ମଙ୍ଗଳବାର ଦିନ କରନ୍ତୁ ଏହି 7 ଟି କାମ, ପ୍ରଭୁ ବଜରଙ୍ଗବଲି ହୁଅନ୍ତି ପ୍ରସନ୍ନ, ଖୋଲିଯାଏ ଭାଗ୍ଯର ଦ୍ଵାର

ବନ୍ଧୁଗଣ ଯଦି ଆପଣ ଚିନ୍ତିତ ବା ସମସ୍ୟାରେ ଘେରି ହୋଇ ରହୁଛନ୍ତି କୌଣସି କାମ ଆପଣଙ୍କର ହେଉ ନାହି, ପରିଶ୍ରମ ତ କରୁଛନ୍ତି କିନ୍ତୁ ଫଳ ମିଳୁ ନାହି , ଜୀବନରେ କେହି କେବେ ସାହାଜ୍ଯ ସହଯୋଗ ପାଇଁ ଆଗକୁ ଆସୁ ନାହାନ୍ତି ତେବେ ନିରାଶ ହୁଅନ୍ତୁ । ଏଥିପାଇଁ ମଙ୍ଗଳବାର ଦିନ ଏହି ସବୁ ଉପାୟ ମଧ୍ୟରୁ କୌଣସି ଗୋଟିଏ ଉପାୟ କରନ୍ତୁ । ଦେଖିବେ କିପରି ଆପଣଙ୍କ ଭାଗ୍ଯର ପରିବର୍ତ୍ତନ ହେଉଛି ।

ମଙ୍ଗଳବାର ଦିନକୁ ପ୍ରଭୁ ହନୁମାନଙ୍କ ଦିନ ବିଚାର କରାଯାଏ । କୁହାଯାଏ ପ୍ରଭୁ ହନୁମାନ ତାଙ୍କ ଭକ୍ତଙ୍କର ସବୁ ଇଚ୍ଛା ପୁରଣ କରିଥାନ୍ତି । ମଙ୍ଗଳବାର ଦିନରେ କେଉଁ ଉପାୟ କରିଲେ ସମସ୍ୟମାନ ଦୂର ହୁଏ ଆସନ୍ତୁ ଜାଣିବା ।

୧- ମଙ୍ଗଳବାରରେ ସନ୍ଧ୍ଯା ସମୟରେ ହନୁମାନ ମନ୍ଦିରକୁ ଯାଇ ଗୋଲାପ ମାଳ ଅର୍ପଣ କରନ୍ତୁ । ଏମିତି କରିଲେ ସବୁ ଇଚ୍ଛା ବହୁତ ଜଲ୍ଦି ପୂରଣ ହେବାରେ ଲାଗିବ । ୨- ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ବର ଗଛ ପାଖକୁ ଯାଇ ପତ୍ର ଆଣି ସ୍ଵଛ ପାଣିରେ ଧୋଇ ଦିଅନ୍ତୁ । ଏହି ପତ୍ରକୁ ନେଇ ହନୁମାନ ଜିଙ୍କ ଆଗରେ ରଖିକି ପତ୍ରରେ କେସର ଦ୍ଵାରା ଶ୍ରୀରାମ ଲେଖି କିଛି ସମୟ ଅଜାଏନ ପ୍ରଭୁ ହନୁମାନଙ୍କ ପାଦ ତଳେ ରଖନ୍ତୁ । କିଛି ସମୟ ପରେ ପତ୍ରକୁ ଆଣି ନିଜ ପର୍ସରେ ରଖିଲେ ଧନ ଜନିତ ସମସ୍ଯା ଦୂର ହେବାକୁ ଲାଗିବ ।

୩- ମଙ୍ଗଳବାର ଦିନ ହନୁମାନ ଯନ୍ତ୍ର ର ସ୍ଥାପନ ପୂଜା ଘରେ କରନ୍ତୁ । ଏହା ସହ ପ୍ରତିଦିନ ଯନ୍ତ୍ର ର ବିଧି ପୂର୍ବକ ପୂଜା କରନ୍ତୁ । ଏପରି କରିଲେ ଗୃହରୁ ସବୁ ନେଗେଟିଭ ଊର୍ଜା ଦୂର ହେବା ସହ ସଫଳତା ପ୍ରାପ୍ତ ହେବ ।

୪- ମଙ୍ଗଳବାରରେ ହନୁମାନ ଜିଙ୍କ ମନ୍ଦିର ଯାଇ ସିନ୍ଦୁର ଓ ଚମେଲୀ ତେଲ ଅର୍ପଣ କରନ୍ତୁ । ନିଜର ମନୋକାମନା ପ୍ରକାଶ କରନ୍ତୁ । ଏହା ଦ୍ଵାରା ହନୁମାନ ଜି ଜଲ୍ଦି ପ୍ରସନ୍ନ ହୋଇ ସବୁ ଇଚ୍ଛା ପୂରଣ କରିଥାନ୍ତି ।

୫- ମଙ୍ଗଳବାରରେ ହନୁମାନ ଜିଙ୍କ ମନ୍ଦିର ଯାଇ ଶ୍ରୀରାମ ରକ୍ଷା ସୂତ୍ରର ପାଠ କରିବା ସହ ହନୁମାନ ଜିଙ୍କୁ ଗୁଡର ପ୍ରସାଦ ଚଢାନ୍ତୁ । ଏହା ଦ୍ଵାରା ଜୀବନରେ ସବୁ ସମସ୍ଯା ଦୂର ହେବ ।

୬- ମଙ୍ଗଳବାରରେ ସକାଳ ସମୟରେ ସ୍ନାନ ପରେ କୌଣସି ଓସ୍ତ ଗଛ ମୂଳରେ ସୋରିଷ ତେଲ ଦୀପ ଜଳାଇ ପୂର୍ବ ଦିଗକୁ ମୁଖ କରି ତୁଳସୀର ମାଳା ନେଇ ୧୧ ଥର ରାମନାମ ଜପ କରନ୍ତୁ । ଏହା ଦ୍ଵାରା ସବୁ ଇଚ୍ଛା ପୂରଣ ହେବ ।

୭- ଯଦି ଗ୍ରହ ଦୋଷ କାରଣରୁ ଜୀବନରେ ସମସ୍ଯା ଲାଗି ରହୁଛି ତେବେ ମଙ୍ଗଳବାରରେ ହନୁମାନ ଜୀଙ୍କ ମନ୍ଦିର ଯାଇ ରାମନାମର ଜପ ୧୦୮ ଥର ଜପ କରନ୍ତୁ । ସନ୍ଧ୍ୟାରେ ହନୁମାନ ଜୀଙ୍କୁ ବୁନ୍ଦିଆର ଭୋଗ ଲଗାନ୍ତୁ । ଏମିତି ୫ଟି କି ୭ଟି ମଙ୍ଗଳବାର କରନ୍ତୁ ଦେଖିବେ ନିଶ୍ଚୟ ଆପଣଙ୍କର ଅଧୁରା ଇଚ୍ଛା ପୂରଣ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *