କିଏ ସେହି ହିରୋଇନ ଜିଏକି ram ଙ୍କୁ ବାହା ହେବାକୁ ଇଚ୍ଛା କରିଥିଲେ ? South Superstar Ram Pothineni

ରାମ ପୋଥିନେନୀ ସାଉଥ୍ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତା ଯାହାଙ୍କର ସାଉଥ୍ ରେ ବହୁତ ସଂଖ୍ୟାରେ ଫ୍ୟାନ୍ ଅଛନ୍ତି । ତାଙ୍କର ଅଭିନୟ ପାଇଁ ଲୋକ ଯେତେ ପ୍ରଶଂସା କରନ୍ତି ତାସହିତ ତାଙ୍କର ସୁନ୍ଦର ଶୈଳୀ ପାଇଁ ମଧ୍ୟ । ସାଉଥ୍ ର ଝିଅମାନେ ଏତେ ଦିୱାନୀ ହୋଇଗଲେଣି ତାଙ୍କର କି ବାହାଘର ପର୍ଯ୍ୟନ୍ତ ସ୍ବପ୍ନ ସଜାଇକି ରଖିଲେଣୀ । ସାଉଥ୍ ରେ ଏମିତି ବି ୪ ହିରୋଇନ୍ ଅଛନ୍ତି ଯିଏ ତାଙ୍କୁ ବିବାହ କରିବାକୁ ବ୍ୟାକୁଳ ଅଟନ୍ତି । ଏମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ଏବଂ ତାଙ୍କ ସହ ଜୀବନ ବିତାଇବାକୁ ଚାହାଁନ୍ତି । ତେବେ ଆସନ୍ତୁ ଜାଣିବା ଗୋଟିଏ ଗୋଟିଏ କରି ସେହି ହିରୋଇନ୍ ମାନଙ୍କ ବିଷୟରେ ।

୧- ମାଲ୍ଭିକା ଶର୍ମା : ରାମ୍ ପୋଥିନେନୀଙ୍କ ଲିଷ୍ଟରେ ଯିଏ ଆସନ୍ତି ପ୍ରଥମେ ସେ ହେଲେ ମାଲ୍ଭିକା ଶର୍ମା ଯାହାଙ୍କର ଫିଲ୍ମ ‘ରେଡ୍’ ଆସିବାକୁ ଯାଉଛି ‌ରାମ୍ ପୋଥିନେନୀଙ୍କ ସହ ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଛନ୍ତି । ଦୁହେଁ ଏହି ଫିଲ୍ମରେ ୧ ବର୍ଷ ଧରି କାମ କରିଛନ୍ତି ଏବଂ ତାଙ୍କୁ ଭଲ ଭାବେ ଜାଣି ସାରିଛନ୍ତି । ଯେଉଁ ଗୁଣ ନିଜ ଲାଇଫ୍ ପାର୍ଟନର ଠାରେ ଦରକାର ଥିଲା ତାହା ରାମଙ୍କ ଠାରୁ ମିଳିଗଲା । ସେ ଦାୟିତ୍ବବାନ ଏବଂ ନିଜଠାରୁ ବଡଙ୍କୁ ସମ୍ମାନ କରନ୍ତି ଏବଂ ସେ ତାଙ୍କୁ ସବୁବେଳେ ଖୁସି ରଖିବେ, ଏହି ସବୁ ଗୁଣ ପାଇଁ ସେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସହ ନିଜ ଜୀବନ ବିତାଇବାକୁ ଚାହୁଁଛନ୍ତି ।

୨- ଅନୂପମା ପରମେଶ୍ବରଣ୍ : ଅନୂପମା ମଧ୍ୟ ରାମଙ୍କୁ ବିବାହ କରିବାକୁ ଚାହାଁନ୍ତି । ଏମାନେ ଦୁହେଁ ଆଗରୁ ପ୍ରେମ ସମ୍ପର୍କରେ ରହି ସାରିଛନ୍ତି । ଦୁହେଁ ତାଙ୍କର ଫିଲ୍ମ ସୁଟିଂ ବେଳେ ପ୍ରେମରେ ପଡିଯାଇଥିଲେ ଏବଂ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ କିନ୍ତୁ କୈାଣସି କାରଣ ପାଇଁ ଦୁହେଁ ଅଲଗା ହୋଇଯାଇଥିଲେ । ଅନୂପମାଙ୍କ ଠାରୁ ଅଲଗା ହେଲେ ମଧ୍ୟ ଆଜି ବି ତାଙ୍କ ହୃଦୟରେ ରାମ ଅଛନ୍ତି । ସେଥିପାଇଁ ଆଜି ବି ସେ ତାଙ୍କ ହୃଦୟରେ ବିବାହର ଇଚ୍ଛା ରଖିଛନ୍ତି ।

୩- ପ୍ରଣୀତା ସୁବାଷ : ଅନେକ ହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ପ୍ରଣୀତା ସୁବାଷଙ୍କ ପାଇଁ ଲକ୍ଷେ ଲୋକ ଦିୱାନା ଅଛନ୍ତି କିନ୍ତୁ ସେ ରାମ୍ ପୋଥିନେନୀଙ୍କ ପାଇଁ ଦିୱାନୀ ଅଟନ୍ତି । ସେ ତାଙ୍କ ପ୍ରେମରେ ଏତେ ଦିୱାନୀ ଅଛନ୍ତି ଯେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ପ୍ରଣୀତା କୁହନ୍ତି ଯେ ରାମ୍ ବହୁତ ଭଲ ଅଟନ୍ତି, ସେ ତାଙ୍କ ପ୍ରଫେସନାଲ ଲାଇଫ୍ ସହ ବ୍ୟକ୍ତିଗତ ଜୀବନକୁ ମଧ୍ୟ ବହୁତ ଭଲ ଭାବରେ ସମ୍ଭାଳି ଥାନ୍ତି । ସେ ନିଜ ପରିବାରକୁ ମଧ୍ୟ ସମୟ ଦିଅନ୍ତି ଏବଂ ଏହିପରି ସ୍ବାମୀ ଦରକାର ଯିଏ ନିଜ ପ୍ରଫେସନାଲ୍ ଲାଇଫ୍କୁ ବେଶି ସମୟ ଦେଉନଥିବ‌ ବରଂ ନିଜ ପରିବାରକୁ ଅଧିକ ଗୁରୁତ୍ବ ଦେଉଥିବ । ଏହି ଗୁଣ ପାଇଁ ସେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ଏବଂ ଅନେକ ଥର କହିଛନ୍ତି ମଧ୍ୟ କିନ୍ତୁ ରାମ୍ ଏହି କଥାକୁ ମଜାକ୍ ଭାବି ଟାଳି ଦେଇଛନ୍ତି ।

୫- ହଂସିକା ମୋତ୍ୱାନୀ : ସାଉଥ୍ ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହଂସିକା ମଧ୍ୟ ରାମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତାଙ୍କ ବିବାହ କରିବାକୁ ଅନେକ ଅଭିନେତାଙ୍କ ଲାଇନ୍ ଲାଗିଛି କିନ୍ତୁ ସେ ରାମ୍ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଗୋଟିଏ ସାକ୍ଷାତକାରରେ ତାଙ୍କୁ ପଚରା ଯାଇଥିଲା ଜଦି କୈାଣସି ଗୋଟିଏ ଅଭିନେତାଙ୍କୁ ବିବାହ କରିବାକୁ ହୁଏ ତେବେ ସେ କାହାକୁ କରିବେ ? ଉତ୍ତରରେ ସେ ରାମଙ୍କ ନାଁ ନେଇଥିଲେ । କୁହନ୍ତି ଯେ ରାମ୍ ବିଲକୁଲ ତାଙ୍କ ପରି ଏବଂ ଲାଇଫ୍କୁ ଖୋଲିକି ବଞ୍ଚନ୍ତି ।

ସେ ସଂସ୍କାରୀ ଏବଂ ଭଲ ଦେଖିବାକୁ ମଧ୍ୟ । ଜଦି ଏତେ ଗୁଣ ଜଣଙ୍କ ଭିତରେ ଦେଖିବାକୁ ମିଳୁଛି ତେବେ ସେ କାହିଁକି ତାଙ୍କୁ ବିବାହ କରିବେନି । ଜଦି ସେ ତାଙ୍କୁ ବିବାହ କରନ୍ତି ତେବେ ତାଙ୍କ ସ୍ବପ୍ନ ସତ ଭଳି ହୋଇଯିବ । ସେ ମଧ୍ୟ ଜାଣନ୍ତି ତାଙ୍କୁ ବିବାହ କରିବା ସ୍ବପ୍ନ ସତ ହେବା ସହ ସମାନ ।

Leave a Reply

Your email address will not be published. Required fields are marked *