Krishna Vani- ଯେଉଁ ଲୋକ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କ ପୂଜା କରିଥାଏ ସେମାନଙ୍କ ସହିତ କଣ ହୋଇଥାଏ ? ନିଶ୍ଚୟ ଜାଣି ରଖନ୍ତୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି, “ମୁଁ ସର୍ବ ଭୂତଙ୍କ ହୃଦୟରେ ସ୍ଥିତ ସମସ୍ତଙ୍କ ଆତ୍ମା ଅଟେ । ତଥା ସଂପୂର୍ଣ୍ଣ ଭୂତଙ୍କ ଆଦି, ମଧ୍ୟ, ଓ ଅନ୍ତ ମୁଁ ହିଁ ଅଟେ । ମୁଁ ବେଦ ମାନଙ୍କ ମଧ୍ୟରେ ସାମବେଦ, ଦେବତାଙ୍କ ମଧ୍ୟରେ ଇନ୍ଦ୍ର ଓ ଇନ୍ଦ୍ରିୟ ଗୁଡିକ ମଧ୍ୟରେ ମନ ଓ ଭୁତ ପ୍ରାଣୀମାନଙ୍କ ଚେତନା ଅର୍ଥାତ ଜୀବନ ଶକ୍ତି ଅଟେ ।” “ମୁଁ ଏକାଦଶ ରୁଦ୍ରଙ୍କ ଶଙ୍କର ଅଟେ, ଯକ୍ଷ ତଥା ରାକ୍ଷସ ମାନଙ୍କ ମଧ୍ୟରେ ଧନ ସ୍ଵାମୀ କୁବେର ଅଟେ ଓ ଶିଖର ପର୍ବତଙ୍କ ମଧ୍ୟରେ ସୁମେରୁ ପର୍ବତ ଅଟେ ।

ମୁଁ ମହର୍ଷି ମାନଙ୍କ ମଧ୍ୟରେ ଭୃଗୁ ଓ ଶବ୍ଦ ମଧ୍ୟରେ ଏକ ଅକ୍ଷର ଅର୍ଥାତ ଓଁ କାର ଅଟେ । ସବୁ ପ୍ରକାର ଯଜ୍ଞ ମଧ୍ୟରେ ଜପ ଯଜ୍ଞ ଓ ସ୍ଥିର ରହିଥିବା ସମସ୍ତ ବିଷୟ ମଧ୍ୟରେ ହିମାଲୟ ପାହାଡ ଅଟେ । ମୁଁ ପବିତ୍ର କରୁଥିବା ବାୟୁ ଓ ଶସ୍ତ୍ର ଧାରଣକାରୀଙ୍କ ମଧ୍ୟରେ ଶ୍ରୀରାମ ଅଟେ । ମାଛ ମାନଙ୍କ ମଧ୍ୟରେ ମଗର ଓ ନଦୀମାନଙ୍କ ମଧ୍ୟରେ ଶ୍ରୀ ଭାଗୀରଥୀ ଗଙ୍ଗା ଅଟେ । ସୃଷ୍ଟିର ଆଦି, ଅନ୍ତ ଓ ମଧ୍ୟ ମୁଁ ଅଟେ । ମୁଁ ବିଦ୍ୟାରେ ଆଧ୍ୟାତ୍ମବିଦ୍ୟା ଅର୍ଥାତ ବ୍ରହ୍ମବିଦ୍ୟା ଓ ପରସ୍ପର ବିବାଦ କରୁଥିବା ଲୋକଙ୍କ ମଧ୍ୟରେ ତତ୍ତ୍ଵ ନିର୍ଣ୍ଣୟ ପାଇଁ କରାଯାଉ ଥିବା ବାଦ ଅଟେ ।

ଅର୍ଥାତ ଭଗବାନ କୁହନ୍ତି, ସମସ୍ତ ବ୍ରହ୍ମାଣ୍ଡର କୋଣ ଅନୁକୋନରେ ସେ ବାସ କରନ୍ତି । ଜ୍ଞାନୀ ଲୋକମନେ ତାଙ୍କର ନିବାସ ପ୍ରତ୍ଯେକ ପଶୁ ଓ ପ୍ରାଣୀଙ୍କ ମଧ୍ୟରେ ଦେଖି ପାରନ୍ତି । ସେ ଜଣେ ବ୍ରାହ୍ମଣ ମଧ୍ୟରେ ଅଛନ୍ତି, ଜଣେ ଚଣ୍ଡାଳ ମଧ୍ୟରେ ଅଛନ୍ତି, ଗାଈ ମଧ୍ୟରେ ଅଛନ୍ତି ଓ ଗଜରାଜ ବା ହାତୀ ମଧ୍ୟରେ ମଧ୍ୟ ଅଛନ୍ତି । ଏହି ସଂସାରରେ କୌଣସି ବସ୍ତୁ ମଧ୍ୟ ତୁଚ୍ଛ ନୁହେଁ । ମନୁଷ୍ୟ କେବଳ ମୋହ ମାୟାରେ ଫସି ଭଲ ଓ ତୁଚ୍ଛ ବସ୍ତୁର ପାର୍ଥକ୍ଯ ବାହାର କରିଛି ।

ମନୁଷ୍ୟ ତା ଇଚ୍ଛାନୁସାରେ ଯେଉଁ ଦେବତାଙ୍କ ପୂଜା କାଲେ ମଧ୍ୟ ସେ ଗୋଟିଏ ଭଗବାନଙ୍କର ହିଁ ପୂଜା କରେ । ଭଗବାନ କୁହନ୍ତି ସେ କର୍ମ ଅଟନ୍ତି ଓ ଫଳ ମଧ୍ୟ ଅଟନ୍ତି । ସେ ମନୁଷ୍ୟକୁ କ୍ରୋଧ, ଘୃଣା, ଲୋଭ, ଈର୍ଷା ଓ ହିଂସା ସମସ୍ତ କିଛି ପରିତ୍ୟାଗ କରି କେବଳ ତାଙ୍କର ହିଁ ଚିନ୍ତନ କରିବା ନିମନ୍ତେ କୁହନ୍ତି । କାରଣ ଇଶ୍ଵର ହିଁ ସମସ୍ତ ସୁଖ ଦୁଖର କାରଣ ଅଟନ୍ତି ।

ଈଶ୍ଵରଙ୍କୁ ପ୍ରାପ୍ତ କରିବା ଦ୍ଵାରା ହିଁ ମନୁଷ୍ୟକୁ ସମସ୍ତ କଷ୍ଟରୁ ମୁକ୍ତି ମିଳି ପାରିବ । ସେ ପ୍ରକାର ଆପଣ ଯେଉଁ ଦେବତାଙ୍କ ପୂଜା କଲେ ମଧ୍ୟ ପରମ ବ୍ରହ୍ମ ପରାତ୍ମା ଶ୍ରୀକୃଷ୍ଣଙ୍କର ହିଁ ପୂଜା କରନ୍ତି । ଆପଣଙ୍କ ସମସ୍ତ ଶୁଭ ଓ ମନ୍ଦ କର୍ମର ଫଳ ଭଗବାନ ଶ୍ରୀକୃଧ୍ନ ହିଁ ପ୍ରଦାନ କରନ୍ତି । ଯଦି ଆପଣଙ୍କୁ ଏହି ଲେଖାଟି ପସନ୍ଦ ହୋଇଛି ତେବେ ଲାଇକ ଓ ସେୟାର ନିଶ୍ଚୟ କରନ୍ତୁ ଓ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ।

Leave a Reply

Your email address will not be published. Required fields are marked *