Vastu Tips- ଅପରାଜିତା ଫୁଲର ଏହି ଉପାୟ ଭାଗ୍ୟ ବଦଳେଇଦେବ ଆପଣଙ୍କ ଭାଗ୍ୟ, ମିଳିବ ଧନ ସୁଖ ଓ ସୌଭାଗ୍ୟ

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଅପରାଜିତା ଫୁଲ ଦେଖିଥିବେ । ଅରପଜିତା ଫୁଲ ଧଳା ଓ ନୀଳ ରଙ୍ଗର ଥାଏ । ଅପରାଜିତା ଫୁଲ ଦ୍ଵାରା ବ୍ୟକ୍ତି ସବୁ କିଛି ହାସଲ କରିପାରିବ । ଯଦି କେହି ନଜର ଲଗାଇଛି, ଘରେ ଅସାନ୍ତି ଲାଗି ରହୁଛି, ଧନର ଅଭାବ ଦୂର ହେବ ପାଇଁ ଏହି ଫୁଲ ସାହାଜ୍ଯ କରିଥାଏ । ଅପରାଜିତା ଫୁଲ ମା ଦୂର୍ଗାଙ୍କ ଅନ୍ୟ ନାମ ଅଟେ । ଏହି ଫୁଲ ଭଗବାନ କୃଷ୍ଣ, ଶନି, ବିଶୁଣୁ, ମା ଦୂର୍ଗାଙ୍କୁ ଚଢା ଯାଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଅପରାଜିତା ଫୁଲ କିପରି ଭୟ ଚମକାଇ ଦେବ । ଆପଣ ଠାକୁର ପୂଜା କରିବା ସମୟରେ ଅପରାଜିତା ଫୁଲ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କୁ ଚଢାଇବା ପରେ ଗୋଟେ ଫୁଲ ଆଣି ନିଜ ପର୍ସରେ ରଖିଲେ ଧନର ବୃଦ୍ଧି ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ବ୍ୟାପାରରେ ବି ବୃଦ୍ଧି ହୋଇଥାଏ । ଏହା ସହ ଧନ ଆଗମନର ମାର୍ଗ ଖୋଲିଥାଏ । ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ ।

ଯଦି ଆପଣ ଏହି ଫୁଲକୁ ନେଇଯିବେ ତେବେ ଆପଣଙ୍କ ଯଦି ବ୍ୟାପାର ମାମଲାରେ କାହା ସହ କଥା ହେବାକୁ ଚାହୁଁଛନ୍ତି ବା ହାସଲ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ପର୍ସରେ ଏହି ଫୁଲ ରଖନ୍ତୁ । ଯଦି ଘରେ ଅସାନ୍ତି ଲାଗି ରହୁଛି ବା ଖରାପ ଦ୍ରୁଷ୍ଟି ରହିଛି ତେବେ ୧୧ଟି ନୀଳ ଅପରାଜିତା ଫୁଲର ମାଳ କରି ଶନିବାରରେ ଦୁଆର ବନ୍ଧରେ ଟଙ୍ଗାଇ ଦାନ୍ତୁ । ଏହା ଦ୍ଵାରା ଗୃହକୁ ନେଗେଟିଭ ଏନର୍ଜି ପ୍ରବେଶ କରିପାରିବ ନାହି । ଏହା ସହ ହନୁମାନ ଚାଳିଶା ପାଠ କରିବା ଉଚିତ ।

୫ଟି ଧଳା ଅପରାଜିତା ଫୁଲ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ପ୍ରତେକ ଦିନ ପୂଜା କରିଲେ କାମ କାର୍ଯ୍ୟ ସିଦ୍ଧ, ବ୍ୟାପାରରେ ଉନ୍ନତି ପ୍ରାପ୍ତ ହେବ । ଯଦି କାହାର ବିବାହ ହେଉ ନାହି ବା କୌଣସି ଇଚ୍ଛା ପୂରଣ ହେଉ ନାହି ତେବେ ଶିବ ମନ୍ଦିର ଯାଇ ନୀଳ ଅପରାଜିତା ଫୁଲ ୧୧ଟି ନେଇ ଜଳାଭିଷେକ କରି ଫୁଲ ଚଢାନ୍ତୁ ।

ଏହା ଦ୍ଵାରା ବହୁତ ଜଲ୍ଦି ଆପଣଙ୍କ ଇଚ୍ଛା ପୂରଣ ହେବ । ଯଦି ଅପରାଜିତା ଫୁଲକୁ ତୁଳସୀ ଗଛ ପାଖରେ ଲଗାଇ ପୂଜା କରିଲେ ବହୁତ ଶୁଭ ହେବା ସହ ଧନ, ସୁଖ ସମୃଦ୍ଧିର ଆଗମନ ହେବ । ଏହା ଦ୍ଵାରା ମନ ଶାନ୍ତ ହେବ ସହ କାର୍ଯ୍ୟରେ ସଫଳତା ମିଳିବ ।

ଯଦି କାହାକୁ ବାରମ୍ବାର ଜ୍ଵର ହେଉଛି ବା ଯେତେ ଚେଷ୍ଟା କରିଲା ପରେ ବି ଜ୍ଵର ଛାଡୁ ନାହି ବା ଶତ୍ରୁ ହଇରାଣ କରୁଛନ୍ତି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନୀଳ ଅପରାଜିତା ଫୁଲର ଚେର ଆଣି ଶନିବାର ଦିନ ନିଜ ବାହୁରେ ବାନ୍ଧିଲେ କୌଣସି ପ୍ରକାରର ବିପଦ ବା ମନରେ ଭୟ ରହିବ ନାହି । ଏହା ସହ ଜ୍ଵର ବି ଛାଡି ଯାଇଥାଏ । ତାବିଜରେ ଚେର ବାନ୍ଧିବେ ନାହି । ଅପରାଜିତା ଫୁଲକୁ ପୂଜା କରିଲେ ଧନ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *