Health Tips- ଶୀତ ଦିନେ କିପରି ନେବେ ନିଜ ତ୍ଵଚାର ଯତ୍ନ ! କଣ କଲେ ଗ୍ଲୋ କରିବ ସ୍କିନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀତ ଦିନେ ପରିବେଶ ବହୁତ ସୁସ୍ଖ ହୋଇଯାଇଥାଏ । ଯାହା କାରଣରୁ ତାହାର ସିଧା ସଳଖ ପ୍ରଭାବ ବ୍ୟକ୍ତିର ସ୍କିନ ଉପରେ ପଡିଥାଏ । ଯେଉ କାରଣରୁ ସ୍କିନ ଡ୍ରାଏ ହୋଇ ସ୍କିନ ଜନିତ ବିଭିନ୍ନ ସମସ୍ଯା ଆସିଥାଏ । ସ୍କିନ ଫାଟି ଯିବା ସୋରିଆସିସ ବାଏକଜିମା ଭଳି ସ୍କିନ ପ୍ରୋବ୍ଲେମ ଅଧିକ ବଢିଯିବା । ରାସେଶ ହୋଇ କୁଣ୍ଡାଇ ହେବା । ତେଣୁ ସ୍କିନ ଶୁଖିଲା ହୋଇଯାଉଥିବାରୁ ପ୍ରଥମେ ଚର୍ମକୁ ମଏଶ୍ଚର କରି ରଖିବା ଉଚିତ ।

ସେଥିପାଇଁ ଗାଧୋଇବା ସମୟରେ ତେଲ ଲଗାଇ ଗାଧୋଇବା। ମଏଶ୍ଚର ଓ ଗ୍ଲିସେରିନ ଯୁକ୍ତ ସାବୁନର ବ୍ୟବହାର କରିବା । ଦେହରେ ମଏଶ୍ଚର କଣ୍ଟେଣ୍ଟକୁ ବଜାୟ ତାଖିବା ପାଇଁ ମଏଶ୍ଚର ମଧ୍ୟ ପ୍ରୟୋଗ କରିବା । ବହୁତ ଲୋକ ଶୀତ ଦିନେ ବହୁତ ସମୟ ପାଇଁ ଖରାରେ ବସିଯାଇଥାନ୍ତି ।

ଯେଉଁ କାରଣରୁ ସ୍କିନ ଡ୍ରାଏ ଥିବା ସମୟରେ ଅଧିକ ସମୟ ସ୍କିନରେ ଖରା ପଡିଥାଏ । ତେବେ ସ୍କିନ ଜନିତ ବହୁତ କିଛି ଆଲର୍ଜୀ ମଧ୍ୟ ହୋଇଥାଏ । ତେଣୁ ଖରାକୁ ବାହାରିବା ସମୟରେ ସନ୍ କ୍ରିମ ଲଗାଇ ବାହାରିବା । ଶୀତ ଦିନେ ମଧ୍ୟ ନିଜର ଡାଏଟକୁ ବାଲାନ୍ସ କରି ଖାଇବା ଉଚିତ । ସନ୍ତୁଳିତ ଖାଦ୍ୟ ଖାଇବେ, କାରଣ ସେଥିରୁ ସବୁ ମିଳୁଥିବା ଭିଟାମିନ ସ୍କିନ ପାଇଁ ବହୁତ ହେଲ୍ପଫୁଲ୍ଲ ହୋଇଥାଏ ।

ଶୀତ ଦିନେ ସବୁଜ ପନିପରିବା ଯେପରି ବିଭିନ୍ନ ପ୍ରକାର ଶାଗ, ଗାଜର ଓ ଭିନ୍ନ ଭିନ୍ନ ଫଳ ଓ କୋଳି ଆଦି ଖାଇବା ଉଚିତ । ଏହା ସହିତ ଶୀତ ଦିନେ ବହୁତ ଲୋକ ପାଣି ପିଇବାରେ ହେଳା କରିଥାନ୍ତି । ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ହେବ । ନଚେତ ଶରୀରରେ ପାଣିର ଅଭାବ ହେବା କାରଣରୁ ଶରୀରରେ ଡିହାଇଡ୍ରେସନ ହେବା ସହ ସ୍କିନ ମଧ୍ୟ ଅଧିକ ସୁସ୍ଖ ହୋଇଯାଇଥାଏ ।

ତେଣୁ ଯଥେଷ୍ଟ ପାଣି ଶୀତ ଦିନେ ପିଇବା ଉଚିତ । ଶୀତ ଦିନେ ସକାଳୁ ଏକ୍ସରସାଇଜ କରିବା ମଧ୍ୟ ନିହାତି ଆବଶ୍ୟକ ହୋଇଥାଏ । କାରଣ ଏକ୍ସରସାଇଜ କରିବା ଦ୍ଵାରା ବ୍ଲଡ୍ ସରକ୍ୟୁଲେସନ ବଢିଯାଇଥାଏ । ଯାହା ସମଗ୍ର ଶରୀର ଉପରେ ଏହାର ଭଲ ପ୍ରଭାବ ପକାଇଥାଏ । ଏହା ସହିତ ସ୍କିନ ମଧ୍ୟ ଗ୍ଲୋ କରିଥାଏ । ଶୀତ ଦିନେ ଯେଉଁ ସବୁ କମ୍ବଳ ବା ମୋଟା ବ୍ଲାଙ୍କେଟର ବ୍ୟବହାର କରିଥାଉ ।

ସେହି ସବୁ ଶୀତ ଦିନ ଆସିବା ପୂର୍ବରୁ ହିଁ ଭଲ ଭାବରେ ସଫା କରି ଧୋଇ ଶୁଖାଇ ରଖିବା ଉଚିତ । କାରଣ ବହୁତ ଦିନ ଧରି ରହିଥିବା ସେହି ସବୁ ଜିନିଷ ଯଦି ସଙ୍ଗେ ସଙ୍ଗେ ବ୍ୟବହାର କରିବା ଦ୍ଵାରା ବହୁତ ଲୋକଙ୍କର ଏହିସବୁ ଥିରୁ ଆଲର୍ଜୀ ମଧ୍ୟ ହୋଇଯାଇଥାଏ ।

ଅଧିକ ଗରମ ପାଣିରେ ଗାଧୋଇବା କିମ୍ବା ହାତ, ଗୋଡ ବୁଡାଇ ରଖିବାରୁ ନିଜକୁ ବଞ୍ଚିତ କରନ୍ତୁ । ନଚେତ ଏହା ଦ୍ଵାରା ସ୍କିନ ଅଧିକ ସୁସ୍ଖ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *