ମା ସଲେଈଶ୍ଵରୀଙ୍କ ଆତ୍ମକାହାଣୀ ! ସମ୍ବଲପୁରରେ କାହିଁକି ତୋଳାହେଲା ମା’ ସମଲେଶ୍ଵରୀ ଙ୍କ ମନ୍ଦିର, କଣ ରହିଛି ରହସ୍ୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମ୍ବଲପୁରରେ ମା ସମଲେଇଶ୍ଵରୀଙ୍କର ପୂଜା ଅର୍ଚନା କରାଯାଇଥାଏ । ଆପଣ ମାନେ ଜାଣିଛନ୍ତି ମା ସମଲେଶ୍ଵରୀ କେଉଁ ଦେବୀଙ୍କର ଅନ୍ୟ ରୂପ ଓ ସେ ସମ୍ବଲପୁରରେ ରହିବା ପଛର ରହସ୍ୟ ? ଏହି କଥା ଉପରେ ବିସ୍ତୁତ ଆଲୋଚନା କରିବା । ବହୁ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲା ପାଟନା ରାଜ୍ୟ ନାମରେ ଜଣାଶୁଣା ଥିଲା । ସେଠାକାର ରାଜାଙ୍କ ନାମଙ୍କର ୨ ଟି ପୁତ୍ର ସନ୍ତାନ ଥିଲେ ।

ଜଣେ ହେଉଛନ୍ତି ନରସିଂହ ଦେବ ଓ ଅନ୍ୟ ଜଣେ ବଲରାମ ଦେବ । ପାଟଣା ରାଜ୍ୟର ରାଜାଙ୍କର ମୃତ୍ୟୁ ପରେ ପାଟଣା ରାଜ୍ୟକୁ ୨ ଭାଗରେ ରାଜାଙ୍କର ୨ ପୁତ୍ର ମଧ୍ୟରେ ସମାନ ଭାଗରେ ବଣ୍ଟାଗଲା । ସାନ ପୁତ୍ର ବଳରାମଦେବଙ୍କ ଭାଗରେ ହୁମା ରାଜ୍ୟ ପଡିଲା । ହୁମା ରାଜ୍ୟର ରାଜା ବଳରାମ ଦେବଙ୍କ କାନରେ ଥରେ ଏକ ଖବର ପଡିଲା ଯେ ସେହି ପାଖ ଗ୍ରାମର ଜଣେ ମହିଳା ଜଣଙ୍କ ଚୋରୀ କାର୍ଯ୍ୟ କରି ଧନୀ ହୋଇଗଲାଣି ।

ତାପରେ ରାଜା ତାଙ୍କର ସୈନ୍ୟ ମାନଙ୍କୁ କହି ସେହି ମହିଳାଙ୍କୁ ଧରି ଆଣି ବନ୍ଦୀ କରିଦେବା ପାଇଁ କହିଲେ । ତାପରେ ସୈନ୍ୟ ମାନେ ଚୋରୀ ଅପରାଧରେ ଏକ ମହିଳାଙ୍କୁ ଆଣି ବନ୍ଦୀ କରିଦେଲେ । ସେହି ରାତ୍ରିରେ ରାଜା ଖାଇ ପିଇ ନିଜ ଶୟନ କକ୍ଷରେ ବିଶ୍ରାମ କରୁଥିବା ବେଳେ ତାଙ୍କ ସ୍ଵପ୍ନରେ ଏକ ଦେବୀଙ୍କର ଦର୍ଶନ ହେଲା । ଦେବୀ ଜଣଙ୍କ କହିଲେ ତୁମେ ସେହି ଭଦ୍ର ମହିଳାଙ୍କୁ ଚୋରୀ ଅପରାଧରେ କାହିଁକି ବନ୍ଦୀ କରିନେଇଆସିଛ ।

ସେହି ମହିଳା ସଂପୂର୍ଣ୍ଣ ନିର୍ଦ୍ଧୋସୀ । ମୁଁ ତାକୁ ଭଲରେ ଚଳିବା ପାଇଁ ରାସ୍ତା ଦେଖାଇଛି । ତୁମେ ସେହି ମହିଳା ଜଣଙ୍କୁ ବନ୍ଦୀମୁକ୍ତ କର , ତାପରେ ରାଜାଙ୍କର ସେହି କ୍ଷଣି ନିଦ ଭାଙ୍ଗିଗଲା । ରାଜା ତାଙ୍କ ସୈନ୍ୟ ମାନଙ୍କୁ କହି ସେହି ମହିଳା ଜଣଙ୍କୁ ମୁକ୍ତ କରିଦେଲେ । ତାପରେ କିଛି ଦିନ ଗଲାପରେ ରାଜା ଭାବିଲେ କିଏ ସେହି ଦେବୀ ? ଯିଏ ମୋ ସ୍ଵପ୍ନରେ ଆସି ମୋତେ ଦର୍ଶନ ଦେଇଥିଲେ ।

ତାପରେ ରାଜା ତାଙ୍କ ସୈନ୍ୟ ଗଣଙ୍କୁ ନେଇ ସେହି ଦେବୀଙ୍କର ଅନୁସନ୍ଧାନରେ ବାହାରିପଡିଲେ । କିଛି ବାଟ ଗଲା ପରେ ରାଜା ଦେଖିଲେ ରାଜାଙ୍କ ସହ ଯାଇଥିବା ବାଘ ଭଳି କୁକୁରକୁ କିଛି ସାମାନ୍ୟ ଠେକୁଆ ମାନେ ଭୟଭୀତ କରାଇ ଗୋଡାଇବାକୁ ଚେଷ୍ଟା କରିଲେ । ତାପରେ ଏହି ସବୁ ଘଟଣା ଦେଖି ରାଜା ବିଚଳିତ ହୋଇ ଚେତାଶୂନ୍ୟ ହୋଇଗଲେ ।

ଚେତାଶୂନ୍ୟ ଅବସ୍ତାରେ ରାଜା ପୁଣି ଥରେ ସେହି ଦେବୀଙ୍କର ଦର୍ଶନ ସ୍ଵପ୍ନରେ କରିଲେ ଦେବୀ ଜଣଙ୍କୁ ପଚାରିଲେ ହେ ଦେବୀ ତୁମେ କିଏ ? ତୁମେ କାହିଁକି ମୋ ରାଜ୍ୟରେ ଆବିର୍ଭାବ ହେଇଛ । ତାପରେ ଦେବୀ ଜଣଙ୍କ କହିଲେ ମୁଁ ହେଉଛି ପ୍ରଭୁ ମହାଦେବଙ୍କର ଧର୍ମପତ୍ନୀ ଦେବୀ ପାର୍ବତୀ । ମୋର ଏଠାକୁ ଆସିବା ପଛରେ କାରଣ ହେଉଛି ।

ଥରେ ପ୍ରଭୁ ଶଙ୍କର ଓ ମୁଁ ପାର୍ବତୀ ସ୍ଵର୍ଗକୁ ଭ୍ରମଣ ପାଇଁ ଯାଇଥିଲୁ । ସେଠାରେ ଦେବଗଣ ଆମକୁ ଇନ୍ଦ୍ରଙ୍କ ଆସନରେ ବସାଇଦେଲେ । ତାପରେ ଇନ୍ଦ୍ରଙ୍କର ସ୍ତ୍ରୀ ଆସି ମୋ ଗଭାରେ  ସ୍ଵର୍ଗର ପାରିଜାତ ଫୁଲ ଆଣି ଲଗାଇଦେଲେ । ସେଠାରୁ ଆସିବା ପରେ ପ୍ରଭୁ ଶଙ୍କର କପଟ କରି ତାଙ୍କ ଜଟାକୁ ଛିଡାଇ ୮ ଖଣ୍ଡ ଜାଗାରେ ପକାଇଦେଲେ । ବର୍ତ୍ତମାନ ସମୟରେ ସେହି ୮ ଟି ଜାଗା ଅଷ୍ଟଳିଙ୍ଗ ଭାବରେ ପୂଜା ପାଉଛନ୍ତି ।

ତାପରେ ଦେବୀ ପାର୍ବତୀ କହିଲେ ତୁମେ ପୂଜା ପାଇବ ମୁଁ କାଇଁ ପୂଜା ପାଇବି ନାହିଁ । ତାପରେ ଦେବୀ ପାର୍ବତୀଙ୍କ ଗଭାରେ ଲାଗିଥିବା ପାରିଜାତ ଫୁଲ ଆଣି ୭ ଟି ଜାଗାରେ ଫିଙ୍ଗିଦେଲେ । ସେହି ୭ ଟି ଜାଗା ମଧ୍ୟରୁ ସମ୍ବଲପୁରରେ ମଧ୍ୟ ପାରିଜାତ ଫୁଲ ଆସିପଡିଥିଲା । ତାପରେ ଦେବୀ ପାର୍ବତୀ ରାଜାକୁ କହିଲେ । ତୁ ମୋତେ ଏହି ଜାଗାରେ ସମଲେଇଶ୍ଵରୀମନ୍ଦିର କରି ସ୍ଥାପନା କରି ପୂଜା କରିବୁ । ଯାହାକୁ ସବର ମାନେ ପୂଜା କରିବେ ।

ମୋ ମନ୍ଦିର ନାମ ଅନୁସାରେ ଏହି ରାଜ୍ୟର ନାମ ସମ୍ବଲପୁର କରିବୁ । ସେବେ ଠାରୁ ମା’ ପାର୍ବତୀ ସମ୍ବଲପୁର ଜିଲ୍ଲାରେ ସମଲେଇଶ୍ଵରୀ ନାମରେ ପୂଜା ପାଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *