କେଉଁ ଲୋକଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଅନୁଚିତ ! ଜାଣନ୍ତୁ ପ୍ରଣାମ କରିବାର ସଠିକ ଉପାୟ

ନମସ୍କାର ବନ୍ଧୁଗଣ , ଆମ ଭାରତୀୟ ପରମ୍ପରା ରୀତି ନୀତି ଅନୁସାରେ ଘରର ବଡ ଲୋକମାନଙ୍କୁ ପ୍ରଣାମ କରିବା ଉଚିତ୍ ।  ପ୍ରଣାମ କରିବା ହେଉଛି ଅତିଉତ୍ତମ ବିଷୟ ଆମେ ଯେତେ ବେଳେ ଆମର ବାପାମା , ଗୁରୁ , ଶିକ୍ଷକ ମାନଙ୍କର ଚରଣ ସ୍ପର୍ଶ କରି ପ୍ରଣାମ କରିଥାଉ । ତାହା ଆମ ପାଇଁ ଆର୍ଶୀବାଦ ଅଟେ । ଆମେ ଯେବେ ବାହାରକୁ ଯାଇଥିବା ସମୟରେ କୋଣସି ବ୍ୟକ୍ତି ଙ୍କ ସହ ଭେଟ ହୋଇଯାଇଥାଉ ।

ତୁରନ୍ତ ନମସ୍କାର ବା ଚରଣ ଛୁଇଁ  ପ୍ରଣାମ କରିବା ର ରୀତି କେବଳ ଆମର ଭାରତରେ ଦେଖିବାକୁ ମିଳିଥାଏ । ବିଦେଶୀ ଲୋକେ ମଧ୍ୟ ଆମର ଏହି ପରମ୍ପରା କୁ ଶିଖି ଥାନ୍ତି । ଆମେ ଯାହାକୁ ପ୍ରଣାମ କରିଥାଉ ସେ ବ୍ୟକ୍ତି ନିଜକୁ ବହୁତ ସମ୍ମାନିତ ବ୍ୟକ୍ତି ମନେ କରିଥାଏ ଏବଂ ଆମକୁ ଆର୍ଶୀବାଦ ଦେଇଥାଏ । କିନ୍ତୁ ଆଜି ଆମେ ଜାଣିବା ପ୍ରଣାମ କରିବାର ନିୟମ ସମ୍ବନ୍ଧରେ ଏବଂ ଏଭଳି କିଛି ପରିସ୍ଥିତିରେ ବଡ ଲୋକମାନଙ୍କୁ ପ୍ରଣାମ କରିବା ଅନୁଚିତ୍ ହୋଇଥାଏ ।

ଶାସ୍ତ୍ର ରେ କୁହାଯାଇଛି ଯେ ଜଳରେ ଥିବା ସମୟରେ , ଧୌଡୁ ଥିବା ସମୟରେ , ଚାଲୁଥିବା ସମୟରେ ପ୍ରଣାମ କରିବା ଅନୁଚିତ୍ ଅଟେ । ଯଦି ଆପଣ ପୂଜା କରିଥିବେ ଏବଂ ସେ ସମୟରେ ଯିଏ ବି ଆସୁ ତାହାଙ୍କୁ ପ୍ରଣାମ କରିବା ଅନୁଚିତ୍ ଅଟେ । ପୂଜା କରୁଥିବା ସମୟରେ ବ୍ରାହ୍ମଣ ଯଦି ଆସନ୍ତି ତେବେ ମଧ୍ୟ ତାହାଙ୍କୁ ପ୍ରଣାମ କରିବେ ନାହିଁ । ଖାଉଥିବା  ବ୍ୟକ୍ତି କୁ ବା ଶୋଇଥିବା ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରାଯାଏ ନାହିଁ ।

ସ୍ମୁତି ଶାସ୍ତ୍ର ରେ କୁହାଯାଇଛି ଯେ ଭ୍ରମଣ କରୁଥିବା ବ୍ୟକ୍ତି କୁ ବା ବାନ୍ତି କରୁଥିବା ବ୍ୟକ୍ତି କୁ , ଦାନ୍ତ ଘୋଷୁ ଥିବା ବ୍ୟକ୍ତି କୁ ପ୍ରଣାମ କରିବେ ନାହିଁ । ଯଦି ଆପଣ ଦାନ୍ତ ଘୋଷୁ ଥିବେ ତେବେ  ଆପଣଙ୍କ ଘର କୁ ଆପଣଙ୍କ ଗୁରୁ ଆସିଥାନ୍ତି । ସେହି ଅବସ୍ଥାରେ ପ୍ରଣାମ କରନ୍ତୁ ନାହିଁ । ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଏହି ସବୁ ସତ୍ୟ ଅଟେ ଏବଂ ଆପଣଙ୍କ ପିଲାମାନଙ୍କୁ ମଧ୍ୟ ଏହା ଶିକ୍ଷା ଦେବା ଉଚିତ୍ ।

ସ୍ମୃତି ଶାସ୍ତ୍ର ରେ ଏହା କୁହାଯାଇଛି ଯେ ଆପଣ ବାଟରେ ଯିବା  ସମୟରେ ଯଦି ମନ୍ଦିରକୁ ଦେଖନ୍ତି ବା ଭଗବାନଙ୍କର ପ୍ରତିମା କୁ ଦେଖନ୍ତି ତେବେ ନିଶ୍ଚିତ ପ୍ରଣାମ କରନ୍ତୁ । ଯଦି ଆପଣ ପ୍ରଣାମ କରନ୍ତି ନାହିଁ ତେବେ ଆପଣଙ୍କୁ ପାପ ଲାଗିଥାଏ । ଯଦି ଆପଣ ଗାଡି ରେ ଯିବା ସମୟରେ ଯଦି କୋଣସି ସମ୍ମାନିତ ବ୍ୟକ୍ତି ଆପଣଙ୍କ ଗାଡି କୁ ବାଦ ଦେଇ ଆଗକୁ ଯାଇଥାନ୍ତି । ସେହି ପାରିସ୍ଥିତିରେ ଆପଣ ତାହାଙ୍କୁ ପ୍ରଣାମ କରିଥାନ୍ତି ।

କିନ୍ତୁ ତାହା ସଂପୂର୍ଣ୍ଣ ଭୁଲ ଅଟେ । ପ୍ରଣାମ କରିବା ସମୟରେ ଯଦି ଆପଣ ଦୁଇ ହାତ ବ୍ୟକ୍ତିଙ୍କ ପାଦ କୁ ଛୁଇ ମୁଣ୍ଡରେ ମାରନ୍ତି । ତାହା ପୁରାପୁରୀ ଭୁଲ ଅଟେ , ପ୍ରଣାମ କରିବାର ନିୟମ ହେଇଛି ପ୍ରଣାମ କରିବା ବେଳେ  ବ୍ୟକ୍ତି ର ଦକ୍ଷିଣ ଗୋଡ କୁ ଆପଣଙ୍କ ଦକ୍ଷିଣ ହାତ ବ୍ୟକ୍ତିଙ୍କ ବାମ ଗୋଡ କୁ ଆପଣଙ୍କ ବାମ ହାତ ଛୁଇଲା ପରି କରିବା ଉଚିତ୍ । ଏହି ପରି ପ୍ରଣାମ କରିବା ଉଚିତ୍ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *