Vastu Tips- ଏଭଳି କଳା ସୂତା ପିନ୍ଧିବାର ଭୁଲ କଦାପି କରନ୍ତୁ ନାହିଁ ! ପରିବାର ହୋଇଥାଏ ବର୍ବାଦ…

ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଧି ନିୟମ ବର୍ଣ୍ଣନା କରାଯାଇଛି । ହାତ । ଗୋଡ ରେ କଳା ଦାଗା ବାନ୍ଧିବାର ଆପଣ ଦେଖିଥାନ୍ତି । ଆମ ଶାସ୍ତ୍ର ରେ କଳା ଦାଗା କୁ ମନ୍ଦ ଦୃଷ୍ଟି ରୁ ରକ୍ଷା କରିବା ପାଇଁ ବନ୍ଧା ଯାଇଥାଏ । ମାତ୍ର ଶାସ୍ତ୍ର ରେ ଏହାକୁ ବାନ୍ଧିବାର କିଛି ନିୟମ କୁହାଯାଇଛି । ଅନେକ ଲୋକମାନେ ଏହାକୁ ବାହାରୁ କିଣିକି ଆଣି ହାତ ଏବଂ ଗୋଡ ରେ ବାନ୍ଧି ଥାନ୍ତି । କିନ୍ତୁ ଏହା କୋଣସି ପ୍ରକାରର ପ୍ରଭାବ ଦେଖାନଥାଏ ।

କଳା ଦାଗା କୁ ବାନ୍ଧିବା ଦ୍ଵାରା ସମସ୍ୟା , ଦୁଃଖ , ବାଧା ଦୂର ହୋଇଥାଏ । ତେଣୁ ଏହାକୁ ବାନ୍ଧିଥାନ୍ତି । ଆଜି ଆମେ ଆଲୋଚନା କରିବା ଏହାକୁ ବାନ୍ଧିବା ଶୁଭ ବା ଅଶୁଭ । କଳା ଦାଗା କୁ ଯଦି ନିୟମ ଭାବରେ ଅଭିମନ୍ତ୍ର କରି ବାନ୍ଧିଥାନ୍ତି ତେବେ ଏହା ଆପଣଙ୍କ ଭାଗ୍ୟ କୁ ପରିବର୍ତ୍ତନ କରିଥାଏ । କଳା ଦାଗା ରେ ଏତିକି ଶକ୍ତି ରହିଥାଏ ଯେ ଏହା ସମସ୍ତ ସମସ୍ୟା କୁ ଥରକରେ ଦୂର କରିପାରେ । କଳା ଦାଗା ଏକ ରକ୍ଷାକବଜ ଅଟେ ।

କିନ୍ତୁ ଏହାକୁ ବାନ୍ଧିବାର କିଛି ନିୟମ ରହିଛି କିଛି ଲୋକମାନେ ଏହାକୁ ବାନ୍ଧିବାର ବିଧି କୁ ପାଳନ କରନ୍ତି ନାହି , ତେଣୁ ଏହାର ଶୁଭ ଫଳ ବଦଳ ରେ ଅଶୁଭ ଫଳ ପ୍ରାପ୍ତ କରିଥାନ୍ତି । ଶାସ୍ତ୍ର ରେ ହାତ ଏବଂ ଗୋଡ ରେ କଳା ଦାଗ ବାନ୍ଧିବାର ବିଶେଷ ନିୟମ କୁହାଯାଇଛି । କଳା ଦାଗା ଶନିଙ୍କ ରଙ୍ଗ ହେଇଥିବାରୁ ଏହାକୁ ଶନିବାର ଦିନ ବାନ୍ଧିବା ଉଚିତ୍ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ଦାଗା କୁ କିଣିଲା ପରେ ସିଧା ହାତ ରେ ନ ବାନ୍ଧି ପ୍ରଥମେ ଶନିଦେବଙ୍କ ପାଦ ରେ ସମର୍ପଣ କରି ନଅ ଟି ଗଣ୍ଠି ବାନ୍ଧି ଶନିଦେବଙ୍କ ମନ୍ତ୍ର କୁ ଜପ କରି କଳା ଦାଗା କୁ ହାତ ରେ ବାନ୍ଧିବା ଉଚିତ୍ ନିୟମ ଅଟେ । ଯଦି ଜୀବନ ରେ ଆର୍ଥିକ ସମସ୍ୟା ରହିଥାଏ ତେବେ ଶନିବାର ଦିନ ଗୋଡ ରେ କଳା ଦାଗା ବାନ୍ଧିବା ଦ୍ଵାରା ଘରେ ସମବୃଦ୍ଧି ଆସିଥାଏ ଏବଂ ଧନ ସହିତ ଯୋଡିତ ଥିବା ସମସ୍ୟା ଦୂର ହୋଇଥାଏ ।

ବ୍ୟକ୍ତିର ପେଟ ରେ ରୋଗ ହୋଇଥାଏ ତେବେ ବ୍ୟକ୍ତିର ଗୋଡ ର ଆଙ୍ଗୁଠି ରେ କଳା ଦାଗା ବାନ୍ଧିବା ଉଚିତ୍ । ମହିଳାମାନଙ୍କୁ ଗୋଡ ର ଆଙ୍ଗୁଠିରେ କଳା ଦାଗା ବାନ୍ଧିବା ଦରକାର ଏହା ଦ୍ଵାରା ପାରିବାରିକ ସମସ୍ଯା ଦୂର ହୋଇଥାଏ । କଳା ଦାଗା ପିନ୍ଧିଥିବା ହାତ ରେ ଆଉ କୋଣସି ଦାଗା କୁ ବାନ୍ଧିବେ ନାହି । କାରଣ ଏହା ଦ୍ଵାରା କଳା ଦାଗା ର ପ୍ରଭାବ କମ୍ ହୋଇଯାଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *