Ajira Anuchinta- ଘରେ ମାଣ ବସଥିଲେ କଣ ଖାଇବେ ଓ କଣ ଖାଇବେଣୀ, ଓଷା ବାରରେ ଏପରି କଲେ ପାପ ଲାଗି ନଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୈନଦିନ ଜୀବନରେ ଅନେକ କାର୍ଯ୍ୟ ବ୍ୟକ୍ତି କରିଥାଏ ସତ କିନ୍ତୁ ସେହି କାର୍ଯ୍ୟର ପଛରେ କିଛି ନା କିଛି କଥା ଲୁଚି ରହିଥାଏ । ସେହିସବୁ କଥା କିଛି ବ୍ୟକ୍ତିଙ୍କ ଆଗରେ ଜଣା ତ କିଛି ଅଜଣା ଥାଏ । ସେହି ସବୁ ନୀତିଦିନିଆ ଜୀବନ ଉପରେ କେତେକ ଶାସ୍ତ୍ର ସମ୍ବଦ୍ଧିତ କଥା କହିବା ପାଇଁ ଯାଉଛୁ । କ୍ଷୀର ଗରମ କରିବା ସମୟରେ ଯଦି ଉତୁରି ବାହାରକୁ ଚାଲି ଆସିଥାଏ ।

ତେବେ ଏହା ଆଗାମୀ ଦିନରେ ଘଟିବା ପାଇଁ ଯାଉଥିବା ଖୁସି ଖବରର ସୂଚନା ଦେଇଥାଏ । ଯଦି କ୍ଷୀର ପୋଡି ଯାଇଥାଏ । ତେବେ ଏହା ଅଶୁଭ ସୂଚନା ଦେଇଥାଏ । ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ କେବେ ମଧ୍ୟ ମା’ ଲକ୍ଷ୍ମୀଙ୍କର ଠିଆ ହୋଇଥିବା ଫୋଟ ବା ମୂର୍ତ୍ତି ରଖନ୍ତୁ ନାହିଁ । ସର୍ବଦା ମା ଲକ୍ଷ୍ମୀଙ୍କର ବସିଥିବା ଫୋଟୋ ବା ମୂର୍ତ୍ତି ରଖିବା ଘରେ ଅତ୍ୟନ୍ତ ଶୁଭ ହୋଇଥାଏ ।

ଘରେ ଟଙ୍କା ରଖୁଥିବା ଆଲମାରୀର ଖୋଲିଲା ବେଳର ମୁହଁ କେବେ ମଧ୍ୟ ଦକ୍ଷିଣ ଦିଗକୁ ଖୋଲିବା ଉଚିତ ନୁହେଁ । କାରଣ ଏହି ଦକ୍ଷିଣ ଦିଗକୁ ଖୋଲିବା ଦ୍ଵାରା ଘରେ କାହାର ନା କାହାର ସ୍ଵାସ୍ଥ ଅବସ୍ତା ବାରମ୍ବାର ଖରାପ ରହିଥାଏ । ପ୍ରଭୁ ଜଗନ୍ନାଥ ମନ୍ଦିରକୁ ପୂଜା କରିବାକୁ ଯାଉଥିବା ବେଳେ ପୂଜା କରି ସାରିବା ପରେ ମନ୍ଦିରକୁ ୩ ଥର ପରିକ୍ରମା କରିବା ଉଚିତ ।

ଭଗବାନ ଶିବଙ୍କ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କରିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ହୋଇଥାଏ। ତୁଳସୀ ୩ ପ୍ରକାରର ହୋଇଥାଏ । ଗୋଟିଏ ରାମ ତୁଳସୀ, କୃଷ୍ଣ ତୁଳସୀ ଓ ଶ୍ଵେତ ତୁଳସୀ । ଏଥିମଧ୍ୟରୁ କୃଷ୍ଣ ତୁଳସୀ ସବୁଠାରୁ ଶ୍ରେଷ୍ଠ ଅଟେ। ଠାକୁର ଘରେ ମା ଲକ୍ଷ୍ମୀ ରଖିଥିବା ଜାଗାରେ ଯଦି ଶ୍ରୀ ଜନ୍ତ୍ର ନାଲି କପଡାରେ ଗୁଡା ହୋଇଥିବା ନଡିଆଟି ଆଣି ରଖନ୍ତି ।

ତେବେ ଏହା ଦ୍ଵାରା ମା ଲକ୍ଷ୍ମୀ ଘରେ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି । ଠାକୁର ଘରେ କେବେ ମଧ୍ୟ ଶନି ଦେବଙ୍କ ଫୋଟ କିମ୍ବା ମୂର୍ତ୍ତି ରଖି ପୂଜା କରିବା ଅନୁଚିତ । ଭଗବାନ ଶନିଦେବଙ୍କ ମୂର୍ତ୍ତି କେବଳ ମନ୍ଦିରରେ ରହି ପୂଜା ପାଇବା ଉଚିତ । ଘରେ ସର୍ବଦା ମନମନାନ୍ତର ଦେଖା ଯାଉଥିଲେ ।

ବଉଳଗଛ ଚାରିପାଖରେ ୭ ଥର ପରିକ୍ରମା କରିବା ସହିତ ବଉଳଗଛର ଚେର ଆଣି ଘରେ ରଖିବା ଦ୍ଵାରା ଗୃହ କ୍ଲେଶ ଦୂର ହୋଇଥାଏ । ମହୁରାଡି ମାଛକୁ ଖାଇବା ଦ୍ଵାରା ସ୍ଵାସ୍ଥ ପକ୍ଷେ ଏହାର ବହୁତ ଭଲ ପ୍ରଭାବ ରହିଥାଏ । ଆଖୁ, ପାଣି, କ୍ଷୀର,ଫଳ,ପାନ ଓ ଔଷଧ ଏହି ୬ ଟି ଜିନିଷ ଯେକୌଣସି ଓଷା ବାରରେ ଖାଇଲେ ମଧ୍ୟ ପାପ ଲାଗିନଥାଏ । ମାଣବସାରେ ଖାଇଲେ ମଧ୍ୟ ଦୋଷ ଧରାଯାଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *