ମାସିକ ଧର୍ମ ସମୟରେ କ’ଣ କରିବେ କ’ଣ କରିବେ ନାହିଁ ? ମାସିକ ଧର୍ମର 4 ଦିନରେ ନା 5 ଦିନରେ ଠାକୁର ପୂଜା କରିବା ଉଚିତ୍ ? ଜାଣନ୍ତୁ ନିୟମ

ନମସ୍କାର ବନ୍ଧୁଗଣ , ଆମ ଶାସ୍ତ୍ର ରେ ସମସ୍ତ ବିଷୟ କୁ ବର୍ଣ୍ଣନା କରାଯାଇଛି । ଶାସ୍ତ୍ର କୁ ଅଧୟନ କରିବା ଦ୍ଵାରା ଆମେ ଦୈନନ୍ଦିକ ବିଧି ବିଧାନ ଏବଂ କିପରି କରିବା ଆଦି  ବିଷୟରେ ସୂଚନା ପାଇଥାଉ । ଆଜି ଆମେ ଆଲୋଚନା କରିବା ଯେ ରଜସ୍ଵଳା ସମୟରେ କ’ ଣ କରିବା ଅନୁଚିତ୍ , କେତେ ଦିନ ରେ ଶୁଦ୍ଧ ସାନ୍ନ କରିବା । ଶାସ୍ତ୍ର ରେ ସୁନ୍ଦର ଭାବରେ କୁହାଯାଇଛି ଯେ ତମ୍ବା ର ପାତ୍ର କୁ ଅମ୍ବୁଲ ଦେଇ ଶୁଦ୍ଧ ଚକ୍ ଚକ୍ କରିଥାଏ , ନଦୀର ସ୍ଵତ ପ୍ରବାହ ନଦୀ କୁ ଶୁଦ୍ଧ କରିଥାଏ ।

ଠିକ ସେହି ଭଳି ଝିଅମାନେ ରଜବତୀ ଦେବା ଦ୍ଵାରା ସେମାନଦେ ଶୁଦ୍ଧ ହୋଇଥାନ୍ତି । ଏହା ଇଶ୍ଵରଙ୍କ ନିୟମ ହୋଇଥାଏ । ଶାସ୍ତ୍ର ରେ କୁହାଯାଏ ଯେ ଆଠ ବର୍ଷ ଯାଏ ଝିଅମାନଙ୍କୁ ଗୌରୀ କୁହାଯାଇଥାଏ ନଅ ବର୍ଷ ହେଲେ ରୋହିଣୀ ଏବଂ ଦଶ ହେଲେ ବାଳା ବାଟନ୍ୟଆ ଓ ବାର ବର୍ଷ ହେଲେ ସେମାନଙ୍କୁ ରଜସ୍ଵଳା ଭଳି କୁହାଯାଇଥାଏ । ଶାସ୍ତ୍ର ରେ କୁହାଯାଇଛି ଯେ ନାରୀମାନଙ୍କ ଶରୀର ରେ ଆର୍ତବ ନାମ ରକ୍ତ ଏକ ମାସ ପର୍ଯ୍ୟନ୍ତ ଏକତ୍ରିତ ହୋଇକି ରହିଥାଏ ।

ଏକ ମାସ ରହିବା ପରେ ଏହି ରକ୍ତ ଈଷତ କଳା ରଙ୍ଗ ରେ ପରିବର୍ତ୍ତନ ହୋଇ ମାସିକ ସମୟରେ ବାହାର କୁ ବାହାରିଥାଏ । ଲିଙ୍ଗ  ପୁରାଣରେ କୁହାଯାଏ ଯେ ନାରୀ ରଜବତୀ ହେବା ସମୟରେ ପ୍ରଥମ ଦିବାରେ ଚଣ୍ଡାଳି ହୋଇଥାନ୍ତି ଏବଂ ଦ୍ଵିତୀୟ ଦିନରେ ବ୍ରହ୍ମା ହତ୍ୟା ରୂପକ ପାପ ରେ ସେ ଭାଗ୍ୟ ହୋଇଥାନ୍ତି ଓ ତୃତୀୟ ଦିନରେ  ବ୍ରହ୍ମା ପାପ ର ଅଧା ର୍ଭାଗୀ ହୁଅନ୍ତି ।

ଚର୍ତୁର୍ଥ ଦିନ ଶୁଦ୍ଧ ସାନ୍ନ ପରେ ସେ ଶୁଦ୍ଧ ହୋଇଥାନ୍ତି । ଶାସ୍ତ୍ର ରେ ଏହା କହିଛନ୍ତି ଯେ ତିନି ଦିନ ଅଶୁଦ୍ଧ ପରେ ଚର୍ତୁର୍ଥ ଦିନ ସାନ୍ନ କରି ପିଲା ଓ ପରିବାର ଭୋଜନ ପ୍ରସ୍ତୁତି ପାଇଁ ଶୁଦ୍ଧ ହୋଇଥାନ୍ତି । ମାତ୍ର ଦେବ ପୂଜା କରିବା ଅନୁଚିତ୍ ହୋଇଥାଏ ପାଞ୍ଚମ ଦିନ ଠାରୁ ଠାକୁରଙ୍କ ପୂଜା ପାଠ ଆଦି କରିପାରିବେ । ଏବେ ଜାଣିବା ତିନି ଦିନ ଅସ୍ଵଚ ଥିବା ସମୟରେ କେଉଁ ସବୁ କାମ କରିବା ନାହିଁ ।

ଶାସ୍ତ୍ର ଅନୁଯାୟୀ ତିନି ଦିନ ମଧ୍ୟରେ ପୂଜା , ରାନ୍ଧିବା , କ୍ରୋନ୍ଦନ , ଖେଳିବା , ନୃତ୍ୟ , ଏବଂ ଦିନରେ ଶୋଇବା , ଦେବାଅର୍ଚନ ଓ ପ୍ରଣାମ ଆଦି କରିବା ଅନୁଚିତ ହୋଇଥାଏ । ମାସିକ ଧର୍ମ ସମୟରେ ଅନ୍ୟ ସ୍ତ୍ରୀଲୋକମାନଙ୍କୁ ଛୁଇବା ମନା ଅଟେ । ଋତୁସ୍ରାବ ସମୟରେ ରାଜସ୍ଵୀଳ ନାରୀମାନଙ୍କୁ ପିତଳ ପାତ୍ର ରେ ଭୋଜନ କରିବା ଉଚିତ୍ ।

ତିନି ଦିନ  ପରେ ଉଷୁମ ପାଣି ରେ ଗାଧୋଇ ପ୍ରଥମେ ନିଜର ସ୍ଵାମୀ ଙ୍କୁ ଦେଖିବା ବା ମନ ରେ ତାଙ୍କୁ ସ୍ମରଣ କରିବା ଶାସ୍ତ୍ରୀୟ ବିଧି ଅଟେ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *