Vastu Shastra- ଯେଉଁ ସ୍ତ୍ରୀ ସପ୍ତାହର ଏହି ଦିନ ଧୋଇଥାଏ ବାଳ, ତା’ ଉପରେ ସର୍ବଦା ରହିଥାଏ ମା’ ଲକ୍ଷ୍ମୀଙ୍କ କୃପା, ବଢିଥାଏ ଧନ ସମ୍ପତି

ବନ୍ଧୁଗଣ, ଗୋଟିଏ ପରିବାର ଏବଂ ପୁରୁଷର ସଫଳତା ତାଙ୍କ ଘରର ଲକ୍ଷ୍ମୀଙ୍କ ଉପରେ ନିର୍ଭର କରିଥାଏ । ଘରର ଲକ୍ଷ୍ମୀଙ୍କ ସ୍ଵଭାବ ଏବଂ ବ୍ୟବହାର ଯୋଗୁଁ ଘର ସୁନ୍ଦର ଓ ବୈଭବଶାଳୀ ବନିଥାଏ । ହିନ୍ଦୁ ଧର୍ମର ଦେବୀଦେବତା ମାନେ ମଧ୍ୟ ନିଜ ଅର୍ଦ୍ଧାଙ୍ଗିନୀ କୁ ନିଜର ଶକ୍ତି ମାନିଥାନ୍ତି । ଶ୍ରୀହରି ବିଷ୍ଣୁଙ୍କ ପାଇଁ ମାତା ଲକ୍ଷ୍ମୀ ହେଉଛନ୍ତି ସର୍ବୋପରି । ସେହିପରି ପାର୍ବତୀ ଙ୍କ ବିନା ମଧ୍ୟ ଶିବ ଅଧୁରା । ସମାଜରେ ସ୍ତ୍ରୀ ମାନଙ୍କୁ ଲକ୍ଷ୍ମୀ, ଅନ୍ନପୂର୍ଣ୍ଣା ଓ ସରସ୍ଵତୀ ବୋଲି କୁହାଯାଇଥାଏ ।

ଯଦି ଘରର ଲକ୍ଷ୍ମୀ ଧର୍ମ ଅନୁସାରେ ଆଚରଣ କରିଥାନ୍ତି, ତେବେ ସେହି ଘର ମନ୍ଦିର ଭଳି ହୋଇଯାଇଥାଏ । କିନ୍ତୁ କିଛି ଏହିଭଳି କାମ ଅଛି ଯାହାକୁ କରିବା ଦ୍ଵାରା ଘରେ ଅଶାନ୍ତି ଆସିଥାଏ । ଏବଂ ଏହାର ପରିଣାମ ପରିବାର ର ସଦସ୍ୟ ଏବଂ ସ୍ଵାମୀ ଓ ସନ୍ତାନ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କେବେ କେଶ ନ ଧୋଇବା ଉଚିତ ହୋଇଥାଏ ? ଏବଂ କେବେ କେଶ ଧୋଇବା ଶୁଭ ପରିଣାମ ଦେଇଥାଏ ?

୧:- କୁମାରୀ କନ୍ୟାମାନଙ୍କୁ କେବେବି ବୁଧ ବାର ଦିନ କେଶ ଧୋଇବା ଉଚିତ ହୋଇ ନଥାଏ । ଏହା କରିବା ଦ୍ୱାରା ସେମାନଙ୍କ ସାନଭାଇ ଙ୍କ ଜୀବନ ଉପରେ କୁପ୍ରଭାବ ପଡିଥାଏ ଓ କଷ୍ଟ ଉଠେଇବାକୁ ପଡ଼ିଥାଏ । ଏବଂ ତାଙ୍କର ସ୍ଵାସ୍ଥ୍ୟ ସବୁବେଳେ ଖରାପ ରହିଥାଏ । ଏଥିପାଇଁ ବୁଧ ବାର ଦିନ କେଶ ଧୋଇବା ଉଚିତ ନୁହେଁ ।

୨:- ଆଜିର ଆଧୁନିକ ଯୁଗରେ ଯେକୌଣସି ପର୍ବ ଆସିଲେ ଆମେ କେଶ କୁ ଧୋଇଥାଉ ଏବଂ କାଟିଥାଉ । କିନ୍ତୁ ମହିଳା ମାନଙ୍କୁ ଶୁଭ ତିଥି କିମ୍ବା ଶୁଭ ଦିନରେ କେଶ କୁ କାଟିବା ଓ ଧୋଇବା ଉଚିତ ନୁହେଁ । ଆପଣଙ୍କୁ ଗୋଟେ ଦିନ ପୂର୍ବରୁ ଏହି ସବୁ କାମ କରିଦେବା ଉଚିତ ହୋଇଥାଏ । ଖାସ କରି ଏକାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ରେ କେଶ କୁ ବିଲକୁଲ ଧୂଅନ୍ତୁ ନାହିଁ ।

୩:- ଯଦି ଆପଣ କୌଣସି ବାର ରେ ବ୍ରତ ରଖୁଛନ୍ତି କିମ୍ବା ଓଷା କରୁଛନ୍ତି ତେବେ ସେହିଦିନ ବିଲକୁଲ କେଶ ଧୁଅନ୍ତୁ ନାହିଁ । ଗୋଟେ ଦିନ ପୂର୍ବରୁ ଆପଣ କେଶ ଧୋଇପାରିବେ । ଯଦି କିଛି କାରଣ ବଶତଃ ଆପଣଙ୍କୁ ସେହିଦିନ କେଶ ଧୋଇବାକୁ ପଡ଼ିଥାଏ, ତେବେ ଆପଣ କେଶରେ କ୍ଷୀର ଲଗାଇ ଧୋଇପାରିବେ ।

୪:- ଗୁରୁବାର ଦିନ କେଶ ଧୋଇବା ଶୁଭ ହୋଇ ନଥାଏ । ଏବଂ ପୁରୁଷମାନେ ମଧ୍ୟ ଗୁରୁବାର ଦିନ କେଶ ଦାଢ଼ି ଇତ୍ୟାଦି କାଟିବା ଉଚିତ ନୁହେଁ । ଜ୍ୟୋତିଷ ଶାସ୍ତ୍ରରେ ଆପଣ ପଢିଥିବେ ଗୁରୁବାର ଦିନ ଘରେ ପୋଛା ମଧ୍ୟ ଲଗା ଯାଇନଥାଏ । ଗୁରୁବାର ଦିନ ଚୁଟି କାଟିଲେ କିମ୍ବା ଧୋଇଲେ ଘରେ ଆର୍ଥିକ ସମସ୍ୟା ଦେଖା ଯାଇଥାଏ । ଏହିସବୁ ବୃହସ୍ପତି ଙ୍କ କାରଣରୁ ହୋଇଥାଏ ।

୫:- ଯଦି ଆପଣ ପୁତ୍ର ସନ୍ତାନ ଚାହୁଁଛନ୍ତି ତେବେ ମହିଳା ମାନଙ୍କୁ ଶୁକ୍ରବାର ଦିନ କେଶ ଧୋଇବା ନିହାତି ଜରୁରୀ ହୋଇଥାଏ । ଏହାଛଡା ଶୁକ୍ରବାର ଦିନ କେଶ କାଟିବା ଏବଂ ଧୋଇବା ଶୁଭ ବୋଲି କୁହାଯାଇଥାଏ । ଶୁକ୍ରବାର ଦିନ କେଶ ଧୋଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୬:- ଶନିବାର ଦିନ ଶନି ମହାରାଜାଙ୍କ ଦିନ ବୋଲି ମାନା ଯାଇଥାଏ । ଏହିଦିନ ଆପଣ କେଶରେ ତେଲ ଲଗାନ୍ତୁ ନାହିଁ ଏବଂ କେଶ କୁ ଧୋଇବା ମଧ୍ୟ ଉଚିତ ନୁହେଁ । ଯଦି ଆପଣଙ୍କୁ କୌଣସି କାରଣରୁ କେଶ ଧୋଇବାକୁ ପଡ଼ିଥାଏ, ତେବେ ଆପଣ ବେସନ ଓ ହଳଦୀ କୁ ମିଶାଇ କେଶରେ ଲଗାଇ ଧୋଇପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *