Krishna Vani- ସମୟ ଯେତେ ଖରାପ ଚାଲିଥାଉ ନା କାହିଁକି ବାସ ମୋର ଏହି କଥା ସବୁବେଳେ ମନେ ରଖିଥିବେ…

ନମସ୍କାର ବନ୍ଧୁଗଣ, ଜୀବନରେ ଖରାପ ସମୟ ସମସ୍ତଙ୍କ ପାଇଁ ଆସିଥାଏ । ମାତ୍ର ଖରାପ ସମୟ କୁ ଦେଖି କେବେ ବି ରହିବା ନାହିଁ । ଖରାପ ସମୟ ଦିନେ ନା ଦିନ ସମାପ୍ତ ହୋଇଥାଏ । ଉତ୍ତମ ମଣିଷ ସେହି ହୋଇଥାଏ ଯେ ଅନ୍ୟ ବିଷୟରେ ମନ୍ଦ କଥା ଭାବିନଥାଏ । ଏହି ସ୍ଵଭାବ ଥିବା ବ୍ୟକ୍ତି ସମସ୍ତଙ୍କର ସାହାଯ୍ୟ କରିଥାଏ । ଯଦି ଆପଣ ବହୁତ କଷ୍ଟ ସମୟ ଦେଇ ଗମନ କରିଛନ୍ତି ତେବେ ବାଟ ମଧ୍ୟରେ ରୁହନ୍ତୁ ନାହିଁ ।

ଗୋଟେ ଦିନ ଆପଣଙ୍କ ଖରାପ ସମୟ ଶେଷ ହୋଇ ଭଲ ସମୟ ର ପ୍ରାରମ୍ଭ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଆମକୁ ଉତ୍ତମ ବିଷୟ କହିଛନ୍ତି ଯେ କର୍ମ କରି ଚାଲ ପ୍ରତିଫଳ ର ଆଶା କର ନାହିଁ । ବ୍ୟକ୍ତି ଯଦି ଅସୁବିଧା ରେ ରହିଥାଏ ତେବେ ତାହାକୁ ଦେଖି କେବେ ହସନ୍ତୁ ନାହିଁ । କାରଣ ସେ ସମୟ ଆପଣଙ୍କ ପାଖ କୁ ମଧ୍ୟ ଆସିପାରେ । ଲୁହ କୁ ପୋଛି ଆଗକୁ ବଢନ୍ତୁ ଖରାପ ସମୟ କେତେ ଦିନ ପାଇଁ ରହିବ ପାଣି ର ଫୋଟକା ପରି ଏହା ପଳେଇବ ।

ମାତ୍ର ଏହି ସମୟ ରେ ମଣିଷ ଧୋର୍ଜ୍ୟ , ସାହସ ଧରି ଆଗକୁ ବଢିବାକୁ ହେବ । ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବାକୁ ଇଛା କରେ । ଠାରେ ଜଣେ ବ୍ୟକ୍ତି ଥିଲା ସେ ତାହାର ଜୀବନରେ ବହୁତ ଦୁଃଖ କଷ୍ଟ ଅଳ୍ପ ସମୟ ରେ ବହୁତ ଗୁଡାଏ ସମସ୍ୟା ତାର ଜୀବନରେ ଥିଲା । ସେ ସବୁ ବେଳେ ଏହା ଭାବୁଥାଏ କି ମୁଁ ଜୀବନରେ ମୋର ସ୍ତ୍ରୀ ପିଲାଛୁଆ ପାଇଁ କିଛି କରିପାରିଲି ନାହିଁ ଏବଂ, ନିଜ ପାଇଁ ମଧ୍ୟ ସୁନ୍ଦର ଘର କରିପାରୁ ନାହି । ଏଭଳି ଜୀବନ ମୁଁ କଣ ପାଇଁ କାଟୁଛି ।

ସେ ବ୍ୟକ୍ତି ଯିବା ସମୟରେ ଜଙ୍ଗଲ ରେ ତପସ୍ଵିନୀ ମା’ ଙ୍କୁ ଦେଖିଲ ତୁରନ୍ତ ଯାଇ ପ୍ରଣାମ କରି ନିଜର ଦୁଃଖ ବିଷୟରେ କହିଲା । ଏହାକୁ ଶୁଣି ତପସ୍ଵିନୀ କହିଲେ ଠିକ ଅଛି ତୁମେ ନଦୀ ର ଆର ପାରରେ ଥିବା ଗଛ ରେ ପକ୍ଷୀମାନଙ୍କ ବସା କୁ ସାତ ଦିନ ଯାଏ ଭାଙ୍ଗି ଦେବ ଏବଂ ସାତ ଦିନ ପରେ ମୋ ପାଖ କୁ ପୁର୍ନ୍ୟବାର ଆସ ।

ସେ ବ୍ୟକ୍ତି ସେହି ପାରି ପ୍ରଥମ ଦିନ କଲା ଦ୍ଵିତୀୟ ଦିନକୁ ଆସିକି ଦେଖିଲ ବେଳେ କୁ ପକ୍ଷୀ ନିଜର ବସା କୁ ତିଆରି କରି ରହିଥାଏ ବ୍ୟକ୍ତି ଯେତେ ଥର ଭାଙ୍ଗୁଥାଏ ପକ୍ଷୀମାନେ ସେତେ ଥର ତିଆରି କରୁଥାନ୍ତି । ବ୍ୟକ୍ତିଟି ଆଉ ଭାଙ୍ଗି ନ ପାରି ସାତ ଦିନ ପରେ ତପସ୍ଵିନୀଙ୍କ ପାଖ ଯାଇ କହିଲା । ଏଥିରେ ହସି ତପସ୍ଵାନୀ କହିଲେ ସାମାନ୍ୟ ଛୋଟ ପକ୍ଷୀ ତାହାର ଖରାପ ସମୟ କୁ ଦେଖି ନ ଡଋ ଆଉ ଥରେ ନିଜର ବସା କୁ ପ୍ରସ୍ତୁତ କରୁଛି ।

ମାତ୍ର ଆମେ ମଣିଷ ଇଶ୍ଵର ଆମକୁ ଜ୍ଞାନ ଦେଇଛନ୍ତି ତେବେ ତୁମେ ନିଜର ସଂସାର କୁ କେତେ ଥର ଗଢି ପାରିବ । ତେଣୁ ଖରାପ ସମୟ ତ ଆସୁଥିବ ଏବଂ ଯାଉଥିବ ମାତ୍ର କର୍ମ କରି ଚାଲିବା ଉଚିତ୍ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *