ମାର୍ଗଶିର ମାସ ଗୁରୁବାର ! ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ଘରୁ ଛାଡିଯିବେ ମା’ ଲକ୍ଷ୍ମୀ

ବନ୍ଧୁଗଣ, ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତି ଙ୍କୁ ପୂଜାର୍ଚ୍ଚନା କରା ଯାଇଥାଏ । ଗୁରୁବାର ମା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ର ବହୁତ ପ୍ରିୟ ବାର ହୋଇଥାଏ । ଏହିଦିନ ମା ଲକ୍ଷ୍ମୀଙ୍କ ର ପୂଜା ଅର୍ଚ୍ଚନା କରିବା ଦ୍ଵାରା ଗୃହ କୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ମଧ୍ୟ କୁହାଯାଏ ।

ଏପରିକି ଆମ ଜୀବନର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥାଏ ବୋଲି ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଅଛି ଯେ, ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତି କୃପାଦୃଷ୍ଟି ରଖିଥାନ୍ତି ସେହି ବ୍ୟକ୍ତିଙ୍କ ଜୀବନରେ କେବେ ବି ଦୁଃଖ ପ୍ରଵେଶ କରେନାହିଁ । ଏବଂ ସବୁ କ୍ଷେତ୍ରରେ ସମୃଦ୍ଧି ମିଳିଥାଏ ଓ ଯେଉଁ କାର୍ଯ୍ୟରେ ସେହି ବ୍ୟକ୍ତି ହାତ ଦେଇଥାଏ ବିଜୟ ପ୍ରାପ୍ତି ହୋଇଥାଏ ।

କିନ୍ତୁ ଯଦି ଗୁରୁବାର ଦିନ ଆପଣ ଏମିତି କିଛି କାର୍ଯ୍ୟ କରିଦିଅନ୍ତି ତ ଆପଣଙ୍କ ପରିବାର ଉପରେ ସଙ୍କଟ ଆସିଥାଏ । ଆପଣଙ୍କର ଗୁରୁ ଗ୍ରହ ମଜବୁତ୍ ସ୍ଥିତିରୁ କମଜୋର ସ୍ଥିତିକୁ ଆସିଯାଇ ଥାଏ । ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ କଣ ଅଟେ ? ଯଦି ଆପଣ ଗୁରୁବାର ଦିନ ଏହି କାମ କରୁଛନ୍ତି ତ ସର୍ବ ପ୍ରଥମେ ଏହି ସମସ୍ୟା ଆସିଥାଏ କି ଆପଣଙ୍କ ବୈବାହିକ ଜୀବନ ଭଲରେ କଟି ନ ଥାଏ ।

ପତି ପତ୍ନୀ ମଧ୍ୟରେ ସବୁବେଳେ ଲଢେଇ ଝଗଡ଼ା ହେବାକୁ ଲାଗିଥାଏ । ଛୋଟ ଛୋଟ କଥାରେ ବାଦ ବିବାଦ ହୋଇଥାଏ, ଏବଂ ପ୍ରେମ କ୍ରୋଧରେ ବଦଳି ଯାଇଥାଏ । ଏହାପରେ ଯେଉଁ କାର୍ଯ୍ୟ ଆପଣ କରନ୍ତି ସେଥିରେ ଅସଫଳତା ପ୍ରାପ୍ତି ହୁଏ । ଧନ ଆପଣଙ୍କ ଠୁ କୋଷ ଦୂର ଚାଲି ଯାଇଥାଏ ।

୧;- ଯଦି ଗୁରୁବାର ଦିନ ଘରର ମହିଳା କେଶ ଧୋଇଥାନ୍ତି ଓ ଆପଣ ନଖ ଦାଢ଼ି ବା କେଶ କାଟିଥାନ୍ତି ଏହାଦ୍ଵାରା ଗୁରୁଗ୍ରହ ଖୁବ୍ ରାଗି ଯାଇଥାନ୍ତି । ଏହାଦ୍ଵାରା ରାହୁର ପ୍ରସନ୍ନତା ଦେଖିବାକୁ ମିଳିଥାଏ । ଏବଂ ଯଦି ରହୁଗ୍ରହ ଗୁଋଗ୍ରହ ଉପରେ ଭାରି ହୋଇଯାଏ ତ ଦେଖୁ ଦେଖୁ ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ । ଏଥିପାଇଁ ଗୁରୁବାର ଦିନ ମହିଳା ମାନେ ଭୁଲ୍ ରେ ବି କେଶ ଧିଅନ୍ତୁ ନାହିଁ ଓ ତା ସହିତ ପୁରୁଷ ମାନେ ବି ନଖ ଦାଢ଼ି କେଶ ଆଦି କାଟନ୍ତୁ ନାହିଁ।

୨;- ଦ୍ଵିତୀୟ କଥା କୌଣସି ବ୍ୟକ୍ତି ଗୁରୁବାର ଦିନ କାହାରିକୁ ବି ଉଦ୍ଧାର ଦିଅନ୍ତୁ ନାହିଁ । ଗୁରୁବାର ଦିନ ଉଦ୍ଧାର ଦେବା ଏବଂ ଉଦ୍ଧାର ନେବା ଉଚିତ୍ ହୋଇ ନ ଥାଏ । ଏହି ଦିନ ଉଦ୍ଧାର ନେବା ଏବଂ ଦେବା ବ୍ୟକ୍ତି ଦୁଇ ଜଣ ଯାକ କାଙ୍ଗାଳ ଅବସ୍ଥା କୁ ଆସି ଯାଇଥାନ୍ତି ।

୩;- ଗୁରୁବାର ଦିନ ଘରେ ପୋଛା ଲଗେଇବା ଶାସ୍ତ୍ର ଅନୁସାରେ ବର୍ଜିତ କରାଯାଇ ଅଛି । ମାନା ଯାଇଥାଏ କି ଏହା ଦ୍ଵାରା ଘରେ ଆକସ୍ମିକ ଦୂର୍ଘଟଣା, ବାସ୍ତୁଦୋଷୋ, ନକରତ୍ମକତା କୁ ଆମନ୍ତ୍ରିତ କରାଯାଇଥାଏ । ଯଦି ଆପଣ ଗୁରୁବାର ଦିନ ପୋଛା ଲଗାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ସେହି ପାଣିରେ ଲୁଣ ମିଶାଇ ପୋଛା ଲଗାଇ ପାରିବେ। ଏହାଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ପ୍ରଵେଶ ହୋଇଥାଏ ।

୪;- ଗୁରୁବାର ଦିନ କେବେ ବି ନିଜ ପତ୍ନୀ ମାତା ପିତା ଓ ଗୁରୁଜନଙ୍କ ସହ ଲଢେ଼ଇ ଝଗଡ଼ା କରନ୍ତୁ ନାହିଁ।

୫;- କମ୍ ସେ କମ୍ ୫ ଟି ଗୁରୁବାର କଇଁଚି କିମ୍ବା ଚାକୁ ଅର୍ଥାତ୍ ବିନା ଧାରୁଆ ଜିନିଷରେ କଟାଯାଇଥିବା ପରିବା ଖାଦ୍ୟ ଆପଣଙ୍କୁ ଖାଇବା ଉଚିତ୍ । ଆପଣଙ୍କୁ ନିଶ୍ଚତ ଶୁଭଫଳ ପ୍ରାପ୍ତ ହେବ । ଏହା କରିବା ଦ୍ୱାରା ରାହୁର କ୍ରୁର ପ୍ରଭାବ ଆପଣଙ୍କ ଠାରୁ ଦୂରେଇ ରହିବ ଏବଂ ଆପଣଙ୍କ ଗୁରୁଗ୍ରହ୍ ମଜବୁତ୍ ହୋଇଯାଇଥାଏ ।

୬;- ଗୁରୁବାର ଦିନ ମହିଳା ମାନେ ଭୁଲ୍ ରେ ବି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ସାକ୍ଷାତ୍ ଖରାପ ଶକ୍ତି ଗୁଡ଼ିକୁ ଆମନ୍ତ୍ରିତ କରିବା ବରାବର ମାନା ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *