ଏହି 5 ଟି ରୋଗ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଲେମ୍ବୁ, ହୋଇଥାଏ ବିଷ ସମାନ ! (Health Tips)

ବନ୍ଧୁମାନେ, ଆପଣ ତ ଲେମ୍ବୁ ର ଉପକାରିତା ବିଷୟରେ ଜାଣିଥିବେ । କିନ୍ତୁ ଏହାର ଅପକାରିତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ । ସବୁ ଜିନିଷର ଉପକାରିତା ସହିତ ଅପକାରିତା ମଧ୍ୟ ରହିଛି । ଲେମ୍ବୁ ଆମକୁ ଫାଇଦା ଦେଇଥାଏ ସତ କିନ୍ତୁ ଏମିତି କିଛି ରୋଗ ରହିଛି ଯେଉଁ ସମୟରେ ଲେମ୍ବୁ ସେବନ କରିବା ଆମ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏହି ସବୁ ରୋଗ ସମୟରେ ଭୁଲରେ ମଧ୍ୟ ଲେମ୍ବୁ ଖାଇବା ଉଚିତ ହୋଇନଥାଏ । ଡାକ୍ତର ମାନେ ମଧ୍ୟ ଏହି ରୋଗୀ ମାନଙ୍କୁ ଲେମ୍ବୁ ଖାଇବାକୁ ବାରଣ କରିଥାନ୍ତି ।

ଯଦିଓ ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ କିଛି ଲୋକଙ୍କ ସମସ୍ୟା ଅଛି ଯେଉଁଥିରେ ଲେମ୍ବୁ ପିଇବା ବିଷ ଭଳି ଅଟେ । ଆସନ୍ତୁ ଜାଣିବା କେଉଁ ଲୋକମାନେ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ୧) କିଡନୀ ସମସ୍ୟା: – ଯେଉଁମାନଙ୍କର କିଡନୀ କିମ୍ବା ଯକୃତ ସମସ୍ୟା ଥାଏ, ସେମାନେ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ । ଏଥିରେ ଥିବା ଅକ୍ସାଲେଟ୍ ଶରୀରରେ ସ୍ଫଟିକ୍ ଆକାରରେ ଜମା ହୋଇଥାଏ, ଯେଉଁ କାରଣରୁ କିଡନୀରେ ପଥର ହେବାର ଆଶଙ୍କା ଥାଏ ।

୨) ଗଣ୍ଠି ଯନ୍ତ୍ରଣା:- ଅଧିକ ଲେମ୍ବୁ ଖାଇ ପରିସ୍ରା ଅଧିକ ଆସେ । ଏହା ଶରୀରରୁ କ୍ୟାଲସିୟମ ମୁକ୍ତ କରିଥାଏ ଯାହା ହାଡକୁ ଦୁର୍ବଳ କରିଥାଏ । ଯାହା ଗଣ୍ଠି ଯନ୍ତ୍ରଣା ସୃଷ୍ଟି କରେ । ୩) ଏସିଡ୍:- ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ ଯାହା ଶରୀରରେ ଗ୍ୟାସ୍ ତିଆରି କରିଥାଏ । ପେଟ ସମସ୍ୟା କୁ ଏହା ବଢ଼େଇ ପାରେ । ଯେଉଁମାନେ ଏସିଡିଟିରେ ପୀଡିତ, ସେମାନେ ଲେମ୍ବୁ ଖାଇବା ଉଚିତ୍ ନୁହେଁ ।

୪) ଦାନ୍ତ ଯନ୍ତ୍ରଣା:- ଯେଉଁମାନଙ୍କର ଦାନ୍ତ ଦୁର୍ବଳ, ସେମାନଙ୍କ ପାଇଁ ଲେମ୍ବୁ ବିପଜ୍ଜନକ ଅଟେ । ଏହା ଦାନ୍ତର ଏନାଲ୍ କୁ ଦୁର୍ବଳ କରି ବିନ୍ଧା ଦରଜ ର ସମସ୍ୟା ସୃଷ୍ଟି କରେ ।

୫) କଫ: – ଲେମ୍ବୁ ପିଇବା ଦ୍ୱାରା କଫ ଥଣ୍ଡା ସମସ୍ୟା ବଢିଯାଏ, ଯାହା ଛାତିରେ ଜାମ ସୃଷ୍ଟି କରିଥାଏ ଏବଂ ବହୁତ ଅସୁବିଧାଜନକ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *