କିଛି ପାଣି ରଖନ୍ତୁ ।

ସେଥିରେ କିଛି କର୍ପୁର ଗୁଣ୍ଡ ମିଶାନ୍ତୁ, ତାପରେ ସେଥିରେ୧ ରୁ ୨ ଚାମଚ ଧଳା ଭିନେଗାର ମିଶାନ୍ତୁ, ସେଥିରେ କିଛି ଲୁଣ ମିଶାନ୍ତୁ । ୧ ଚାମଚ ଡେଟଲ ମିଶାଇ ତାପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଏହି ପ୍ରସ୍ତୁତ କରିଥିବା ପାଣିରୁ ଏକ ତୁଳା ବୁଡାଇ ମୂଷା ଓ ଅସରପା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ଯେତେବେଳେ ମୂଷା ଓ ଅସରପା ସେହି ସ୍ଥାନରୁ ଆସିବେ । ସେମାନେ ଏହାର କଡା ତିକ୍ତ ଦୁର୍ଗନ୍ଧରେ ବ୍ୟସ୍ତ ହୋଇ ସେହି ଠାରୁ ହିଁ ଫେରିଯିବେ । ଘର ଭିତରକୁ ହିଁ ଆଉ ଆସିବେ ନାହିଁ । ତାପରେ ଏହିପରି କିଛି ଦିନ କରିଲା ପରେ ମଶା, ଅସରପା ଘରକୁ ଆଉ ଜମାରୁ ବି ଆସିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *