Study Tips- ପାଠ ପଢିବା ପରେ ମନେ ରହୁନାହିଁ ? କେମିତି ପଢିଲେ ମନେ ରହିବ ସବୁ ପାଠ ? ଦେଖନ୍ତୁ ମନେ ରଖିବାର 5 ଟି Smart Trick

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ପିଲା ପାଠ ପଢିବାକୁ ବସିଥାନ୍ତି ସତ କିନ୍ତୁ ପାଠ ପଢିସାରିଲା ପରେ କିଛି ପିଲା ଯାହା ପଢିଥାନ୍ତି । ସେହି ସବୁ ପାଠକୁ ସଂପୂର୍ଣ୍ଣ ରୂପେ ଭୁଲିଯାଇଥାନ୍ତି । କାରଣ ପାଠ ପଢିବା ବେକେ ହୁଏ ତ ସେହି ପିଲାର ଧ୍ୟାନ କେନ୍ଦ୍ରିକ ହୋଇନଥିଲା । ସେ ପାଠ ପଢିବା ସମୟରେ ଅନ୍ୟ କିଛି ବିଷୟରେ ମନ ରଖିଥିଲା । ଏହା ସହିତ ବହୁତ ପିଲା ଏମିତି ମଧ୍ୟ ରହିଥାନ୍ତି । ଯେଉଁ ମାନଙ୍କର ସ୍ମରଣ ଶକ୍ତି ଅଳ୍ପ ଥାଏ ।

ଯେଉଁ ପିଲାମାନେ ବହୁତ ଶୀଘ୍ର ବହୁତ କିଛି ପାଠ ମଧ୍ୟ ମନେ ରଖି ପାରନ୍ତି ନାହିଁ । ତେଣୁ ପାଠ ମନେ ରଖିବାକୁ ଚାହୁଁଥିଲେ ଏହି ୫ ଟି କଥା ଉପରେ ଧ୍ୟାନ ଦେବାକୁ ପଡିବ । ପ୍ରଥମେ କଥା ହେଉଛି ଦିନମାନ ଯେତେ ପାଠ ପଢିବ ସେତେ ହିଁ ପାଠ ମନେ ରହିଥାଏ । ବିଶେଷ କରି ଯଦି ସକାଳୁ ସକାଳୁ କିମ୍ବା ଭୋରରୁ ଉଠି କିଛି ସମୟ ପାଠ ପଢିବ । ତେବେ ସେହି ସମୟ ଅବଧି ମଧ୍ୟରେ ପଢିଥିବା ପାଠ ବହୁତ ସମୟ ପର୍ଯ୍ୟନ୍ତ ମନେ ରହିବ ।

ତେଣୁ ସକାଳୁ ଉଠି ସର୍ବଦା କିଛି ଘଣ୍ଟା ପଢିବା ଉଚିତ । ଦିତୀୟ କଥା ହେଉଛି ପାଠ ପଢିବା ପୂର୍ବରୁ କିଛି ସମୟ ଧ୍ୟାନ କରିବା ଉଚିତ । କାରଣ ଯଦି ପଢିବା ପୂର୍ବରୁ କିଛି ସମୟ ଧ୍ୟାନ କରିବ । ତେବେ ଯାହା ସବୁ ଇଆଡୁ ସିଆଡୁ ଚିନ୍ତା ମୁଣ୍ଡରେ ଥିବ । ତାହା ଧୀରେ ଧୀରେ ଦୂର ହୋଇ ମସ୍ତିସ୍କ କିଛି ସମୟ ପାଇଁ ରିଲାକ୍ଷ ହୋଜିବ । ତାପରେ ଧ୍ୟାନ ସାରି ଆରାମରେ ଶାନ୍ତି ମନରେ ପଢିବା ଦ୍ଵାରା ପାଠ ସହଜ ଓ ଶୀଘ୍ର ମନେ ରହିବ ।

ତୃତୀୟରେ  ଯଦି ପାଠ ଠିକ ସେ ବୁଝି ହେଉନାହିଁ । ତେବେ ସେହି ସମ୍ବଧୀୟ କିଛି ଭିଡ଼ିଓ ଦେଖିବା ଉଚିତ । କାରଣ ଯଦି ପାଠକୁ ଦେଖିବ, ଶୁଣିବ ଓ ପଢିବ।  ତେବେ ସେହି ପାଠ ବହୁତ ସମୟ ପର୍ଯ୍ୟନ୍ତ ମନେ ରହିଥାଏ । ଚତୁର୍ଥରେ ଯେତେ ବେଳେ ପାଠ ପଢିବାକୁ ବସୁଛ ।

ପ୍ରତି ଘଣ୍ଟାଏ କିମ୍ବା ଦେଢ ଘଣ୍ଟାରେ ପାଠ ପଢିବା ସମୟରେ ଗ୍ଯାପ ଦେଇ ନିଜକୁ ରିଲାକ୍ଷ କରି ପୁଣି ଥରେ ପାଠ ପଢିବା ଉଚିତ । କାରଣ ଯଦି ବହୁତ ସମୟ ପର୍ଯ୍ୟନ୍ତ ଅନବରତ ପଢି ଚାଲିବ । ତେବେ କିଛି ସମୟ ପଢିବା ପରେ ପାଠ ପଢିବାରେ ମନ ଲାଗିବ ହିଁ ନାହିଁ । ପଞ୍ଚମରେ ଯେଉଁ ପାଠକୁ ପଢୁଛ କିମ୍ବା ଘୋସୁଛ ।

ସେହି ପାଠକୁ ପଢିସାରିଲା ପରେ ଲେଖିବାକୁ ଚେଷ୍ଟା କର । କାରଣ ଯାହାକୁ ପଢିବ ତାହାକୁ ଯଦି ନିଜ ମନରୁ ଲେଖିବ । ତେବେ ତାହା ଶୀଘ୍ର ମନେ ରହିବା ସହ ବହୁତ ସମୟ ପର୍ଯ୍ୟନ୍ତ ମନେ ରହିଜାଇଥାଏ । ତେଣୁ ଯଦି ଏହି ୫ ଟି ସରଳ ଟ୍ରିକକୁ ଆପଣାଇ ପାଠ ପଢିବେ । ତେବେ ନିହାତି ଭାବେ ପାଠ ବହୁତ ଦିନ ପର୍ଯ୍ୟନ୍ତ ମନେ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *